Pratidin TV

Odisha's Digital News Platform

ଟ୍ରେନରେ କଟି ଆଠ ମାସର ଗର୍ଭବତୀ ମୃତ ; ଶାଶୁଘର ନାଁରେ ହତ୍ୟା ଅଭିଯୋଗ ଆଣିଲେ ବାପଘର …

1 min read

ଜଳେଶ୍ୱର : ଗତ କାଲି ରାତି ପ୍ରାୟ ୯.୨୬ ମିନିଟ ସମୟରେ ପଟଣା-ପୁରୀ ବୈଦ୍ୟନାଥ ଧାମ ଏକ୍ସପ୍ରେସ ଟ୍ରେନ ଆପ ଲାଇନର ୩ ନମ୍ବର ପ୍ଲାଟଫର୍ମରେ ଯାଇଥିବା ସମୟରେ ମହିଳା ଜଣକ କଟି ମୃତ୍ୟୁ ଘଟିଛି। ତେବେ ମୃତକ ହେଲେ ସୁରମା ମଲ୍ଲିକ । ସେ ଆଠ ମାସର ଗର୍ଭବତୀ ଥିବା ସୂଚନା ।

ଖବର ଅନୁଯାୟୀ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମର ସାଗର ମଲ୍ଲିକଙ୍କ ପୁଅ ଜଗଣ ମଲ୍ଲିକ (୨୨)ଙ୍କୁ ସିଙ୍ଗଲା ଥାନା ଅନ୍ତର୍ଗତ କୁଣ୍ଡୁଳି ଗ୍ରାମର ନିରଞ୍ଜନ ମଲ୍ଲିକଙ୍କ ଝିଅ ସୁରମାଙ୍କ ଦେଢ଼ ବର୍ଷ ପୂର୍ବରୁ ବୈଦିକ ରୀତି ନୀତିରେ ବିବାହ ହୋଇଥିଲା। ବିବାହ ପରଠାରୁ ଝିଅକୁ ନିର୍ଯାତନା ଦେବା ସହ ପାରିବାରିକ କଳହ ଲାଗିରହିଥିବା ବାପ ଘର ଲୋକ ଅଭିଯୋଗ କରିଛନ୍ତି। ତେବେ ମୃତ୍ୟୁ ବେଳକୁ ସୁରମା ଆଠ ମାସର ଗର୍ଭବତୀ ଥିବା ବେଳେ ପିଲା ନଷ୍ଟ କରିବା ପାଇଁ ଶାଶୁ ଘର ଲୋକେ ବାରମ୍ବାର ଚାପ ପକାଉ ଥିବା କହିଛନ୍ତି ବାପଘର । ତେଣୁ ଝିଅର ଗାଇନିଙ୍ଗ୍ ସମସ୍ୟା ଅଛି କହି ତାକୁ ୩ ରୁ ୪ ଥର କଟକ ଆଣିଥିଲେ ଚିକିତ୍ସା ପାଇଁ । ଏଥର ମୌକା ଦେଖି ଟ୍ରେନ ଆଗକୁ ଠେଲି ହତ୍ୟା କରାଯାଇଥିବା ବାପ ଘର ଲୋକେ ଜଳେଶ୍ୱର ସରକାରୀ ରେଳବାଇ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି।

ଅପର ପକ୍ଷରେ ସୁରମାଙ୍କ ଶାଶୁ ଘର ଲୋକେ କହିଛନ୍ତି ଯେ ସୁରମା ସାମାନ୍ୟ ମାନସିକ ବିକୃତ ଥିବା ବେଳେ ବିଭିନ୍ନ ସମୟରେ ଆତ୍ମହତ୍ୟା ଉଦ୍ୟମ କରୁଥିଲେ। ଏ ନେଇ କଟକରେ ଏକ ହସ୍ପିଟାଲରେ ଚିକିତ୍ସା କରାଉ ଥିଲେ।ତେବେ ଗତ କାଲି ହାଉଡା-ପୁରୀ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସରେ ଯିବା ପାଇଁ ଜଳେଶ୍ୱର ଷ୍ଟେସନରେ ୩ ନମ୍ବର ପ୍ଲାଟଫର୍ମରେ ଅପେକ୍ଷା କରିଥିଲେ। ପାଟନା-ପୁରୀ ବୈଦ୍ୟନାଥ ଧାମ ଏକ୍ସପ୍ରେସ ପ୍ରାୟ ରାତି ୯.୨୬ ମିନିଟ ସମୟରେ ଅତିକ୍ରମ କରିଥିବା ବେଳେ ଟ୍ରେନ ସାମ୍ମାକୁ ଡେଇଁ ଆତ୍ମହତ୍ୟା କରିଥିବା ସୁରମାଙ୍କ ଶାଶୂଘର ଲୋକେ କହିଛନ୍ତି।ପ୍ରାରମ୍ଭିକ ପର୍ଯ୍ୟାୟରେ ରେଳବାଇ ପୋଲିସ ପକ୍ଷରୁ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ବାପ ଘର ଲୋକେ ହତ୍ୟା ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *