Pratidin TV

Odisha's Digital News Platform

ଢେଙ୍କାନାଳରେ ଆତଙ୍କ ଖେଳାଇଛି ଅଜଣା ଜନ୍ତୁ : ରାତିରେ ନେଲା ୪୦ ମେଣ୍ଢାଙ୍କ ଜୀବନ ….

1 min read

ଢେଙ୍କାନାଳ ; ଢେଙ୍କାନାଳରେ ଆତଙ୍କ ଖେଳାଇଛି ଅଜଣା ଜନ୍ତୁ । ନେଇଛି ୪୦ ମେଣ୍ଢାଙ୍କ ଜୀବନ । ଭୟରେ ଥରହର ଗ୍ରାମବାସୀ । ଖବର ଅନୁଯାୟୀ ଆଜି ସକାଳ ସମୟରେ ଢେଙ୍କାନାଳ ଜିଲ୍ଲା ସଦର ବ୍ଲ୍କକ ସୋଗରପଶି ଗ୍ରାମ ପଞ୍ଚାୟତ ର ଆରଦା ଗ୍ରାମର ଚାଷୀ ସାଧୁ ଚରଣ ରାଉତଙ୍କର ୪୦ ଟି ମେଣ୍ଡା କ୍ଷତ ବିକ୍ଷତ ଅବସ୍ଥାରେ ମିଳିଛନ୍ତି । ମୃତ ମେଣ୍ଢା ପଲଙ୍କର ବେକ ଓ ପେଟରେ ରକ୍ତାକ୍ତ କ୍ଷତ ଥିବା ଦେଖାଯାଇଛି ।

କୌଣସି ଅଜଣା ଜନ୍ତୁ ମେଣ୍ଡା ପଲ ଙ୍କର ବେକ ଓ ପେଟ କୁ କାମୁଡି ରକ୍ତ ପିଇ ଦେଇଥିବା ଯୋଗୁଁ ମେଣ୍ଡା ମାନଙ୍କର ମୃତ୍ୟୁ ହୋଇଥିବା ଚାଷୀ ସାଧୁ ଚରଣ ଓ ଗ୍ରାମବାସୀ ମାନେ ସନ୍ଦେହ କରୁଛନ୍ତି । ଗ୍ରାମରେ ଅଜଣାଜନ୍ତୁଙ୍କ ଆତଙ୍କ ଯୋଗୁଁ ଗ୍ରାମବାସୀ ମାନେ ଆତଙ୍କିତ ହୋଇ ପଡିଛନ୍ତି । ସାଧୁ ଚରଣ ଜଣେ ମେଣ୍ଢା ଚାଷୀ । ତାଙ୍କର ପ୍ରାୟ ୭୦ ରୁ ଉର୍ଦ୍ଧ ମେଣ୍ଡା ଥିଲା । ସେଥିରୁ ଅଜଣା ଜନ୍ତୁ ଆକ୍ରମଣ ରେ ୪୦ ମେଣ୍ଡା ଙ୍କ ମୃତ୍ୟୁ ପରେ ଦୁଃଖ ରେ ଭାଙ୍ଗି ପଡିଛନ୍ତି ସାଧୁ ଚରଣ ।

Advertisement

ମେଣ୍ଢା ଚାଷ ତାଙ୍କର ଜୀବନ ଜୀବିକା । ଜିଲ୍ଲା ପ୍ରଶାସନ ଓ ଜିଲା ପ୍ରାଣୀ ବିଭାଗ ଘଟଣାର ତଦନ୍ତ କରି ତୁରନ୍ତ ତାଙ୍କୁ କ୍ଷତିପୁରଣ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ଏଥି ସହ ଅଜଣା ଜନ୍ତୁକୁ ତୁରନ୍ତ ଠାବ ଏବଂ ଚିହ୍ନଟ କରିବା ପାଇଁ ବନ ବିଭାଗ ପଦକ୍ଷେପ ନେବାକୁ ଅଞ୍ଚଳ ବାସୀ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *