Pratidin TV

Odisha's Digital News Platform

୨୯ ଦିନ ପୂର୍ବରୁ ନିଖୋଜ ହୋଇଯାଇଥିଲା ପୁଅ , ମିଳିଲା ମାଟିତଳୁ ….

1 min read

ଯାଜପୁର : ପୁତ୍ର ନିଖୋଜ ହେବାର ୨୯ ଦିନ ପରେ ମୃତ ଦେହକୁ ପରିବାରକୁ ହସ୍ତାନ୍ତର କଲା ପୋଲିସ । ଗତ ଜୁନ ମାସ ୧୫ ତାରିଖରେ ସାଙ୍ଗ ମାନକ ସହ ବୁଲିବାକୁ ଯାଇ ଘରକୁ ଫେରିନଥିଲେ ବିଝାଂରପୁର ଥାନା ଅନ୍ତର୍ଗତ କଲ୍ୟାଣପୁର ବୈରିବାଗ ଗ୍ରାମର କାର୍ତିକ ରଣା । ବହୁ ଖୋଜା ଖୋଜି ପରେ ୨୧ ତାରିଖରେ ବିଝାଂରପୁର ଥାନାରେ ପୁଅ ନିଖୋଜ ହେବାର ଅଭିଯୋଗ କରିଥିଲେ ପରିବାର ।

ପୋଲିସ ଘଟଣାର ତଦନ୍ତ କରିବା ସହ ମୃତ କାର୍ତିକର ଗ୍ରାମରୁ ଦୁଇ ତିନି ଜଣ ସାଙ୍ଗକୁ ଉଠାଇ ଆଣି ପଚରା ଉଚୁରା କରିବା ବେଳେ ଜଣା ପଡିଥିଲା ଯାଜପୁର ପୈାରପାଳିକା ଅନ୍ତର୍ଗତ କାଳିମେଘାର ଏକ ପୋଖରିରୁ ଗତ ଜୁନ ୧୬ ରେ ଉଦ୍ଦାର ହୋଇଥିବା ମୃତ ଦେହ ସେହି ନିଖୋଜ ଯୁବକ କାର୍ତିକଙ୍କର ବୋଲି । ପୁର୍ବରୁ ଯାଜପୁର ଟାଉନଥାନା ପୋଲିସ ଉଦ୍ଦାର କରିଥିବା ମୃତ ଦେହର କୈାଣସି ପରିଚୟ ପାଇପାରି ନଥିବା ବେଳେ ଏହାକୁ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ କରି ବୈତରଣୀ ନଦୀ କୁଳର ଶ୍ମଶାନ ପଠାରେ ପୋତିଥିଲା ।

Advertisement

ଏହି ଘଟଣା ଜଣା ପଡିବା ପରେ ପୋତା ଯାଇଥିବା ମୃତ ଦେହକୁ ଖୋଳି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୋଲିସ । ଏହି ଘଟଣାରେ ତିନି ଜଣ ଙ୍କୁ ପୋଲିସ ଅଟକ ରଖି ଅଧିକ ତଦନ୍ତ କରୁଥିବା ବେଳେ ପରିବାର ପକ୍ଷରୁ ଏହା ହତ୍ୟାକାଣ୍ଡ ବୋଲି ଅଭିଯୋଗ ହୋଇଛି । ଏହି ଘଟଣାର ପ୍ରକୃତ କାରଣ ସମ୍ପର୍କରେ ପୋଲିସ କୁ ପଚାରିଲେ ମଧ୍ୟ କୈାଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Leave a Reply

Your email address will not be published. Required fields are marked *