Pratidin TV

Odisha's Digital News Platform

ଆଚାର୍ଯ୍ଯ ହରିହରଙ୍କ ଜୟନ୍ତୀ ସମାରୋହ

ଭୁବନେଶ୍ୱର, ୨ା୩: ଆଚାର୍ଯ୍ଯ ହରିହର ସାଂସ୍କୃତିକ ଓ ଆଦୃତା ଭୁବନେଶ୍ୱରର ମିଳିତ ଉଦ୍ୟମରେ ଆଚାର୍ଯ୍ଯ ହରିହର ଦାସଙ୍କ ସ୍ମୃତି ସମାରୋହ ପରିଷଦର ସଭାପତି ପ୍ରସନ୍ନ କୁମାର ଶତପଥୀଙ୍କ ପୌରୋହିତ୍ଯରେ ଆଦୃତା ପରିଷଦରେ ଅନୁଷ୍ଠିତ ହୋଇଯାଇଛି| ଏହି ସମାରୋହରେ ମୁଖ୍ଯବକ୍ତା ଭାବେ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳ, ଶ୍ରୀବିହାର ପୁରୀର ପ୍ରାକ୍ତନ ପ୍ରଫେସର ବ୍ରଜକିଶୋର ସ୍ବାଇଁ ଆଚାର୍ଯ୍ଯଙ୍କ ଆଶୀର୍ବାଦ ‘ଭଲ ମଣିଷ ହୁଅ’ର ତାତ୍ପର୍ଯ୍ଯ ବିଷୟରେ ଆଲୋଚନା କରିଥିଲେ| ଆଚାର୍ଯ୍ଯଙ୍କ ‘ଉପନିଷଦ’ ଓ ‘ଶ୍ରୀମଦ୍ ଭଗବତ ଗୀତା’ର ସରଳ ଓଡ଼ିଆ ଅନୁବାଦ ଆଜି ତାଙ୍କୁ ଅମର କରିଛି ବୋଲି କହିଥିଲେ| ଉତ୍କଳ ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫୁଲ୍ଲ କୁମାର ମିଶ୍ର ମୁଖ୍ଯ ଅତିଥି ଓ ଡ. ରାଜେନ୍ଦ୍ର ପ୍ରସାଦ ଯୋଗଦେଇ ଆଚାର୍ଯ୍ଯଙ୍କ ସଂସ୍କାର ମୂଳକ ଚିନ୍ତାଧାରା ବିଷୟରେ ଆଲୋଚନା କରିଥିଲେ|

କାର୍ଯ୍ଯକ୍ରମ ଆରମ୍ଭରେ ଅତିଥିମାନେ ଆଚାର୍ଯ୍ଯଙ୍କ ଫଟୋଚିତ୍ରରେ ମାଲ୍ଯର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରିଥିଲେ| ଆଦୃତାର ଛାତ୍ରଛାତ୍ରୀମାନେ ଗୀତା ପାଠ କରିଥିଲେ| ସଭ୍ଯ ମହେଶ୍ୱର ସାହୁ ଆଚାର୍ଯ୍ଯଙ୍କ ଉପରେ ଆଧାରିତ ସ୍ବାଗତ ସଙ୍ଗୀତ ଗାନ କରିଥିବା ବେଳେ ବରିଷ୍ଠ ଆଇନଜୀବୀ ନଟବର ମହାନ୍ତି ସ୍ବାଗତ ଭାଷଣ ଦେଇଥିଲେ| ବାଣୀବିହାରରେ ଗୋଟିଏ ଛାତ୍ରାବାସ ଆଚାର୍ଯ୍ଯ ହରିହରଙ୍କ ନାମରେ ନାମିତ ହୋଇଥିଲେ ମଧ୍ୟ ତାଙ୍କ ପ୍ରତିମୂର୍ତ୍ତିଟିଏ ସ୍ଥାପନ ହୋଇନଥିବାରୁ ପରିଷଦର ସମ୍ପାଦକ ତ୍ରିନାଥ ହୋତା ଦୁଃଖ ପ୍ରକାଶ କରିଥିଲେ| କାର୍ଯ୍ଯକ୍ରମରେ ଅନ୍ଯମାନଙ୍କ ମଧ୍ୟରେ ଚକ୍ରଧର ତ୍ରିପାଠୀ, ପତିତପାବନ ପାଢ଼ୀ, ସିଦ୍ଧାର୍ଥ ଦାସ, ନିରୋଦ କୁମାର ମିଶ୍ର, ଡ. ସୀତରାମ ଦାସ ଶାସ୍ତ୍ରୀ, ମାୟାଧର ମଲ୍ଲିକ, ଚିତ୍ତରଞ୍ଜନ ମହାନ୍ତି, ଦେବହରି ରାଉଳ, ଶିବରାମ ସିଂ, ନୀଳମଣି କର ପ୍ରମୁଖ ଯୋଗଦେଇଥିଲେ| ଶେଷରେ ଗୀତା, ଗଣିତ ମେଧା ପରୀକ୍ଷା, ବକ୍ତୃତା ପ୍ରଭୃତି ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା|

Leave a Reply

Your email address will not be published. Required fields are marked *