Pratidin TV

Odisha's Digital News Platform

ଗରିବୀ ଛଡାଇନେଲା ଗ୍ଲେହା ପୁଅକୁ : ଦାଦନ ଘଟିବାକୁ ଯାଇ ଶବ ହୋଇ ଫେରିଲେ ନୈରୁତ୍ …

1 min read

ରାୟଗଡା : ମୁଣ୍ଡ ପିଟି କାନ୍ଧୁଛନ୍ତି ବାପା , ପାଗିଳୀ ଭଳି ତଳେ ଗଡି କାନ୍ଦୁଛି ମା’ । ଘରର ପରିସ୍ଥିତି ଦେଖି ଗରିବୀ ଦୂର କରିବା ପାଇଁ ପୁଅ ଦାଦନ ଖଟିବାକୁ ଯାଇଥିଲା । ହେଲେ ଘରକୁ ଫେରିଲା ଶବ ହୋଇ । ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ସୁନଖଣ୍ଡି ପଞ୍ଚାୟତ ର ପୋଲିଗାଁରେ ।

ଉକ୍ତ ଗାଁର ନିରଞ୍ଜନ କୋଚିମ ଓ ସ୍ତ୍ରୀ ବୃନ୍ଦାବତୀଙ୍କ ଏକମାତ୍ର ପୁଅ ନୌରୁତ । ଘରର ଏକାମାତ୍ର ପୁଅ ଯୋଗୁ ଗରିବୀ ହଟାଇବା ପାଇଁ ଦିନେ ଘରୁ ଖସି ନେଲୁର୍ ଦାଦନ ଖଟିବାକୁ ଚାଲିଯାଇଥିଲେ । ସେଠାରେ ପହଞ୍ଚି ବାପାଙ୍କୁ ଫୋନ ମଧ୍ୟ କରିଥିଲେ । ଯେ ବାପା ମୁଁ ୨ ମାସ କାମ କରିବି ଆଉ ମୋବାଇଲ ଗୋଟେ କିଣି କି ପଳେଇ ଆସିବି ବୋଲି କହିଥିଲା ପୁଅ । ମାତ୍ର ୨ ମାସ ନପୁରୁଣୁ ପୁଅ ବଦଳରେ ଆସିଲା ତାର ଶବ ।

Advertisement

ଗତକାଲି ସନ୍ଧ୍ୟା ପାଞ୍ଚଟା ସମୟ ରେ ରାୟଗଡାରୁ ଗୋଟିଏ ପ୍ରାଇଭେଟ ଆମ୍ବୁଲାନ୍ସ ସହାୟତାରେ ମୃତଦେହ ପୋଲିଗାଁରେ ଶବ ପହଞ୍ଚିବା ପରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇ ଥିବା ଦେଖିବା କୁ ମିଳିଛି। ଏବେ ଏହି ବାପା ମା ନିଜର ଏକମାତ୍ର ପୁଅକୁ ହରାଇ ଭାଙ୍ଗିପଡିଛନ୍ତି । ଏନେଇ ଗ୍ରାମବାସୀ ଏହି ଗରିବ ନିରୀହ ନିରଞ୍ଜନ କୋଚିମ ଙ୍କ ପରିବାର କୁକିଛି ସହାୟତା ଯୋଗାଇ ଦେବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *