Pratidin TV

Odisha's Digital News Platform

ବନ୍ଦେ ଭାରତ ଏକ୍ସପ୍ରେସରେ ଲାଗିଲା ନିଆଁ ..

1 min read

ନୂଆଦିଲ୍ଲୀ : ଜଳିଲା ବନ୍ଦେ ଭାରତ ଏକ୍ସପ୍ରେସ । ଖବର ଅନୁଯାୟୀ ଆଜି ଭୋର ସମୟରେ ରାନୀ କମଲାପତି ରେଲୱେ ଷ୍ଟେସନରୁ ନିଜାମୁଦ୍ଦିନ ଅଭିମୁଖେ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସର ସି-୧୪ ବଗିରେ ନିଆଁ ଲାଗିଥିଲା । ଟ୍ରେନଟିକୁ ତୁରନ୍ତ କୈଥୋରାରେ ଅଟକାଇ ନିଆଁକୁ ଆୟତ କରାଯାଇଛି । ରେଲୱେର ଟାକ୍ଟିକାଲ ଟିମ୍ ଘଟଣା ସ୍ଥଳରେ ନିଆଁ କେଉଁ କାରଣର ଲାଗିଛି ସେନେଇ ତଦନ୍ତ ଚଳାଇଛି ।

ଯାତ୍ରୀମାନଙ୍କ କହିବା ଅନୁଯାୟୀ ଏସି କୋଚ୍ ସି -୧୪ ରେ ବ୍ୟାଟେରୀ ବକ୍ସ ନିକଟରେ ଧୁଆଁ ବାହାରିଥିଲା । ପରେ ଟ୍ରେନରେ ହଠାତ୍ ନିଆଁ ଜଳିଥିଲା । ପରେ ଏହାକୁ କୈଥୋରାରେ ଅଟକାଇ ନିଆଁକୁ ଆୟତ କରାଯାଇଛି । ଆଜି ଭୋର ୫ ଟା ୪୦ ମିନିଟରେ ବନ୍ଦେ ଭାରତ ଏକ୍ସପ୍ରେସ ଭୋପାଳରୁ ରାନୀ କମଲାପତି ରେଲୱେ ଷ୍ଟେସନରୁ ବାହାରି ୭ ଟା ୧୦ ମିନିଟରେ ସି -୧୪ କୋଚ୍ ବାହାରେ ବ୍ୟାଟେରୀ ସେକ୍ସନରେ ନିଆଁ ଲାଗିଯାଇଥିଲା । କିନ୍ତୁ ଏହାକୁ ତୁରନ୍ତ ଆୟତ କରାଯିବା ସହ ସବୁ ଯାତ୍ରୀ ମାନେ ସୁରକ୍ଷିତ ଥିବା କହିଛି ରେଳବିଭାଗ ।

Advertisement

Leave a Reply

Your email address will not be published. Required fields are marked *