Pratidin TV

Odisha's Digital News Platform

ସାମ୍ନାକୁ ଆସିଲେ ଇଲିଆନାଙ୍କ ମିଷ୍ଟ୍ରି ମ୍ୟାନ୍ : ନିଜେ ଫଟୋ ସେୟାର କରି ଅଭିନେତ୍ରୀ କଲେ ଡିସକ୍ଲୋଜ୍ ..

1 min read

ମୁମ୍ବାଇ : ନିଜ ପ୍ରେଗେନ୍ସି କୁ ନେଇ ସବୁବେଳେ ଚର୍ଚ୍ଚାରେ ଥାନ୍ତି ଅଭିନେତ୍ରୀ ଇଲିଆନା ଡ୍ରି କ୍ରୁଜ୍ । ବିାନ ବିବାହରେ ମା ହେବା ତାଙ୍କୁ ଚର୍ଚ୍ଚାକୁ ଆଣିଥିଲା । କିନ୍ତୁ ଏହାଠୁ ଅଧିକ ତାଙ୍କୁ ଚର୍ଚ୍ଚାକୁ ଆଣିଛି ତାଙ୍କ ମିଷ୍ଟ୍ରି ମ୍ୟାନ୍ , ଅର୍ଥାତ୍ ଇଲିଆନାଙ୍କ ବେବିର ପିତା ।ସବୁବେଳେ ଇଷ୍ଟାଗ୍ରାମରେ ନିଜ ମିଷ୍ଟ୍ରି ମ୍ୟାନଙ୍କ ଝଲକ୍ ଦେଖାଇ ପ୍ରଶଂସକମାନଙ୍କ ଉତ୍ସାହକୁ ବଢାଇଥାନ୍ତି ଅଭିନେତ୍ରୀ । ପୂର୍ବରୁ ସେ ବିନା ବିବାହରେ ମା ହେବା ପ୍ରଶଂସକମାନଙ୍କୁ ଖୁବ୍ ଆଶ୍ଚର୍ଯ୍ୟ କରିଥିଲା । କିନ୍ତୁ ତା ପରେ ଧିରେ ଧିôରେ ଇଲିଆନା ନିଜ ମିଷ୍ଟ୍ରି ମ୍ୟାନଙ୍କୁ ଲୋକଲୋଚନକୁ ଆଣିଥିଲେ । ଫୂର୍ବରୁ ସେ କେବଳ ତାଙ୍କ ମିଷ୍ଟ୍ରି ମ୍ୟାନଙ୍କ ଝଲକ ଦେଖାଇଥିବା ବେଳେ ନିକଟରେ ସେ ନିଜ ମିଷ୍ଟ୍ରି ମ୍ୟାନଙ୍କ ଫଟୋ ରିଭିଲ୍ କରିଛନ୍ତି ।

ଅଭିନେତ୍ରୀ ଇଲିଆନା ନିଜ ଇଷ୍ଟାଗ୍ରାମ ଷ୍ଟୋରୀରେ ତାଙ୍କ ପାର୍ଟନର/ମିଷ୍ଟ୍ରିମ୍ୟାନଙ୍କ ସହ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ କ୍ୟାପସନ୍‌ରେ ଲେଖିଛନ୍ତି ଡେଟ୍ ନାଇଟ୍ । ମା’ ହେବା ପୂର୍ବରୁ ସେ ନିଜ ମିଷ୍ଟ୍ରି ମ୍ୟାନଙ୍କୁ ଦୁନିଆ ସାମ୍ନାରେ ରିଭିଲ କରିଛନ୍ତି । ତେବେ ଫଟୋରୁ ଇଲିଆନାଙ୍କ ବୟଫ୍ରେଣ୍ଡ ଜଣେ ବିଦେଶୀ ବୋଲି ଜଣାପଡିଛି । ଦୁହିଁଙ୍କ ଫଟୋ ଖୁବ୍ ସୁନ୍ଦର ହୋଇଥିବାରୁ ଏଥିରେ ପ୍ରସଂସକମାନଙ୍କ ହଜାର ହଜାର ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

Advertisement

Leave a Reply

Your email address will not be published. Required fields are marked *