Pratidin TV

Odisha's Digital News Platform

ସାଇକେଲରେ ସ୍ୱଚ୍ଛତା ବାର୍ତ୍ତା , ୧୩ ଶହ କିଲୋମିଟର ଅତିକ୍ରମ କଲେଣି ବୃଦ୍ଧ …

1 min read

ଖୋର୍ଦ୍ଧା : ଦୃଢ ମନବଳ ଆଗରେ ହାର ମାନିଛି ବୟସ ସୀମା । ବୟସର ଅପରାହ୍ଣରେ ସାଇକେଲରେ ୧୩ ଶହ କିଲୋମିଟର ଅତିକ୍ରମ କରି ପରିବେଶ ସୁରକ୍ଷା ବାର୍ତ୍ତା ଦେଇଛନ୍ତି । ଆଜିର ଯୁବ ପିଢୀ ଯେଉଁଠି ୩ କିଲୋମିଟର ବି ସାଇକେଲରେ ଯିବାକୁ ରାଜି ହେଉନାହାନ୍ତି ସେଠାରେ ଜଣେ ୭୦ ବର୍ଷିୟ ବୃଦ୍ଧ ଚେନ୍ନାଇରୁ ସାଇକେଲରେ ୧୩ ୦୦ କିଲୋମିଟର ଅତିକ୍ରମ କରି ଖୋର୍ଦ୍ଧା ଚଣ୍ଡେଶ୍ୱରରେ ପହଞ୍ଚିଛନ୍ତି । ଆଉ ଚେନ୍ନାଇରୁ ବାଣ୍ଟିଆସିଛନ୍ତି ପରିବେଶ ସୁରକ୍ଷା ବାର୍ତ୍ତା ।

ଦିନକୁ ଦିନ ଜଙ୍ଗଲ ହ୍ରାସ ପାଉଥିବାରୁ ପ୍ରାକୃତିକ ପ୍ରଳୟ ସୃଷ୍ଟି ହେଉଛି । କେତେବେଳେ ବନ୍ୟା ତ ପୁଣି କେତେବେଳେ ମରୂଡି । ଆଉ କେତେବେଳେ ଭୂଷ୍କଳନର ଭୟଙ୍କର ରୂପ । ଆଉ ଏସବୁ ଶୀକାର ହେଉଛନ୍ତି ମଣିଷ ସହ ନିରୀହ ଜୀବଜନ୍ତୁ । ତେଣୁ
ବୃକ୍ଷ ରୋପଣ କରନ୍ତୁ ଏବଂ ପରିବେଶ ସୁରକ୍ଷିତ ରଖନ୍ତୁ ବୋଲି କହିଛନ୍ତି ବୃଦ୍ଧା ଜଣଙ୍କ । ଏକ ସାଇକେଲରେ ଖାଦ୍ୟ ପାନୀୟ ଧରି ଲୋକମାନଙ୍କ ପାଖରେ ପରିବେଶ ବାର୍ତ୍ତା ପହଞ୍ଚାଇଛନ୍ତି ବୃଦ୍ଧ । ଏହା ସହ ଆଗକୁ ସେ ଏହି ସ୍ୱଚ୍ଛତା ବାର୍ତ୍ତା ନେଇ କାଶୀ ଯିବେ ବୋଲି ପ୍ରକାଶ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *