Pratidin TV

Odisha's Digital News Platform

ନିଆଳରେ ଆତଙ୍କ ଖେଳାଇଛି ଶିଆଳ , ଭୟରେ ଘରୁ ବାହରୁନହାନ୍ତି ଗ୍ରାମବସୀ ..

1 min read

କେନ୍ଦ୍ରାପଡା ; ନିଆଳରେ ଶିଆଳ ଆତଙ୍କ । ଗାଁରେ ପଶି ଦିନ ରାତି ବୁଲି ବୁଲି କାମୁଡି ଆତଙ୍କ ଖେଳାଉଛି ଶିଆଳ। ଶିଆଳ ଆକ୍ରମଣରେ ତିନି ଦିନରେ ୨୭ ରୁ ଉର୍ଦ୍ଧ୍ବ ଆହତ। କାମୁଡ଼ା ଶିଆଳ ଠାରୁ ଗ୍ରାମବାସୀଙ୍କୁ ସୁରକ୍ଷା ଦେବା ପାଇଁ ହାତରେ ଠେଙ୍ଗା ବାଡି ଧରି ରାତି ଅନିଦ୍ରା ହେଉଛନ୍ତି ଆଠଟି ଗ୍ରାମର ଲୋକେ। ଶିଆଳ ପାଗଳ ହୋଇଯାଇଥିବା ବନବିଭାଗ ସନ୍ଦେହ କରୁଥିବା ବେଳେ, ଶିଆଳକୁ ଧରିବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି ।

ଆଳି ଅଞ୍ଚଳରେ ଆତଙ୍କ ସୃଷ୍ଟି କରୁଛି ଶିଆଳ। ଶିଆଳ ଭୟରେ ଘରୁ ବାହାରୁ ନାହାନ୍ତି ଲୋକେ। ହାତରେ ଠେଙ୍ଗା ବାଡ଼ି ଧରି ଦିନ ରାତି ଅନିଦ୍ରା ହେଉଛନ୍ତି ଲୋକେ। ମହିଳା ପୁରୁଷ ସମସ୍ତେ ଠେଙ୍ଗା ବାଡି ଧରି ଗ୍ରାମରେ ପଇତରା ମାରୁଛନ୍ତି। ଘରୁ ପଦାକୁ ଆସିଲେ ସମସ୍ତଙ୍କ ହାତରେ ଖଣ୍ଡେ ଖଣ୍ଡେ ଠେଙ୍ଗା। ଏମିତିକି ଛୋଟ ପିଲାମାନେ ଟିଉସନ ଯାଉଛନ୍ତି ହାତରେ ବାଡ଼ି ଧରି । ଶିଆଳ ଭୟରେ ସ୍କୁଲ ଯାଉନାଁହାନ୍ତି କିଛି ପିଲା । କିଛି ଦିନ ହେଲା ଶିଆଳ ଗ୍ରାମରେ ପଶି ଆତଙ୍କ ସୃଷ୍ଟି କରୁଛି। ଯାହା କୁ ନେଇ ସମସ୍ତେ ଭୟଭୀତ । ଗତ କିଛି ଦିନ ପରେ ୨୭ରୁ ଅଧିକ ଲୋକଙ୍କୁ ଶିଆଳ କାମୁଡି କ୍ଷତ ବିକ୍ଷତ କରିବା ପରେ ସାରା ଆଳିରେ ଆତଙ୍କ ସୃଷ୍ଟି ହୋଇଛି। ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି। ସନ୍ଧ୍ୟା ହେବା ମାତ୍ରେ ଠେଙ୍ଗା ବାଡି ଧରି ବୁଲୁଛନ୍ତି। ଶିଆଳ କାମୁଡାରେ ସାଳିଅଞ୍ଚ, ଗୋପାଳଜୀଉ ପାଟଣା, ନିଆଳ, ଗୌଡ ପାଟଣା , ଶାସନ ଓ ଟୁଙ୍ଗା ଅଞ୍ଚଳ ସମେତ ଭଦ୍ରକ ଆଖଣ୍ଡଳମଣୀ ଯାତ୍ରା କରୁଥିବା ବୋଲବମ୍ ଭକ୍ତଙ୍କୁ ମିଶାଇ ୩୦ ରୁ ଅଧିକ ଆହତ ହେଲେଣି। ଛୋଟ ପିଲା ଓ ମହିଳା ମାନଙ୍କୁ ଅଧିକ ଶିଆଳ ଆକ୍ରମଣର ଶିକାର ହେଉଛନ୍ତି। ଆତଙ୍କ ଖେଳାଉଥିବା ଶିଆଳକୁ କାବୁ କରିବା ପରିବର୍ତ୍ତେ ବନବିଭାଗ ଚୁପ୍ ବସିଥିବା ଅଭିଯୋଗ କରିଛନ୍ତି। ତେବେ ଶିଆଳ ଭୟରେ ଚାଷ କମ ସମ୍ପୂର୍ଣ ବନ୍ଦ ହୋଇଯାଇଛି କେହି ଭୟରେ ବିଲ ବାଡି଼କୁ ଯାଉନାଁହାନ୍ତି ।

Advertisement

ଶିଆଳ କାମୁଡ଼ାରେ ଆହତ ହେଉଥିବା ବ୍ୟକ୍ତି ଆଳି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଯାଉଥିଲେ ମଧ୍ୟ ସେଠାରେ ଇଞ୍ଜେକସନ ମିଳୁ ନାହିଁ ବୋଲି ଅଭିଯୋଗ କରିଛନ୍ତି ଲୋକେ। ତେବେ ଦିନରେ ଲୋକଙ୍କ ଘର୍ ଭିତରେ ପଶି ମଧ୍ୟ ଶିଆଳ ଆକ୍ରମଣ କରୁଛି। ବନବିଭାଗ ତୁରନ୍ତ ଶିଆଳକୁ କାବୁ କରିବା ପାଇଁ ଦାବୀ କରିଛନ୍ତି ଅଞ୍ଚଳବାସୀ । ଶିଆଳ ଗୁଡ଼ିକ ଦିନ ରାତି ବୁଲି ବୁଲି କାମୁଡୁଥିବାରୁ ସାଧାରଣରେ ଆତଙ୍କ ସୃଷ୍ଟି ହୋଇଛି। ତେବେ ବଣଜଙ୍ଗଲ, ବୁଦା ମୂଳେ ରହୁଥିବା ଶିଆଳ କେଉଁ କାରଣ ପାଇଁ ଜନବସତି ମୁହାଁ ହୋଇଛନ୍ତି ତାହାର ନିର୍ଦ୍ଧିଷ୍ଟ କାରଣ ଜଣା ପଡ଼ିନାହିଁ। ଶିଆଳ ପାଗଳ ହୋଇ ଯାଇଥିବା ବନବିଭାଗ ସନ୍ଦେହ କରୁଛି। ଶିଆଳ ମାନେ ଗାଁ ଭିତରେ ପଶି ଲୋକଙ୍କୁ ଗୋଡେଇ ଗୋଡେଇ କାମୁଡୁଚି। ଲୋକ ମାନେ ସନ୍ଧ୍ୟା ପରେ ପଦାକୁ ଗୋଡ କାଢ଼ିବାକୁ ଡରୁଛନ୍ତି। ଆଳି ବ୍ଲକର ଦୁଇ ପାର୍ଶ୍ଵରେ ଦୁଇଟି ନଦୀ ବ୍ରାହ୍ମଣି ଓ ବୈତରଣୀ ବହି ଯାଇଛି । ତେବେ ନଦୀର ଜଳକୁ ଗଲେ କୁମ୍ଭୀର ଖାଉଛି ସ୍ଥଳ ଭାଗରେ ଏବେ ଶିଆଳ ଗୋଡେଇ କାମୁଡୁଛି । ତେବେ ଏହି ଶିଆଳ ଦାଉରୁ ରକ୍ଷା ପାଇବା ପାଇଁ ଅଞ୍ଚଳବାସୀ ପ୍ରଶାସନକୁ ଅନୁରୋଧ କରିଛନ୍ତି !

Leave a Reply

Your email address will not be published. Required fields are marked *