Pratidin TV

Odisha's Digital News Platform

କ୍ୟାନସର ପୀଡିତାଙ୍କୁ ସହାୟତାର ହାତ ବଢାଇଲେ ସମାଜସେବୀ ମୀରାବାଇ ଦେଓ

1 min read

ବେଗୁନିଆପଡା : କୁନି ଆଖିରେ ଦେଖିଥିଲେ ଅନେକ ସ୍ୱପ୍ନ । ପାଠ ପଢିବେ ବଡ ହେବେ ନିଜ ବାପା ମାଙ୍କ ସ୍ୱପ୍ନ ପୂରଣ କରିବେ କିନ୍ତୁ ସମୟ ଛଡାଇ ନେଇଛି ତାଙ୍କ ସବୁ ସ୍ୱପ୍ନ । ଦୀର୍ଘ ୬ ମାସ ହେବ କ୍ୟାନ୍ସର ରୋଗରେ ଛଟପଟ ହେଉଛନ୍ତି ୧୬ ବର୍ଷିୟ କାଜଲ । ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ କୁମ୍ଭାରଗାଁ ଗ୍ରାମ ପଞ୍ଚାୟତର କୁମାରିପାରୀ ଗ୍ରାମର ଭିକା ପଲେଇଙ୍କ ସାନ ଝିଅ କାଜଲ ପଲେଇ (୧୬) ।

ଚାଷୀ ପରିବାରରେ ଜନ୍ମିତ କାଜଲ ମେଡିକାଲ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ପଡିଛନ୍ତି। କଟକ ସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ହସ୍ପିଟାଲ ରେ ଏବେ ଚିକିତ୍ସାରତ । କେବେଳ ଅପେକ୍ଷା ତ ନିଜର ସୁସ୍ଥ ହେବା ଅବସ୍ଥାକୁ କିପରି ସୁସ୍ଥ ହୋଇ ସେ ଘରକୁ ଫେରିବେ ଆଉ ନିଜ ସ୍ୱପ୍ନ ପୂରଣ କରିବେ ।

Advertisement

ତେବେ କାଜଲଙ୍କ ପରିବାରର ଆର୍ଥିକ ପରିସ୍ଥିତି ଏତେଟା ସ୍ୱଚ୍ଛଳ ନୁହଁ । କିନ୍ତୁ ତାସତ୍ତ୍ୱେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରଶାସନିକ ସାହାଯ୍ୟ ମିଳି ନଥିବା ପରିବାର ଲୋକେ କହିଛନ୍ତି । ଖବର ପାଇ ସମାଜସେବିକା ମୀରା ବାଇ ଦେଓ କାଜଲଙ୍କ ବାସ ଭବନରେ ପହଞ୍ଚି ସାହାଯ୍ୟର ହାତ ବଢାଇବା ପାଇଁ ପ୍ରତିଶୃତି ଦେବା ସହ ଏନେଇ ସେ ଜିଲ୍ଲାପାଳ ଓ ବେଗୁନିଆପଡା ବିଡିଓଙ୍କ ଅବଗତ କରାଇବେ ବୋଲି ଜଣାଇଛନ୍ତି । କାଜଲଙ୍କ ପରିବାର ଗରୀବ ପରିବାରର ହୋଇ ଥିବାରୁ ପ୍ରଶାସନିକ ସ୍ତରରେ କିମ୍ବା କୌଣସି ସହୃଦୟ ବ୍ୟକ୍ତିଙ୍କ ସାହାଯ୍ୟ ପାଇଁ ଆକୁଳ ନିବେଦନ କରିଛନ୍ତି କାଜଲଙ୍କ ପରିବାର ।

Leave a Reply

Your email address will not be published. Required fields are marked *