Pratidin TV

Odisha's Digital News Platform

ହାତଗୋଡ ବାନ୍ଧି ନିର୍ଯାତନା ଦେଉଥିଲେ ବାପା ମା ; ପାଠ ବଦଳରେ ଭିକ ମାଗିବାକୁ ପଠାଉଥିଲେ ….

ଭୁବନେଶ୍ୱର : ରାଜଧାନୀରୁ ଆସିଲା ଚାଞ୍ଚଲ୍ୟକର ଖବର । ନିଜ ଜନ୍ମକଲା ବାପା ମା’ଙ୍କ ନାଁରେ ସାଘାତିକ୍ ଅଭିଯୋଗ ଆଣିଲା ୧୦ ବର୍ଷର ନାବାଳିକା । ଝିଅର ହାତ ଗୋଡ ବାନ୍ଧି ନିର୍ଯାତନା ଦେଉଥିଲେ ବାପା ମା’ । ତା ସହ ତାକୁ ଭିକ୍ଷା ମାଗିବାକୁ ବାଧ୍ୟ କରୁଥିଲେ । ଏନେଇ ଆଜି ଭୁବନେଶ୍ୱର ଚାଇଲ୍ଡଲାଇନର ମୁଖ୍ୟ ନିର୍ଦ୍ଦେଶକ ଡଃ ବେଣୁଧର ସେନାପତି ସୂଚନା ଦେଇଛନ୍ତି ।

ଖବର ଅନୁଯାୟୀ ନନ୍ଦନକାନନ ଅଞ୍ଚଳରେ ୧୦ ବର୍ଷର ଝିଅ ହାତ ଗୋଡରେ ବେଡି ପଡିଥିବା ଅବସ୍ଥାରେ ଉଦ୍ଧାର କରିଛି ନନ୍ଦନକାନନ ପୋଲିସ । ଗତକାଲି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ସମ୍ମୁଖରେ ଅତି ସୋଚନୀୟ ଅବସ୍ଥାରେ ଭିକ ମାଗୁôଥଲା ନାବାଳିକା ଏହି ସମୟରେ ନନ୍ଦନକାନନ ପୋଲିସ ତାକୁ ଉଦ୍ଧାର କରିଥିଲା । ତେବେ ଝିଅଟିକୁ ପଚରା ଉଚରା ସମୟରେ ସମୃକ୍ତ ମାମଲା ସାମ୍ନାକୁ ଆସିଛି । ଝିଅଟିର ବାପା ମା ତାକୁ ଭିକ୍ଷା ବୃତ୍ତି କରିବାକୁ ବାଧ୍ୟ କରିଥିଲେ । ଘରେ ତାର ହାତ ଗୋଡ ବାନ୍ଧି ତାକୁ ନିର୍ଯାତନା ମଧ୍ୟ ଦେଉଥିଲେ । ଏନେଇ ପୋଲିସ ଜୁଭେନାଇ ଜଷ୍ଟିସ୍ ଆକ୍ଟ ୭୫ ଅନୁସାରେ ନାବାଳିକା ଉପରେ ଅତ୍ୟାଚାର ଓ ଆକ୍ଟ ୭୬ ଅନୁସାରେ ଭିକ୍ଷାବୃତ୍ତି ପାଇଁ ବାଧ୍ୟ କରିଥିବା ନେଇ ମାମାଲା ରୁଜ୍ଜୁ କରି ଝିଅଟିକୁ ଭୁବନେଶ୍ୱର ଚାଇଲ୍ଡଲାଇନ୍ ପାଖରେ ଛଡାଯାଇଛି ।

ତେବେ ସେକ୍ସନ ୭୫ ଅନୁସାରେ ନାବାଳିକା ଅତ୍ୟାଚାର ପାଇଁ ୫ ବର୍ଷ ଜେଲଦଣ୍ଡ ଏବଂ ସେକ୍ସନ ୭୬ ଅନୁସାରେ ଭିକ୍ଷାବୃତ୍ତି ପାଇଁ ବାଧ୍ୟ କରାଇବା ନେଇ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନାର ଆଇନ୍ ରହିଛି । ତେବେ ନନ୍ଦନକାନନ ପୋଲିସ ସମୃକ୍ତ ଘଟଣାର ଜୋରସୋର ତଦନ୍ତ ଚଳାଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *