Pratidin TV

Odisha's Digital News Platform

ମଣିପୁର ଭିଡିଓ ଭାଇରାଲ ଘଟଣା : କାର୍ଗିଲ ଯୁଦ୍ଧରେ ଦେଶକୁ ବଞ୍ଚାଇଦେଲେ ଯବାନ କିନ୍ତୁ ସ୍ତ୍ରୀର ଇଜ୍ଜତ ରକ୍ଷା କରିପାରିଲେନି ….

ମଣିପୁର : ଦେଶ ପାଇଁ ସଂଘର୍ଷ କରିଥିଲେ କିନ୍ତୁ ପତ୍ନୀଙ୍କୁ ସୁରକ୍ଷା ଦେଇପାରିନେଲି ନିଜ ପ୍ରତିକ୍ରିୟା ରଖିଛନ୍ତି କାର୍ଗିଲ ଯୁଦ୍ଧରେ ଲଢିଥିବା ଅବସର ପ୍ରାପ୍ତ ଯବାନ । ମଣିପୁରର କାଙ୍ଗପୋକପିରେ ଦୁଇଜଣ ମହିଳାଙ୍କୁ ଉଲଗ୍ନ ଏବଂ ନିର୍ଯାତନା ଦିଆଯାଉଥିବା ଏକ ଭିଡିଓ ବୁଧବାର ଦିନ ସାମ୍ନାକୁ ଆସିଥିଲା ଏବଂ ଏଥିରେ ବ୍ୟାପକ ଅସନ୍ତୋଷ ପ୍ରକାଶ ପାଇଥିଲା। ବିରୋଧୀଙ୍କ ନେତାମାନେ ମହିଳାଙ୍କ ସୁରକ୍ଷା ଏବଂ ଆଇନ ଶୃଙ୍ଖଳା ରକ୍ଷା କରିବାରେ ପୋଲିସର ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ମଣିପୁର ପୁଲିସର ଦକ୍ଷତା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆଉ ଏ ସବୁ ଭିତରେ ଭିଡିଓରେ ଦେଖାଯାଇଥିବା ଜଣେ ମହିଳାଙ୍କ ସ୍ୱାମୀ ହେଉଛନ୍ତି ଜଣେ ପୂର୍ବତନ ସେନା ବ୍ୟକ୍ତି ଯିଏକି କାର୍ଗିଲ ଯୁଦ୍ଧରେ ମଧ୍ୟ ଲଢିଥିଲେ । ସେ ଆସାମ ରେଜିମେଣ୍ଟର ସୁବେଦାର ଭାବରେ ଭାରତୀୟ ସେନାରେ କାର୍ଯ୍ୟ କରିଥିଲେ।

ଏହି ବିବ୍ରତ ଘଟଣା ସମ୍ପର୍କରେ ସେ କହିଛନ୍ତି, “ମୁଁ କାର୍ଗିଲ ଯୁଦ୍ଧରେ ଦେଶ ପାଇଁ ଲଢିଥିଲି ଏବଂ ଭାରତୀୟ ଶାନ୍ତି ରକ୍ଷା ବାହିନୀର ଏକ ଅଂଶ ଭାବରେ ଶ୍ରୀଲଙ୍କାରେ ମଧ୍ୟ ଥିଲି। ମୁଁ ଦେଶକୁ ସୁରକ୍ଷା ଦେଇଥିଲି କିନ୍ତୁ ଅବସର ପରେ ମୁଁ ମୋର ଘର, ପତ୍ନୀ ଏବଂ ସାଥୀ ଗ୍ରାମବାସୀଙ୍କୁ ସୁରକ୍ଷା ଦେଇ ପାରିଲି ନାହିଁ । ଏକ ହିନ୍ଦୀ ନ୍ୟୁଜ୍ ଚ୍ୟାନେଲ ସହ ସାକ୍ଷାତକାରରେ କରି ପୂର୍ବତନ ସେନା ଯବାନ କହିଛନ୍ତି ଯେ ସେ ଏହି ଘଟଣାକୁ କଦାପି ଭୁଲିପାରିବେନାହିଁ । ତାଙ୍କ ଆଖି ସାମ୍ନାରେ ହିଁ ତାଙ୍କ ପତ୍ନୀଙ୍କୁ ନେଇଯାଇଥିଲେ କିନ୍ତୁ ସେ କିଛି କରିପାରିନଥିଲେ । ସେ ଆଉ ମଧ୍ୟ କହିଛନ୍ତି ଯେ ମୁଁ କାର୍ଗିଲ ଯୁଦ୍ଧର ସାମ୍ନା କରିଛି କିନ୍ତୁ ଆମ ଅଞ୍ଚଳ ତ କାର୍ଗିଲର ଯୁଦ୍ଧ ଭୂମିଠାରୁ ବି ଭୟଙ୍କର ହୋଇଯାଇଛି । ମୁଁ ଚାହୁଁଛି ସେହି ସମସ୍ତ ଲୋକ ଯେଉଁମାନେ ଆମ ଘର ପୋଡ଼ି ଦେଇଥିଲେ ଏବଂ ଜାତିପ୍ରଥାକୁ ନେଇ ଆମ ମହିଳାମାନଙ୍କୁ ଅପମାନିତ କରିଥିଲେ, ସେମାନଙ୍କୁ କଠୋର ଦଣ୍ଡ ଦିଆଯାଉ।

“ମୁଁ କାର୍ଗିଲରେ ସାମ୍ନାରେ ଯୁଦ୍ଧ କରୁଥିବା ଦେଖିଛି। ଏବଂ ଯେତେବେଳେ ମୁଁ ଘରକୁ ଫେରିଲି (ମୋର ଅବସର ପରେ), ଯୁଦ୍ଧକ୍ଷେତ୍ର ଅପେକ୍ଷା ମୋର ନିଜ ସ୍ଥାନ ଅଧିକ ବିପଜ୍ଜନକ ବୋଲି ସେ ଟାଇମ୍ସ ଅଫ୍ ଇଣ୍ଡିଆକୁ କହିଛନ୍ତି।ସେ କହିଛନ୍ତି, “ସେମାନେ ଆମ ଗାଁକୁ ଆସି ଘର ପୋଡି ଦେବା ଆରମ୍ଭ କରିଥିଲେ। ସମସ୍ତ ଗ୍ରାମବାସୀ ସେମାନଙ୍କ ଜୀବନ ରକ୍ଷା କରିବାକୁ ପଳାଇବାକୁ ଚେଷ୍ଟା କରିଥିଲେ ଏବଂ ମୋ ପତ୍ନୀ ମୋ ଠାରୁ ଅଲଗା ହୋଇଯାଇଥିଲେ। ସେ ଏବଂ ଅନ୍ୟ ଚାରିଜଣ ଗ୍ରାମବାସୀ ଜଙ୍ଗଲରେ ଲୁଚି ରହିଥିଲେ। ଆମ ଘୁଷୁରି ଓ କୁକୁଡ଼ା ଗୋଡାଇ ଗାଁ ଭିତରକୁ ପ୍ରବେଶ କରିଥିବା କିଛି ଆକ୍ରମଣକାରୀ ସେଠାରେ ଲୁଚି ରହିଥିବା ଦେଖିବାକୁ ପାଇଥିଲେ।

ଏହାପରେ ଆକ୍ରମଣକାରୀ ମାନେ ଆମକୁ ବନ୍ଧୁକ ମୁନରେ ଘେରିନେଇଥିଲେ । ଆଉ ଏହା ପରେ ଜଙ୍ଗଲ ଭିତରକୁ ପଶି ଆମ ପଶୁମାନଙ୍କୁ ମାରିଦେଇଥିଲେ । ଏବଂ ମୋ ସାମ୍ନାରେ ମୋ ସ୍ତ୍ରୀ ସହ ଆଉ ୨ ମହିଳାଙ୍କ ବିଲ ଜମି ଆଡକୁ ଟାଣି ଟାଣି ନେଇଯାଇଥିଲେ । ମୁଣ୍ଡରେ ବନ୍ଦୁକ ଲଗାଇ ମୋ ସ୍ତ୍ରୀ ସହ ଆଉ ୨ ମହିଳାଙ୍କୁ ଉଲଗ୍ନ କରିବାକୁ ବାଧ୍ୟ କରିଥିଲେ । କିନ୍ତୁ ୩ ୟ ମହିଳା ପାଖରେ ୧ ବର୍ଷର ଶିଶୁ ଥିବାରୁ ତାକୁ ଛାଡିଦେଇଥିଲେ । କିନ୍ତୁ ମୋ ସ୍ତ୍ରୀ (୪୨) ଆଉ ଜଣେ ଗାଁର ଯୁବତୀଙ୍କୁ (୨୧) ଛାଡିନଥିଲେ । ତାଙ୍କୁ ସମ୍‌ୂର୍ଣ୍ଣ ଉଲଗ୍ନ କରି ଗାଁ ରାସ୍ତାରେ ବନ୍ଧୁକ ମୁନରେ ବୁଲାଇଥିଲେ ଏହାପରେ ଦୁହିଁଙ୍କୁ ବିଲକୁ ଉଠାଇନେଇ ଗଣ ଦୁର୍ଷ୍କମ କରିଥିଲେ । ଏସବୁକୁ ପ୍ରତିବାଦ କରିବାରୁ ସେଇ ୨୧ ବର୍ଷିୟ ଯୁବତୀର ଭାଇ ଓ ବାପାଙ୍କୁ ସର୍ବ ସମ୍ମୁଖରେ ନିର୍ମମ ହତ୍ୟା କରିଦେଇଥିଲେ । ଯାହା ଫଳରେ କେହିବି ଆଉ ପ୍ରତିବାଦ କରିନଥିଲେ । ପ୍ରାୟ ୨ ରୁ ୩ ଘଣ୍ଟା ଏପରି କରିବା ପରେ ସେଠାରୁ ଚାଲିଯାଥିଲେ ସେମାନେ । ମୋ ସ୍ତ୍ରୀକୁ ମୁଁ ପରେ ଫେରିପାଇଥିଲି କିନ୍ତୁ ବର୍ତ୍ତମାନ ସୁଦ୍ଧା ସେଇ ୨୧ ବର୍ଷୀୟ ଯୁବତୀର କୌଣସି ପତ୍ତା ମିଳୁନାହିଁ । ଏହାପରେ ଆମେ ଜୁନ ୨୧ ରେ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ମାମାଲାରେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ବୁଧବାର ଏହି ଭିଡିଓଟି ଭାଇରାଲ ହେବା ପରେ ତତର୍ପରା ଦେଖାଇଛନ୍ତି ରାଜ୍ୟ ସରକାର ଓ ପ୍ରଶାସନ । ତେବେ ଏତେ ଦିନ ସେମାନେ କାହିଁକି ଚୁପ୍ ବସିଥିଲେ ବୋଲି ପ୍ରଶ୍ନ କରିଛନ୍ତି ଯବାନ ।

ସେ ଆଉ ମଧ୍ୟ କହିଛନ୍ତି ଯେ ଖୁବ୍ କଷ୍ଟରେ ମୁଁ ମୋ ପତ୍ନୀକୁ ବୁଝାଇଛି ।ସେ ମାନସିକ ସ୍ତରରେ ପୁରାଦୁର୍ବଳ ହୋଇପଡିଛନ୍ତି । ସବୁବେଳେ ଚୁପ୍ ରହୁଛନ୍ତି । ଆଗପରି କଥାବାତ୍ତା କି ଖାଇବା ପିଇବା ମଧ୍ୟ ନାହିଁ । ଏହି ଘଟଣା ତାଙ୍କୁ ଖୁବ୍ ଆଘାତ୍ କରିଛି ।

Leave a Reply

Your email address will not be published. Required fields are marked *