Pratidin TV

Odisha's Digital News Platform

VSS ନଗର ରେଲୱେ ଟ୍ରାକରେ କଟିଗଲେ ମହିଳା , ଫୋନରେ ଅଛି ସବୁ ତଥ୍ୟ !

1 min read

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ବୀର ସୁରେନ୍ଦ୍ରା ସାଏ ନଗରରେ ଆଜି ମଧ୍ୟହ୍ନ ୧.୨୦ ସମୟରେ ଘଟିଯାଇଛି ବିଭସ୍‌ô ଘଟଣା । VSSନଗର ରେଲୱେ ଟ୍ରାକକୁ ଡେଇଁ ଜୀବନ ହାରିଛନ୍ତି ଜଣେ ମହିଳା । ତେବେ ଉକ୍ତ ଘଟଣାରେ ମହିଳାଙ୍କ ଶରୀରରୁ ତାଙ୍କ ମୁଣ୍ଡ ସମ୍ପୂର୍ଣ୍ଣ ଅଲଗା ହୋଇଯାଇଥିବାରୁ ତାଙ୍କ ପରିଚୟ ଖୋଜିବା କଷ୍ଟକର ହୋଇପଡିଛି । ଖବର ପାଇ ଘଟଣା ସ୍ଥଳରେ ଜିଆରପି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ମହିଳା ଜଣଙ୍କ ମଧ୍ୟହ୍ନ ୧୨.୩୦ ସମୟରେ VSS ନଗର ରେଲୱେ କ୍ରସିଂ ପାଖରେ ଛିଡା ହୋଇ ଫୋନରେ କଥାହୋଇଥିଲେ । ପ୍ରାୟ ୪୦ ମିନିଟ କଥା ହେବାପରେ ମହିଳା ଜଣଙ୍କ କାନ୍ଦି କାନ୍ଦି ଭୁବନେଶ୍ୱରରୁ ଚେନ୍ନାଇ ଯାଉଥିବା ଏକ୍ସପ୍ରେସ ଆଗକୁ ଡେଇଁ ଜୀବନ ହାରିଥିବା ଜଣାପଡିଛି । ଯେଊଁଥିରେ ମହିଳା ଜଣଙ୍କର ମୁଣ୍ଡ ଶରୀରରୁ ସମ୍‌ୂର୍ଣ୍ଣ ଅଲଗା ହୋଇଯାଇଥିବା ଜଣାପଡିଛି । ଯାହାଫଳରେ ତାଙ୍କ ପରିଚୟ ଖୋଜିବା କଷ୍ଟକର ହୋଇପଡିଛି ।

Advertisement

ଖବର ପାଇ ସହିଦନଗର ପୋଲିସ ଏବଂ ଜିଆରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ସମୟରେ ଟ୍ରେନ ଟ୍ରାକରୁ କିଛି ଟଙ୍କା ଓ ମହିଳାଙ୍କ ଚପଲ ଏବଂ ଚେନ୍ ମିଲିଛି । କିନ୍ତୁ ମହିଳା ଜଣଙ୍କ କଥା ହେଉଥିବା ଫୋନ ଏଯାଏଁ ପୋଲିସ ହାତରେ ଲାଗିନାହିଁ । ତେବେ ଯୁବତୀ ଜଣଙ୍କ କିଏ ଏବଂ ଏଠାରେ କାହିଁକି ଆତ୍ମହତ୍ୟା କଲେ ? କେଉଁ କାରଣ ପାଇଁ ଏଭଳି ପଦକ୍ଷେପ ଉଠାଇଲେ ନା ତାଙ୍କୁ କିଏ ଏଥିପାଇଁ ବାଧ୍ୟ କରିଛି ଏସବୁ ଦିଗକୁ ଲକ୍ଷ୍ୟ ରଖି ତଦନ୍ତ ଚଳାଇଛି ପୋଲିସ । ତେବେ ପୋଲିସ ଅନୁମାନରୁ ଜଣାପଡିଛି ଯେ ମହିଳାଙ୍କ ବୟସ ପାଖାପାଖି ୨୭ କି ୨୮ ହେବ । ତେବେ ତାଙ୍କ ମୋବାଇଲ ଫୋନ ଠାବ ହେଲେ ସମୃକ୍ତ ଘଟଣାର ପର୍ଦାଫାସ ହୋଇପାରିବ ବୋଲି କହିଛି ସହିଦନଗର ପୋଲିସ ।

Leave a Reply

Your email address will not be published. Required fields are marked *