ଦିଅର ପ୍ରେମରେ ସ୍ୱାମୀଙ୍କୁ ଛାଡି ଭାଉଜ ଫେରାର, ଥାନାରେ ହେଲା ବାହାଘର ..
1 min readବୀରମହାରାଜପୁର : ଥାନାରା ହେଲା ଭାଉଜ -ଦିଅରଙ୍କ ବାହାଘର । ତାହା ପୁଣି ସ୍ୱାମୀ ଓ ପରିବାର ବର୍ଗଙ୍କ ଉପସ୍ଥିତିରେ । ବଦଳିଲା ସର୍ମ୍ପକ ସ୍ୱାମୀ ହେଲା ଦେଢସୁର ଆଉ ଦିଅର ସାଜିଲା ବର । ଦିଅର ପ୍ରେମରେ ସ୍ୱାମୀଙ୍କୁ ଛାଡି ଭାଉଜ ଫେରାର ହୋଇଥିବାବେଳେ, ଗତକାଲି ବିଳମ୍ବିତ ରାତ୍ରିରେ ଥାନାରେ ଅନୁଷ୍ଠିତ ହୋଇଛି ଉଭୟ ପ୍ରେମୀ ଯୁଗଳଙ୍କ ବାହାଘର । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡାହତା ଗ୍ରାମ ପଂଚାୟତର ସାନ କିରାସିରା ଗ୍ରାମରେ ।
ମିଳିଥିବା ସୂଚନା ଅନୁସାରେ ଆଜକୁ ତିନି ବର୍ଷ ତଳେ, ଅନଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ସାମସିଙ୍ଗ ଗ୍ରାମର ଝିଲ୍ଲୀ ପଧାନ ନାମକ ଜଣେ ଯୁବତୀ, ସୁବଳୟା ଥାନା ଅନ୍ତର୍ଗତ ସାନ କିରାସିର ଗ୍ରାମର ମାଧବ ପ୍ରଧାନଙ୍କୁ ବୈଦିକ ରୀତିନୀତି ଅନୁସାରେ ବିବାହ କରିଥିଲେ । ତେବେ ମାଧବଙ୍କ ମାଉସୀଙ୍କୁ ପୁଅ ବାରଘାଟ ନିବାସୀ ପରମେଶ୍ୱର ପ୍ରଧାନ ତାଙ୍କ ଘରକୁ ଯିବା ଆସିବା କରନ୍ତି । ଇତି ମଧ୍ୟରେ ପରମେଶ୍ୱର ଏବଂ ଝିଲ୍ଲୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ।
ତେବେ ବେଶ କିଛିଦିନ ଲୁଚି ଲୁଚି ପ୍ରେମ କଲାପରେ, ଗତ ଏକ ସପ୍ତାହ ତଳେ ଉଭୟ ପ୍ରେମୀ ଯୁଗଳ ତାଙ୍କ ପ୍ରେମକୁ ସ୍ୱାମୀ ସ୍ତ୍ରୀର ରୂପ ଦେବାକୁ ଯାଇ ଘରୁ ଫେରାର ମାରିଥିଲେ ଏହାପରେ ଝିଲ୍ଲୀଙ୍କ ସ୍ୱାମୀ ମାଧବ ସୁବଳୟା ଥାନାର ଦ୍ୱାରସ୍ତ ହୋଇ ଲିଖିତ ଅଭିଯୋଗ କରିଥିଲେ । ପୋଲିସ୍ ଛାନ୍ଭିନ୍ କରି ଉଭୟଙ୍କୁ ଗତ ଗୁରୁବାର ଉଦ୍ଧାର କରିଥିଲା। ତେବେ ଉଭୟ ଦିଅର-ଭାଉଜ ପରସ୍ପରକୁ ବିବାହ କରିବାକୁ ଥାନାରେ ଅଡ଼ି ବସିଥିଲେ। ଶେଷରେ ଥାନା ପରିସରରେ ଝିଅର ବାପ ଘର ଓ ଶ୍ୱଶୁର ଘର ସହ ପ୍ରେମିକଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ଉଭୟ ଦିଅର ଭାଉଜଙ୍କ ବିବାହ କରାଯାଇଥିଲା।