ସିଲଭର ସିଟିରେ ଚାଞ୍ଚଲ୍ୟ : ଭଡା ଘରୁ ଡାକ୍ତରଙ୍କ ଗଳିତ ମୃତଦେହ ଉଦ୍ଧାର
1 min readକଟକ : ବନ୍ଦ ଘରୁ ଉଦ୍ଧାର ହେଲା ଡାକ୍ତରଙ୍କ ଗଳିତ ମୃତଦେହ । କଟକ ଚାଉଳିଆଗଞ୍ଜ ମୁଖ୍ୟ ରାସ୍ତା ସିଲଭର ସିଟି ହସ୍ପିଟାଲ ସାମ୍ନାରେ ଥିବା ଏସିବି ମେଡ଼ିକାଲ ର ଅବସରପ୍ରାପ୍ତ ଡାକ୍ତର ହରିପ୍ରସାଦ ମହାନ୍ତି ଙ୍କ ଘରେ ଜଣେ କାର୍ଯ୍ୟରତ ଡାକ୍ତର ଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ହେବାର ତିନିଦିନ ପରେ ଆଜି ପୋଲିସ ଉପସ୍ଥିତ ରେ ଗଳିତ ଶବ କୁ ଉଧାର କରାଯାଇଛି । ଓଡ଼ିଶା ବାହାରୁ ଆସି ଭଡାରେ ରହୁଥିବା ଡାକ୍ତର ମାଲାଦି ଭେଙ୍କଟ ଚନ୍ଦ୍ରଶେଖର ଙ୍କର ଗଳିତ ଶବକୁ ଆଜି ଚାଉଳିଗଞ୍ଜ ପୋଲିସ ଦ୍ୱାରା ଉଦ୍ଧାର କରାଯାଇଛି ।
ଘର ମାଲିକଙ୍କ କହିବା ଅନୁଯାୟୀ ଡାକ୍ତର ଜଣଙ୍କ ସାଲେପୁର ଗୋଷ୍ଟି ସ୍ଵାସ୍ତ୍ୟ କେନ୍ଦ୍ରରେ କାର୍ଯ୍ୟରତ ଥିଲେ ତାଙ୍କର ସ୍ୱାସ୍ତ୍ୟ ଅବସ୍ଥା ଭଲ ନ ଥିଲା । ଗତ ତିନିଦିନ ତଳେ ତାଙ୍କୁ ଆମେ ଦେଖିଥିଲୁ । କିନ୍ତୁ ତା ପରେ ତାଙ୍କ ସହ ଯୋଗଯୋଗ ସମ୍ବବ ହୋଇ ନ ଥିଲା । ଦୁଇ ତିନି ଦିନ ହେଲାଣି ଘର ପାଖରୁ ଦୁର୍ଗନ୍ଧ ଆସିଥିଲା। ଆମେ ଭାବିଲୁ କେଉଁ ବିଲେଇ ମରିଥିବ। ଏଣୁ ଖୋଜାଖୋଜି କଲୁ। କିନ୍ତୁ ପାଇଲୁ ନାହିଁ। ତା’ପରେ ଗତକାଲି ତାଙ୍କ ଘର କବାଟ ବାଡ଼େଇ ଥିଲୁ। କିନ୍ତୁ ଭିତରୁ କୌଣସି ଉତ୍ତର ଆସି ନଥିଲା। ଏହା ପରେ ତାଙ୍କ ମୋବାଇଲ ଫୋନ୍କୁ କଲ୍ କଲୁ। ଦୁଇ ଥର ରିଙ୍ଗ ହେବା ପରେ ଫୋନ୍ ସୁଇଚ୍ ଅଫ୍ ହୋଇଯାଇଥିଲା। ଏହା ପରେ ସନ୍ଦେହ ହେବାରୁ ଆମେ ପୁଲିସ୍କୁ ଖବର ଦେଇଥିଲୁ। ଘଟଣା ସ୍ଥଳରେ ପୋଲିସ ପହଁଚି ଶବକୁ ଉଧାର କରି ଏସିବି କୁ ବ୍ୟବଛେଦ ପାଇଁ ପଠାଯାଇଛି । ପରିବାର ଲୋକଙ୍କୁ ତୁରନ୍ତ ଖବର ଦିଆଯିବ ବୋଲି ଏସିପି କୃଷ୍ଣଚନ୍ଦ୍ର ସେଠି କହିଛନ୍ତି ।