Pratidin TV

Odisha's Digital News Platform

ଫୁଟିଲା ୧୦ କେଜିର ବିରଳ ପ୍ରଜାତି ଛତୁ…

1 min read

ସମ୍ବଲପୁର : ସମ୍ବଲପୁରରେ ବିରାଟକାୟ ବିରଳ ପ୍ରଜାତିର ଛତୁ । ଛତୁର ଓଜନ ୧୦ କେଜି ବୋଲି କୁହାଯାଉଛି । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସବ ଡିଭିଜନ ଖଲିଆମାଲ ଗ୍ରାମରେ ଏହି ବିରାଟକାୟ ଛତୁ ଦେଖିବାକୁ ମିଳିଛି । ତେବେ ପୂର୍ବରୁ କେବେ ଏତିକି ବଡ ଓଜନର ଛତୁ ଦେଖିବାକୁ ମିଳିନଥିଲା ।

ସୂଚନା ଅନୁସାରେ ଖଳିଆମୁଣ୍ଡା ଗାଁର ଲୁରି କିଶାନ ଜଙ୍ଗଲକୁ ଜଙ୍ଗଲୀ ଛତୁ ଅନ୍ବେଷଣରେ ଯାଇଥିବାବେଳେ ଏହା ଦେଖିବାକୁ ପାଇଥିଲେ । ଏହି ଛତୁର ନାଁ ସାମ୍ନାକୁ ଆସିନଥିବାବେଳେ ଏହା ବିରଳ ପ୍ରଜାତିର ଛତୁ ବୋଲି କୁହାଯାଉଛି ।

Advertisement

Leave a Reply

Your email address will not be published. Required fields are marked *