Pratidin TV

Odisha's Digital News Platform

ଟ୍ରେନ୍ ସାମ୍ନାକୁ ଡେଇଁ ଜୀବନ ହାରିଥିବା ମହିଳାଙ୍କ ମିଳିଳା ପରିଚୟ : ସ୍ୱାମୀର ପରକିୟା ପ୍ରୀତି ଯୋଗୁଁ ନେଇଥିଲେ ଏଭଳି ପଦକ୍ଷେପ …

1 min read

ଭୁବନେଶ୍ୱର : ୨୨ ଜୁଲାଇ ମଧ୍ୟହ୍ନ ୧.୨୦ ସମୟରେ Vss ନଗରରେ ଟ୍ରେନ ଲାଇନକୁ ଡେଇଁ ମହିଳାଙ୍କ ଜୀବନ ହାରିବା ଘଟଣାରେ ସାମ୍ନାକୁ ଆସିଲା ବିସ୍ପୋରକ ତଥ୍ୟ ।

ପରକିୟା ପ୍ରୀତି ପାଇଁ ଜୀବନ ହାରିଥିଲେ ମହିଳା । ତେବେ ମୃତ ମହିଳାଙ୍କ ନା ଅନିତା ସାହୁ । ସେ ଦୀର୍ଘ ୭ ବର୍ଷ ହେବ ରାଜଧାନୀ ମଞ୍ଜେଶ୍ୱରର ସମେଇ ଗାଡିଆରେ ସ୍ୱାମୀ ସଞ୍ଜୟ ରାଉଳଙ୍କ ସହ ରହୁଥିଲେ । କିନ୍ତୁ ହଠାତ୍ ଶନିବାର ସେ ଏଭଳି ଏକ ପଦକ୍ଷେପ ନେଇଯିବେ ବୋଲି କେହି କଳ୍ପନା ସୁଦ୍ଧା କରିପାରିନଥିଲେ । ଏନେଇ ଅନିତାଙ୍କ ବାପଘର ଲୋକେ ଜିଆରପି ଥାନାରେ ଅଭିଯୋଗ ଆଣିଛନ୍ତି । ଅଭିଯୋଗ ଅନୁଯାୟୀ ବିବାହର ୭ ବର୍ଷ ପରେ ମଧ୍ୟ ଅନିତାଙ୍କ ସ୍ୱାମୀ ସଞ୍ଜୟ ପରକୀୟ ପ୍ରୀତିରେ ଲିପ୍ତ ରହୁଥିଲେ । ତେବେ ସ୍ତ୍ରୀ ଅନିତା ତାଙ୍କୁ ବାରମ୍ବାର ବୁଝାଇଥିଲେ ମଧ୍ୟ ସଞ୍ଜୟ ଶୁଣିନଥିଲେ । ଏବଂ ସ୍ୱାମୀର ଅନ୍ୟ ଝିଅଙ୍କ ସହ ସର୍ମ୍ପକକୁ ସହଜରେ ଗ୍ରହଣ କରିପାରିନଥିଲେ ଅନିତା । ଏନେଇ ଶେଷରେ ସେ ନିଜ ଜୀବନ ହାରିବାକୁ ବାଧ୍ୟ ହୋଇଥିବା ଦର୍ଶାଇଛନ୍ତି ମୃତ ଅନିତାଙ୍କ ପରିବାର ।

Advertisement

ତେବେ ଦେଖିବା ବାକି ରହିଲା ସମୃକ୍ତ ମାମଲାରେ ପୋଲିସ କେତେଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅନିତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରୁଛି ।

Leave a Reply

Your email address will not be published. Required fields are marked *