Pratidin TV

Odisha's Digital News Platform

ଶହୀଦ ନଗର ଦୁର୍ଗାପୂଜା ସମିତି ପକ୍ଷରୁ ସମ୍ବର୍ଦ୍ଧନା ସଭା: ଯୋଗ ଦେଲେ ବିଧାୟକ ଓ ମେୟର

1 min read

ଭୁବନେଶ୍ୱର: ଶହୀଦନଗର ଦୁର୍ଗାପୂଜା ସମିତି ତରଫରୁ ମଙ୍ଗଳବାର ସନ୍ଧ୍ୟା ୭ଘଟିକା ସମୟରେ ମଣ୍ଡପଠାରେ ଭୁବନେଶ୍ଵର ମଧ୍ୟମ ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର ସ୍ଥାନୀୟ ୱାର୍ଡ ନମ୍ବର ୩୦ର କରପୋରେଟର ରାଜକିଶୋର ଦାସ ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।

ସମିତିର ସଭାପତି ହେମନ୍ତ କୁମାର ପରିଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା କାର‌୍ୟ୍ୟକ୍ରମରେ ଉପଦେଷ୍ଟା ମନୋରଞ୍ଜନ ଦାଶ ଅତିଥି ପରିଚୟ ପ୍ରଦାନ ସହ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ବିଧାୟକ ଅନନ୍ତ ନାରାୟଣ ଜେନା ଓ ମେୟର ସୁଲୋଚନା ଦାସ ତାଙ୍କ ବକ୍ତବ୍ୟରେ ରାଜ୍ୟ ସରକାର ଓ ଭୁବନେଶ୍ବର ମହାନଗର ନିଗମ ଦ୍ଵାରା କରାଯାଇଥିବା ସମସ୍ତ ଉନ୍ନତିମୂଳକ କାର‌୍ୟ୍ୟକ୍ରମକୁ ତ୍ବରାନ୍ବିତ କରିବାପାଇଁ ସମିତିର ସହଯୋଗ କାମନା କରିଥିଲେ। ସ୍ଥାନୀୟ କରପୋରେଟର ରାଜକିଶୋର ଦାସ ଶହୀଦ ନଗର ଅଞ୍ଚଳର ଉନ୍ନତି ପାଇଁ ସମସ୍ତଙ୍କର ସହଯୋଗ ଓ ଆର୍ଶିବାଦ କାମନା କରିଥିଲେ। ଶେଷରେ ସମ୍ପାଦକ ଶକ୍ତି ନନ୍ଦନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ସମ୍ବର୍ଦ୍ଧନା ସଭାରେ ସମିତିର ସମସ୍ତ କର୍ମକର୍ତ୍ତା ଓ ସଭ୍ୟମାନେ ଉପସ୍ଥିତ ଥିଲେ।

Advertisement

Leave a Reply

Your email address will not be published. Required fields are marked *