Pratidin TV

Odisha's Digital News Platform

ପ୍ରଥମ କ୍ୱାର୍ଟରରେ୨୦ % ଅଭିବୃଦ୍ଧି ହାର ଲକ୍ଷ୍ୟରେ ଗୋଦ୍ରେଜ

1 min read

ଭୁବନେଶ୍ୱର: ଗୋଦରେଜ୍ ଆଣ୍ଡ୍ ବୋଏସ୍‌ର ସଂସ୍ଥା ଗୋଦରେଜ୍ ଆପ୍ଲାଏନ୍‌ସେସ୍‌ର ବ୍ୟବସାୟ ମୁଖ୍ୟ ଓ କାର୍ଯ୍ୟନିର୍ବାହୀ ଉପସଭାପତି କମଳ ନନ୍ଦୀ କହିଛନ୍ତି ଯେ ଓଡ଼ିଶା ହେଉଛି ଭାରତର ଅନ୍ୟତମ ଦ୍ରୁତ ଉଦୀୟମାନ ବଜାର ଓ ଉପଯୋଗିତାରେ ଉଲ୍ଲେଖନୀୟ ବୃଦ୍ଧି ହୋଇଛି । କୁଲିଂ ବର୍ଗରେ ଏହି ବଜାରରେ ଗୋଦରେଜ୍ ଆପ୍ଲାଏନ୍‌ସେସ୍ ବେଶ ଦୃଢ଼ ରହିଛି । ଲକ୍‌ଡାଉନ୍ ଯୋଗୁଁଁ ଗତ ଦୁଇଟି ଗ୍ରୀଷ୍ଣ ଋତୁ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା, ତେଣୁ ଗତ ଗ୍ରୀଷ୍ଣ ଋତୁ ତୁଳନାରେ ଚଳିତ ଗ୍ରୀଷ୍ଣ ଋତୁରେ ଆମେ ୧୦୦% ଅଭିବୃଦ୍ଧି ଆଶା ରଖିଥିବା ବେଳେ ମହାମାରୀ ପୂର୍ବ ସମୟ ୨୦୧୯-୨୦ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସ ତୁଳନାରେ ୨୦୨୨-୨୩ ଆର୍ଥିକ ବର୍ଷରେ ଆମେ ୨୦% ବୃଦ୍ଧି ହାସଲ କରିବାକୁ ଆଶା ରଖିଛୁ ।
ଭାରତର ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶାରେ ଗୋଦରେଜ୍ ଆପ୍ଲାଏନ୍‌ସେସ୍‌ର ସର୍ବବୃହତ ସଂଖ୍ୟକ ସ୍ୱତନ୍ତ୍ର ବ୍ରାଣ୍ଡ୍ ଆଉଟ୍‌ଲେଟ୍ ରହିଛି ଓ ମଡର୍ଣ୍ଣ ଟ୍ରେଡ୍ ଆଉଟ୍‌ଲେଟ୍‌, ରିଟେଲ୍ ଷ୍ଟୋର୍ ଓ ସ୍ୱତନ୍ତ୍ର ଚେନ୍ ଷ୍ଟୋର୍‌ଗୁଡ଼ିକରେ ଆମର ନେଟ୍‌ୱର୍କକୁ ଆମେ ବର୍ଷକୁ ବର୍ଷ ଭିତିରେ ୧୦-୧୫% ସମ୍ପ୍ରସାରିତ କରିବାକୁ ଲକ୍ଷ୍ୟ ରଖିଛୁ ।
ଗତ ଲକ୍‌ଡାଉନ୍ ଯୋଗୁଁ ଅଟକି ରହିଥିବା ଚାହିଦା ଯୋଗୁଁ ଚଳିତ ବର୍ଷ ମୋଟ ଉପରେ କୁଲିଂ ବର୍ଗ ଭଲ ପ୍ରଦର୍ଶନ କରିଛି ଓ ଗ୍ରୀଷ୍ଣ ପ୍ରବାହ ଯୋଗୁଁ ଅନ୍ୟାନ୍ୟ ଖର୍ଚକୁ ଲୋକମାନେ କୁଲିଂ ଉତ୍ପାଦରେ ଖର୍ଚ କରିଛନ୍ତି । ମହାମାରୀ ପରେ ଆମେ ଏକ ହାଇବ୍ରିଡ୍ କର୍ମ ସଂସ୍କୃତି ଆବିର୍ଭାବ ହୋଇଥିବା ଦେଖିଛୁ ଯାହା ଏୟାର୍ କଣ୍ଡିସନର୍ ଚାହିଦାକୁ ବଢ଼ାଇଛି । ଘରେ ଲୋକମାନେ ଏୟାର୍ କଣ୍ଡିସନର୍‌କୁ ଅଧିକ ସମୟ ବ୍ୟବହାର କରୁଛନ୍ତିଏବଂ ସେଥିପାଇଁ ବିଦ୍ୟୁତ ବିଲ୍ କମ୍ କରିବା ନିମନ୍ତେ ଶକ୍ତି ମିତବ୍ୟୟୀ ୫ ଷ୍ଟାର୍ ଏସି କିଣିବା ଲାଗି ଇଚ୍ଛାରେ ବୃଦ୍ଧି ହୋଇଛି । ଓଡ଼ିଶାରେ ମହାମାରୀ ପୂର୍ବ ସମୟ ତୁଳନାରେ ଆମେ ୫ ଷ୍ଟାର୍ ଏସି ବିକ୍ରିରେ ୪୦% ଅଭିବୃଦ୍ଧି ହାସଲ କରିଛୁ ।’’

Advertisement

Leave a Reply

Your email address will not be published. Required fields are marked *