Pratidin TV

Odisha's Digital News Platform

ବର୍ଷା ଋତୁରେ ବନାଇ ପିଅନ୍ତୁ ଏଭଳି ଚା’ : ସଂକ୍ରମଣଠାରୁ ରହିବେ ଦୂରେଇ ….

1 min read

ଭୁବନେଶ୍ୱର : ବର୍ଷା ଋତୁ ଆସିବା ମାତ୍ରେ ଆରମ୍ଭ ହୋଇଥାଏ ଜର,ଥଣ୍ଡା,କାସ, ଆଖିଧରା , ଡେଙ୍ଗୁ,ମ୍ୟାଲେରିଆ ଓ ଟାଇଫଏଡ୍ ଭଳି ସଂକ୍ରମଣ ଜନିତ ରୋଗ । ଏହି ସିଜନରେ ସାଧାରଣତ ଲୋକମାନଙ୍କୁ ଡାଇରିଆ ଫୁଡ୍ ପଏଜନ୍ ମଧ୍ୟ ହୋଇଥାଏ । ତେଣୁ ଏହି ବର୍ଷା ଋତୁରେ ଲୋକମାନଙ୍କୁ ଅଧିକ ପରିଷ୍କାର ପରିଛନ୍ନ ବା ହାଇଜେନିକ୍ ରହିବା କଥା । ଏହାବ୍ୟତୀତ ବାହାର ଖାଦ୍ୟ ,ଦୂଷିତ ପାଣି ଓ ମଶା ଆଦିଙ୍କଠାରୁ ଦୂରେଇ ରହିବା ଆବଶ୍ୟକ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ନିଜ ଇମ୍ୟୁନିଟି ପାୱାର ବା ରୋଗପ୍ରତିରୋଧକ ଶକ୍ତିକୁ ବଢାଇବା ଆବଶ୍ୟକ ।

ତେବେ ବର୍ଷା ଦିନରେ ଅଧିକାଂଶ ଲୋକ ଗରମ ଗରମ ଚା’ର ମଜା ନେବାକୁ ଭଲପାଇଥାନ୍ତି । କିନ୍ତୁ ଅମୁଲ ବା କ୍ଷୀରରେ ପ୍ରସ୍ତୁତ ଚା ଆମ ଶରୀରରେ ଅନେକ କ୍ଷତି ଘଟାଇଥାଏ । କିନ୍ତୁ ଆମେ ଆପଣଙ୍କୁ ଏମିତି କିଛି ଚା’ ବିଷୟରେ କହିବୁ ଯାହା ବର୍ଷା ଋତୁରେ ଆପଣଙ୍କ ଇମ୍ୟୁନିଟି ବଢାଇବାରେ ସାହାର୍ଯ୍ୟ କରିବ ।

Advertisement

ତୁଳସୀ ଚା– ତୁଳସୀରେ ଆଣ୍ଟିଅକ୍ସିଡେଣ୍ଟ ଗୁଣ ସହ ରୋଗ ପ୍ରତିରୋଧକ ଶକ୍ତି ରହିଥାଏ । ଯାହା ମଣିଷ ଶରୀର ପାଇଁ ଖୁବ୍ ହିତକର ।
ଅଦା ଚା- ଅଦା ହଜମ ପକ୍ରିୟାକୁ ତୀବ୍ର କରିଥାଏ । ତାସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଇଥାଏ । ଯାହା ବର୍ଷା ଦିନେ ଆମକୁ ବିଭିନ୍ନ ସଂକ୍ରମଣରୁ ବଞ୍ଚାଇଥାଏ ।
ହଳଦୀ ଚା’- ଆପଣମାନେ ଅମୁଲ ବା କ୍ଷୀର ବିନା ଏହାକୁ ସାଧାରଣ ପାଣିରେ ପ୍ରସ୍ତୁତ କରି ପିଇପାରିବେ । ଏହା ମଧ୍ୟ ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇଥାଏ ।
ଡାଲଚିନି ଚା’-ଡାଲଚିନି ଶରୀରକୁ ଗରମ ରଖିବାରେ ସାହାର୍ଯ୍ୟ କରିଥାଏ । ତେବେ ଆପଣାମାନେ ସାଧାରଣ ପାଣିରେ କିଛି ମିଶ୍ରି,ଡାଲଚିନି ପକାଇ ଏହାକୁ ଚା ଭାବେ ପିଇପାରିବେ ।

Leave a Reply

Your email address will not be published. Required fields are marked *