Pratidin TV

Odisha's Digital News Platform

ନଦୀ କୂଳରେ କ୍ଷୀରରେ ପାଣି ମିଶାଉଥିଲେ କ୍ଷୀର ବ୍ୟବସାୟୀ , ଧରିନେଲେ କଲେକ୍ଟର ବାବୁ …

1 min read

ମଧ୍ୟପ୍ରଦେଶ : କ୍ଷୀର ବ୍ୟବସାୟୀଙ୍କ ଠାରୁ କ୍ଷୀର ରଖୁଥିଲେ ସାବଧାନ ! କ୍ଷୀର ବ୍ୟବସାୟୀ ମାନେ ଏପରି ଜାଗାରୁ ମିଶାଉଛନ୍ତି କ୍ଷୀରରେ ପାଣି । ନିକଟରେ ଏକ ଫଟୋ ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ କ୍ଷୀର ବ୍ୟବସାୟୀ ଏକ ନଦୀ କୂଳରେ ଅଟକି ସେଠାରୁ ପାଣି ଆଣି କ୍ଷୀରରେ ମିଶାଉଛନ୍ତି । ଆଉ ଏହି ଦୃଶ୍ୟକୁ ନିଜ ମୋବାଇଲରେ କଏଦ କରିଛନ୍ତି ଖୋଦ୍ କଲେକ୍ଟର ବାବୁ । ଏଭଳି ଏକ ଅଭାବନୀୟ ଘଟଣା ମଙ୍ଗଳବାର ମଧ୍ୟପ୍ରଦେଶର ଶୋର୍ଯ୍ୟପୁର ସହରର ସଟି ଢେଗଦା ବସ୍ତି ପାଖ ମୋରଡୋଗରୀ ନଦୀ କୂଳରୁ ସାମ୍ନାକୁ ଆସିଛି ।

ସୂଚନା ଅନୁ୍‌ାୟୀ ସକାଳୁ ସକାଳୁ ଉକ୍ତ ଅଞ୍ଚଳର ଜିଲ୍ଲାପାଳ ସଞ୍ଜୟ କୁମାର ମର୍ଣ୍ଣିୱାର୍କରେ ଯାଉଥିବା ସମୟରେ ଏଭଳି ଏକ ଘଟଣା ତାଙ୍କ ଆଖି ସାମ୍ନାକୁ ଆସିଥିଲା । ଯାହା ତାଙ୍କୁ ଅବାକ୍ କରିଦେଇଥିଲା । ଜଣେ କ୍ଷୀର ବ୍ୟବସାୟୀ ବାଇକରେ ଯାଉଥିବାବେଳେ ଏହି ନଦୀ କୂଳରେ ଅଟକିଥିଲା ଏବଂ ନଈ ପାଣି ଆଣି ସବୁ କ୍ଷୀର କ୍ୟାନରେ ମିଶାଇଥିଲେ । ଏହାପରେ ଜିଲ୍ଲାପାଳ ଜଣଙ୍କ ନିଜ ଫୋନରେ ଫଟୋ ଉଠାଇ ତାଙ୍କ ପାଖକୁ ଯାଇ ସବୁ ଦେଖାଇ କ୍ଷୀର ବ୍ୟବସାୟୀଙ୍କୁ ତାଗିଦ୍ କରିଥିଲେ ।

Advertisement

ତେବେ ସଞ୍ଜୟ କୁମାର ଗୌରତଲବ ଅଞ୍ଚଳର ପ୍ରଥମ ଜିଲ୍ଲାପାଳ ଯିଏ ଏଭଳି ଘଟଣାର ପର୍ଦାଫାଶ କରିଛନ୍ତି । ଗତ ୧୩ ଜୁଲାଇରେ ସେ ନୂଆ ଜିଲ୍ଲାପାଳ ରୂପେ ଜଏନ୍ କରିଥିବା ବେଳେ । ଏଭଳି ଘଟଣା ଉପରୁ ପର୍ଦା ଉଠାଇଛନ୍ତି । ଯାହା ପରେ ସମୃକ୍ତ ଅଞ୍ଚଳରେ କ୍ଷୀର ବ୍ୟବସାୟୀଙ୍କ ମନରେ ଭୟ ଦେଖାଦେଇଛି ।

Leave a Reply

Your email address will not be published. Required fields are marked *