Pratidin TV

Odisha's Digital News Platform

ଗୋଟିଏ ଦିନରେ ୪୦% ବଢିଲା କରୋନା ମାମଲା: ୫ ହଜାର ପାର କଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ପୁଣି ଫଣା ଟେକୁଛି କୋରୋନା । ଦିନକୁ ଦିନ କାୟା ମେଲାଇ ଚାଲିଛି ମହାମାରୀ । ଆଜି ଦେଶରେ ପଜିଟିଭ ମାମଲା ୫ ହଜାର ଟପିଛି । ଯାହାକି ସାଧାରଣ ଲୋକଙ୍କ ଚିନ୍ତା ବଢାଇ ଦେଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୫,୨୩୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି  । ଦିନକରେ ୭ ଜଣଙ୍କର ମୁଣ୍ତ ନେଇଛି ମହାମାରୀ । ଏହାସହ ୩,୩୪୫ ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ମନ୍ତ୍ରଣାଳୟ ଅନୁଯାୟୀ, ଭାରତରେ ସକ୍ରିୟ ମାମଲା ଏବେ ୨୮ ହଜାର ଉପରେ ରହିଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୮,୮୫୭ରେ ପହଞ୍ଚିଛି । ଦେଶରେ ଏଯାବତ ୪୨,୬୩,୬୭,୧୦ ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି । ଏପର୍ୟ୍ୟନ୍ତ ମୋଟ ୫,୨୪,୭୧୫ ଜଣଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ସମୁଦାୟ ୧,୯୪,୪୩,୨୬,୪୧୬ କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ କେବଳ ୧୪,୯୪,୦୮୬ ଜଣଙ୍କୁ ଟିକା ଦିଆଯାଇଛି ।

Leave a Reply

Your email address will not be published. Required fields are marked *