Pratidin TV

Odisha's Digital News Platform

ଲାଞ୍ଚଖିଆ ASIଙ୍କୁ ମାଡିବସିଲା ଭିଜିଲାନ୍ସ…

1 min read

ଅନୁଗୁଳ : ଭିଜିଲାନ୍ସ ସ୍କାନରରେ ପୁଣି ଜଣେ ପୁଲିସ୍ ଅଧିକାରୀ। ଅନୁଗୁଳ ଜିଲ୍ଲା କିଆକଟା ଥାନା ASI ନବୀନ କୁମାର ଶତପଥୀଙ୍କୁ ଧରିଲା ବ୍ରହ୍ମପୁର ଭିଜିଲାନ୍ସ । ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସେ ଧରା ପଡିଛନ୍ତି।

ସୂଚନାନୁଯାୟୀ, କିଆକଟା ଥାନା ASI ନବୀନ କୁମାର ଶତପଥୀ ପାରିବାରିକ କେସକୁ ରଫାଦଫା କରିବା ପାଇଁ ବେଲାଦୁଲା ଗ୍ରାମର ପଞ୍ଚାନନ ମେହେରଙ୍କୁ ଲାଞ୍ଚ ମାଗିଥିଲେ । ଆଜି ବୌଦ୍ଧ ବସଷ୍ଟାଣ୍ଡରେ ଏହି ନେଣ ଦେଣ ଚାଲୁଥିବା ସମୟରେ ହଠାତ୍ ଭିଜିଲାନ୍ସ ସେଠାରେ ପହଞ୍ଚି ପୋଲିସ ବାବୁଙ୍କୁ ଉଠାଇ ଆଣିଥିଲା । ଯାହା ଦେଖି ବସଷ୍ଟାଣ୍ଡର ଆଖ ପାଖ ଲୋକ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ । କାରଣ ପୋଲିସ ସର୍ବଦା ଅପରାଧି ମାନଙ୍କୁ ଗାଡିରେ ଉଠାଇଆଣେ କିନ୍ତୁ ଆଜି ପୋଲିସକୁ ଗାଡିରେ ଉଠାଇଆଣିବ ସଭିଙ୍କୁ ଚକିତ କରିଥିଲା । କିନ୍ତୁ ପରେ ସମୃକ୍ତ ଘଟଣା ଲୋକଲୋଚନକୁ ଆସିଥିଲା

Advertisement

Leave a Reply

Your email address will not be published. Required fields are marked *