Pratidin TV

Odisha's Digital News Platform

ଆହାର କେନ୍ଦ୍ରରେ ଗରିବଙ୍କୁ ପାହାର : ଟିକେଟ୍ ସରିଯାଇଛି କହି ବାହାରେ ବିକ୍ରି କରୁଛନ୍ତି ଖାଦ୍ୟ …

1 min read

ଭଦ୍ରକ : ଗରିବଙ୍କୁ ଆହାର ଦେବା ପରିବର୍ତ୍ତେ ଆହାରକୁ ବିକି ନିଜ ପକେଟ ଗରମ କରୁଛନ୍ତି ଆହାର କେନ୍ଦ୍ରର କର୍ମଚାରୀ ।ଆଉ ଅଭିଯୋଗ କଲେ ଦେଖାଉଛନ୍ତି ନାଲିଆଖି ସହ ପୋଲିସର ଧମକ । ୫୦୦ ମିଲ୍ ବଦଳରେ ୪୭୦ ଟୋକନ କାଟିବା ପରେ ସରିଯାଉଛି ଆହାର । ଗରିବଙ୍କ ମୁହଁରେ ଖାଦ୍ୟ ଦେବା ପାଇଁ ସରକାର ପ୍ରତ୍ୟକ ଜିଲ୍ଲାରେ ଖୋଲିଛନ୍ତି ଆହାର କେନ୍ଦ୍ର। କିନ୍ତୁ ଭଦ୍ରକ ସହରରେ ଆହାର ଯୋଜନା ସମ୍ପୂର୍ଣ୍ଣ ଦିଗହରା ହୋଇଥିବା ଅଭିଯୋଗ ହୋଇଛି। ଚିକିତ୍ସାଳୟକୁ ଆସୁଥିବା ରୋଗୀମାନଙ୍କ ପରିବାର ,ଦିନମଜୁରିଆ ଏବଂ ଗରିବ ଲୋକମାନଙ୍କ ପାଇଁ ହୋଇଥିବା ଏହି ଯୋଜନାର ହରିଲୁଟ୍ ଚଳାଇଛନ୍ତି ଆହାର କେନ୍ଦ୍ରର କର୍ମଚାରୀ ।

ଦିନ ୧୨ ଟା ପରେ ଆସିଲେ ଆହାର କେନ୍ଦ୍ରରେ ମିଳୁନି ଖାଇବା । ଏନେଇ ଆଜି ଅନେକ ଲୋକ ଆହାର କେନ୍ଦ୍ର ସମ୍ମୁଖରେ ପ୍ରତିବାଦ ଚଳାଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଦେଖାଦେଇଛି ଭଦ୍ରକ ଜିଲ୍ଳା ସହରାଞ୍ଚଳ ଦକ୍ଷିଣେଶ୍ୱର କାଳି ମନ୍ଦିର ନିକଟସ୍ଥ ଆହାର କେନ୍ଦ୍ର ରେ। ପ୍ରତିଟି ଆହାର କେନ୍ଦ୍ରରେ ୫୦୦ ଜଣଙ୍କ ପାଇଁ ଖାଦ୍ୟ ରନ୍ଧା ଯାଉଥିବା ବେଳେ କିନ୍ତୁ ଭଦ୍ରକ ଆହାର କେନ୍ଦ୍ରରେ ୫୦୦ ଶହ ଟି ମିଲ ବଦଳରେ ବିକ୍ରି ହେଉଛି ୪୭୦ । ଆଉ ୩୦ ଟି ଟୋକେନ ର ମିଲ ବାହାରେ ବିକ୍ରିକରୀ ଟଙ୍କା ଲୁଟୁଛନ୍ତି କର୍ମଚାରି । ଆଉ ଏହି ଘଟଣା କୁ ନେଇ ଆଜି କିଛି ସମୟ ପାଇଁ ଆହାର କେନ୍ଦ୍ର ରେ ଦେଖା ଦେଇଥିଲା ଅଶାନ୍ତି । ତେବେ ପରିସ୍ଥିତି ଏପରି ମୋଡ଼ ନେଇଥିଲା ଯେ ଖାଇବାକୁ ଯାଇଥିବା ସାଧାରଣ ଲୋକେ ଶେଷରେ ଦିଆ ଯାଇଥିବା ୫ ଟଙ୍କିଆ ମିଲ ଟୋକନ୍ କୁ ଗଣିଥିଲେ। ଆଉ ଏହାକୁ ବିରୋଧ କରିବାରୁ କାର୍ଯ୍ୟାରତ ଆହାର କେନ୍ଦ୍ର ର କର୍ମଚାରୀ ଖାଇବାକୁ ଆସିଥିବା ସାଧାରଣ ଲୋକଙ୍କୁ ଦେଖାଇ ଥିଲେ ନାଲି ଆଖି। କିଛି ସମୟ ପାଇଁ ପରିବେଶ ଟି ସମ୍ପୂର୍ଣ ଉତ୍ତେଜନା ପୂର୍ଣ୍ଣ ହୋଇ ପଡ଼ିଥିଲା।

Advertisement


ତେବେ ଯେଉଁ ଲକ୍ଷ୍ୟ ନେଇ ରାଜ୍ୟ ସରକାର ଗରିବ ଙ୍କ ମୁହଁରେ ଦାନା ମୁଠେ ଦେବା ପାଇଁ ଆହାର କେନ୍ଦ୍ର ଖୋଲିଥିଲେ ତାହା ସଂପୂର୍ଣ୍ଣ ଦିଗହରା ହୋଇପଡ଼ିଛି । ଶେଷରେ ଗରିବ ଲୋକଙ୍କ ପେଟକୁ ଲାତ ମାରି ମାଲାମାଲ ହେଉଛନ୍ତି ଆହାର କର୍ମଚାରୀ । ଏଭଳି ଏକ ସମ୍ବେଦନଶୀଳ ଘଟଣା ଉପରେ ଭଦ୍ରକ ଜିଲ୍ଲାପ୍ରଶାସନ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଦେଖିବା ବାକିରହିଲା ।

Leave a Reply

Your email address will not be published. Required fields are marked *