ହିଙ୍ଗୁଳା ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଦାୟକାଳୀନ ସମ୍ବଦ୍ଧନା ସଭା ଅନୁଷ୍ଠିତ …
1 min readଯାଜପୁର : ବାରଗଡ଼ିଆ ସ୍ଥିତ ହିଙ୍ଗୁଳା ଉଚ୍ଚ ବିଦ୍ୟାଳୟରେ ଅବସର ପ୍ରାପ୍ତ ଶିକ୍ଷକ ଏବଂ ଚତୁର୍ଥ ଶେଣୀ ର କର୍ମଚାରୀ ମାନଙ୍କୁ ସମ୍ବଦ୍ଧନା ଦେବା ପାଇଁ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସଭା ଅନୁଷ୍ଠିତ ହେଇ ଥିଲା । ଏହି ସଭାରେ ସଭାପତି ଭାବେ ହିଙ୍ଗୁଳା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ରତ୍ନ ପ୍ରଭା ନାୟକ ଉପସ୍ଥିତ ରହିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏହି ସଭାରେ ଉପସ୍ଥିତ ଥିଲେ । ଦିବା ୧ ଘଟିକା ସମୟ ରେ ସଭା କାଯ୍ୟକ୍ରମ ଅନୁଷ୍ଠିତ ହେଇଥିଲ। ।
ଏହି ସଭାରେ ହିଙ୍ଗୁଳା ଉଚ୍ଚ ବିଦ୍ୟାଳୟ ଚେୟାରମ୍ୟାନ ପ୍ରଦୀପ କୁମାର ଦେଓ ମୋ ସ୍କୁଲ ଅଭିଯାନର ସଭାପତି ଅଜିତ କୁମାର ଆଇଚ ରହିବା ସହ ଅନ୍ୟ ବିଦ୍ୟାଳୟର ଶିକ୍ଷକ ମାନେ ଉପସ୍ଥିତ ଥିଲେ । ସ୍କୁଲ ପିଲା ମାନଙ୍କ ଦ୍ୱାରା ଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଚତୁର୍ଥ ଶେଣୀ ର କର୍ମଚାରୀ ମାନଙ୍କୁ ଫୁଲ ତୋଡ଼ା ଉତ୍ତରି ଦେଇ ସ୍ୱାଗତ ଜଣେଇ ଥିଲୋ ଅବସର ନେଇଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନେ ହେଲେ ଜୟନ୍ତୀ ମିଶ୍ର ପ୍ରଫୁଲ୍ଲ କୁମାର ଦେଓ, ପ୍ରେମାନନ୍ଦ ଦା. ଖଗେଶ୍ୱର ଦେଓ ଏବଂ ଦୁର୍ୟ୍ୟୋଧନ ବାରିକ ।
ଏହି ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ସମ୍ମାନିତ କରିବା କରିବା ପାଇଁ ପିଲା ମାନେ ଗୀତ ଗାଇ ଥିଲେ ଏବଂ ବିଦ୍ୟାଳୟର ଶିକ୍ଷକ ମାନେ ଭାଷଣ ମାଧ୍ୟମରେ ନିଜସ୍ଵ ବକ୍ତବ୍ୟ ରଖିଥିଲୋ ଏତେ ବର୍ଷର ଏକ ଦୃଢ ସମ୍ପର୍କ କଟି ଯାଉଥିବାରୁ ସମସ୍ତ ଆଖିରୁ ଲୁହ ଆସି ଯାଉଥିଲାା ଆସିବନି ତ କେମିତି ବାପା ମା ସିନା ପ୍ରଥମ ଗୁରୁ କିନ୍ତୁ ଜନ୍ମ ନ କରିକି ଗୁରୁ ଭାବରେ ଆମର ସମସ୍ତ ଅଳି ଅଦଳୀ ସହି ଆମକୁ ଏତେ ବଡ଼ ଦୁନିଆ ରେ ମୁଣ୍ଡ ଉଞ୍ଚା କରି ବଞ୍ଚିବା ଶିଖାଥାନ୍ତି ଗୁରୁ । ତାଙ୍କୁ କେମିତି ଭୁଲି ପାରିବେ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନେ । ପାଠପଢା ସମୟରେ ଶିକ୍ଷକଙ୍କ ଗାଳି , ଗେହ୍ଲା ଓ ଶାସନ ସହ ଭବିଷ୍ୟତକୁ ଉଜ୍ୱଳ କରି ଗଢି ତୋଳିବାର ମନ୍ତ୍ର ଦେଇଥାନ୍ତି ଗୁରୁ । ଆଜି ସେଇ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ବିଦାୟ ଦେବା ସମୟରେ ନିରୀହ ଛାତ୍ରଛାତ୍ରୀଙ୍କ ଆଖିରେ ଭରିଆସୁଥିଲା ଲୁହ । ଯାହାର ଦୃଶ୍ୟ ଦେଖିଲେ କାହାର ବି ଆଖି ଲୁହରେ ଜକେଇ ଆଶିବ ।