Pratidin TV

Odisha's Digital News Platform

ଡନିଷ୍ଟ ଆବାସିକ ବିଦ୍ୟାଳୟରେ ବିଷାକ୍ତ ଖାଦ୍ୟ ଖାଇ ୧୮ ଛାତ୍ରଛାତ୍ରୀ ଅସୁସ୍ଥ

1 min read

ବାଲେଶ୍ଵର : ବାଲେଶ୍ଵର ଚାନ୍ଦିପୁରରେ ଡନିଷ୍ଟ ଆବାସିକ ବିଦ୍ୟାଳୟରେ ବିଷାକ୍ତ ଖାଦ୍ୟ ଖାଇ ୧୮ ଛାତ୍ରଛାତ୍ରୀ ଅସୁସ୍ଥ। ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ସୂଚନା ଅନୁସାରେ ଆଜି ସକାଳ ସମୟରେ ଛାତ୍ରଛାତ୍ରୀ ବ୍ରେକଫାଷ୍ଟରେ ମୁଢି ଓ ଆଳୁଦମ ଖାଇଥିଲେ। ଏହାପରେ ସେମାନେ ଅସୁସ୍ଥ ଅନୁଭବ କରିଥିଲେ । କିଛି ପିଲାଙ୍କୁ ପେଟ କାଟିବା ସହ ବାନ୍ତି ହୋଇଥିଲା ତା ସହ ଝାଡା ମଧ୍ୟ ହୋଇଥିଲା । ଏହାପରେ ସେମାନଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ମୋଟ୍ ୧୮ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ଥିବା ଜଣାପଡିଛି ।

Advertisement

Leave a Reply

Your email address will not be published. Required fields are marked *