Pratidin TV

Odisha's Digital News Platform

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର : ଖୋଲିଲା  ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ…

1 min read

ରାଜନଗର : ଆଜି ଖୋଲିଲା ଜାତୀୟ ଉଦ୍ୟାନ ଭିତରକନିକା।ଏହି ଉଦ୍ୟାନ ମେ ୧ରୁ ଜୁଲାଇ ୩୧ପର୍ଯ୍ୟନ୍ତ କୁମ୍ଭୀରମାନଙ୍କର ପ୍ରଜନନ ଋତୁ ପାଇଁ ଦୀର୍ଘ ତିନି ମାସ ବନ୍ଦ ରହିଥିଲା। ଆଜି ଭିତରକନିକା ଖୋଲା ହେବାରୁ ପର୍ଯ୍ୟଟକଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଛି। ପର୍ଯ୍ୟଟକଙ୍କୁ ସ୍ବାଗତ କରିବାକୁ ସଜେଇ ହୋଇଛି ଭିତର କନିକା।

ଚଳିତ ବର୍ଷ ଭିତରକନିକାକୁ ପ୍ରଵେଶ ନିମନ୍ତେ ପରିଚୟ ପତ୍ର ବାଧ୍ୟତା ମୂଳକ କରାଯାଇଥିବା ବେଳେ ପଲିଥିନ ମୁକ୍ତ କରାଯାଇ ଵନ ବିଭାଗ ପକ୍ଷରୁ କାଗଜ ବ୍ୟାଗ ଯୋଗାଇ ଦିଆଯାଉଛି। ପର୍ଯ୍ୟଟକମାନେ ଡାଙ୍ଗମାଳ, ଖୋଳା ଓ ଗୁପ୍ତି ପଏଣ୍ଟରେ ଭିତରକନିକାକୁଏଣ୍ଟ୍ରି କରିଵେ। ପର୍ଯ୍ୟଟକଙ୍କ ପାଇଁ ବନବିଭାଗ ୬ଟି ଯନ୍ତ୍ର ଚାଳିତ ବୋଟ ସହିତ ଫାଇବର ଵୋଟର ବ୍ୟବସ୍ଥା କରିଛନ୍ତି। ଲାଇଫ ଜାକେଟ ସହିତ ପର୍ଯ୍ୟଟକମାନେ ବୋଟରେ ବୁଲି ଭିତରକନିକାର ସୌନ୍ଦର୍ଯ୍ୟ ଉପଭୋଗ କରିବା ସହ ବଉଳା କୁମ୍ଭୀର, ବାର୍ହା, ହରିଣ, ସରିସୃପ ଏଵଂ ଲାଇବ୍ରେରୀର ମଜା ନେଇପାରିଵେ। ଚଳିତବର୍ଷର ଆଗନ୍ତୁକ ପର୍ଯ୍ୟଟକମାନଙ୍କୁ କନିକା ରେଞ୍ଜର ଶ୍ରୀ ମାନସ କୁମାର ଦାସଙ୍କ ନେତୃତ୍ୱରେ ଵନକର୍ମଚାରୀମାନେ ପୁଷ୍ପ ଗୁଚ୍ଛ ଓ ମିଠା ଖୁଆଇ ସ୍ବାଗତ କରିଥିଲେ।

Advertisement

ସେହିପରି ଗୁପ୍ତି ପଏଣ୍ଟରେ ମହିଳା ପର୍ଯ୍ୟଟକମାନଙ୍କୁ ଫରେଷ୍ଟର ବିବି ତରାଇଙ୍କ ଆୟୋଜିତରେ ଏସିଏଫ ପୁନମ ହାରା ହାଁସଦା ଓ ରାଜନଗର ରେଞ୍ଜର  ମହିଳା ପର୍ଯ୍ୟଟକମାନଙ୍କୁ ଫୁଲତୋଡା ଦେଇ ସ୍ବାଗତ କରିବା ସହ ଵୋଟରେ ବୁଲିବାକୁ ପଠାଇଥିଲେ।

Leave a Reply

Your email address will not be published. Required fields are marked *