ସ୍କୁଲ୍ ସାରଙ୍କ ଉଛୁଳା ପ୍ରେମ; ଅଷ୍ଟମ ଶ୍ରେଣୀରେ ଛାତ୍ରୀଙ୍କୁ କଲେ ପ୍ରେମ ନିବେଦନ,+୨ ରେ କିଡନାପ୍ ଉଦ୍ୟମ ..
1 min readଭଦ୍ରକ : ସାରଙ୍କ ଉଚ୍ଛୁଳା ପ୍ରେମ । ଛାତ୍ରୀଙ୍କ ପ୍ରେମ ନିବେଦନ କରି ଇଷ୍ଟାଗ୍ରାମରେ କଲେ ଫଟୋ ଭାଇରାଲ । ଆଉ ଏବେ କିଡନାପର ଧମକ୍ । ଯାହାକୁ ନେଇ ବର୍ତ୍ତମାନ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଛାତ୍ରୀଙ୍କ ସହ ତାଙ୍କ ପରିବାର । ଏଭଳି ଏକ ଚାଞ୍ଚଲ୍ୟକର ଖବର ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ। ସୂଚନା ଅନୁଯାୟୀ ଭଦ୍ରକ ଧୁସୁରି ଥାନା ଅନ୍ତର୍ଗତ ଖପରପଦା ଗ୍ରାମର ସୁମିତ୍ରା ନାୟକଙ୍କ ୧୫ ବର୍ଷର ନାବାଳିକା କନ୍ୟାକୁ ସେହି ଗ୍ରାମର ଏକ ଘରୋଇ ସ୍କୁଲ୍ ଶିକ୍ଷକ (ବଳରାମ ନାୟକ) ପ୍ରେମ ନିବେଦନ କରିଥିଲେ ।
ସ୍କୁଲର ଶିକ୍ଷକ ପିଲା ମାନଙ୍କୁ ଶିକ୍ଷା ଦାନ କରିବା ପରିବର୍ତ୍ତେ କରୁଛନ୍ତି ପ୍ରେମ ନିବେଦନ ଓ ବିବାହ କରିବାକୁ ମଧ୍ୟ୍ୟ କହୁଛନ୍ତି। ଏହି ନାବାଳିକା ଛାତ୍ରୀଟି ପ୍ରତିବାଦ କରିବା ସତ୍ତ୍ଵେ ତଥାପି ଶୁଣିନଥିଲା ନିର୍ଲଜ ଶିକ୍ଷକ। ଛାତ୍ରୀ କଲେଜ୍ ଯିବା ବାଟରେ ରାସ୍ତାରେ ଅଟକାଇ ଖରାପ ଭାଷାରେ ଗାଳି ଗୁଲଜ କରିବା ସହ ତାଙ୍କ କଥାରେ ରାଜି ନ ହେଲେ ଛାତ୍ରୀଙ୍କ ବାପା ଓ ମା’ ଙ୍କୁ ଜୀବନରୁ ମାରିଦେବା ସହ ଝିଅକୁ ଟେକିନେଇ ବଳାତ୍କାର କରିବାକୁ ଧମକ ଦେଇଥିଲେ ଶିକ୍ଷକ ବଳରାମ । ତଥାପି ପ୍ରେମର ରସ କମି ନଥିଲା ଏହି ପ୍ରେମାଳୁ ଶିକ୍ଷକଙ୍କର। ଛାତ୍ରୀଙ୍କ ଫଟୋକୁ ନେଇ ତାଙ୍କ ଇଷ୍ଟାଆଇଡିରେ ପକାଇ ବିଭିନ୍ନ ଆପତି ଜନକ କଥା ଲେଖିଥିଲେ।
ଏନେଇ ଛାତ୍ରୀ ଓ ତାଙ୍କ ପରିବାର ଜୀବନକୁ ବିପଦ ଦର୍ଶାଇ ଧୁସୁରୀ ଥାନାରେ ଶିକ୍ଷକଙ୍କ ନାଁରେ ଅଭିଯୋଗ କରିଥିଲେ। ହେଲେ ଏ ଯାବତ୍ ଥାନା ଅଧିକାରୀ କୌଣସି କଥା ନ ବୁଝିବାରୁ ଆଜି ପୀଡିତା ଛାତ୍ରୀ ଓ ତାଙ୍କ ମା ବିଜେପି ନାରୀ ନେତ୍ରୀଙ୍କ ସହ ଭଦ୍ରକ ଏସପି ଙ୍କୁ ଭେଟି ସମସ୍ଥ ଘଟଣା ଜଣାଇଥିଲେ। ଯଦି ଆଗାମୀ ଦିନରେ କୌଣସି ନ୍ୟାୟ ନ ପାଆନ୍ତି ତେବେ ଏସପି ଅଫିସ ସମ୍ମୁଖରେ ନିଜ ଜୀବନ ହାରିବାକୁ ଚେତାବନୀ ଦେଇଛନ୍ତି ଝିଅ ଓ ତାଙ୍କ ମା। ତେବେ ଦେଖିବାକୁ ବାକି ରହିଲା ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ନେଇ ପୋଲିସ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।