ଦୁଇ ଛୁଆର ମା ପ୍ରେମରେ ପାଗଳ ହେଲା ଯୁବକ: କଲା ଏମିତି କାମ, ଦେଖନ୍ତୁ Video
1 min readଭୁବନେଶ୍ୱର: ମୋର ବାପା ମାଁଙ୍କୁ ଭୁଲିଯିବି ହେଲେ ତାକୁ ଛାଡି ପାରିବି ନାହିଁ, ଏହା କୌଣସି ଫିଲ୍କର ଡାଏଲଗ୍ ନୁହେଁ ରିଅଲ୍ ଲାଇଫରେ ହିଁ ଏମିତି ଘଟିଛି । ବିବାହିତା ମହିଳାଙ୍କ ପ୍ରେମରେ ପାଗଳ ହୋଇ କରିଛନ୍ତି କିଛି ଯୁବକ ଜଣଙ୍କ ଏଭଳି କାମ । ମହିଳା ଜଣଙ୍କୁ ତାଙ୍କ ଘରୁ ଉଠାଇ ଆଣି କେଉଁ ଆଡେ ନେଉଯାଉଛନ୍ତି । ମାତ୍ରି ୬ମାସ ହେଲା ବିବାହ କରିଥିବା ଯୁବକ ଜଣଙ୍କ ଏଭଳି ଉନ୍ମତ କାଣ୍ଡ ଘଟାଇଛନ୍ତି । ଉକ୍ତ ଯୁବକର ହେଉଛନ୍ତି ପ୍ରେମାନ୍ଧ । ତେବେ ମହିଳାଙ୍କୁ ନେବାବେଳେ ଉକ୍ତ ମହିଳାଜଣଙ୍କ ଯୁବକଙ୍କୁ ବୋତେଲ ମାଡ କରି ଗୁରୁତର କରିଦେଇଛନ୍ତି । ତେବେ ଏଭଳି ଅଜବ ଘଟଣା ଘଟିଛି କେନ୍ଦୁଛର ଜିଲ୍ଲା ଘସିପୁରା ଥାନା କେନ୍ଦୁରାପାଳ ଗାଁ ନିକଟରେ । ଘଟଣାସ୍ଥଳରେ ପୁଲିସ ପହଂଚି ଉଭୟଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଆରମ୍ଭ କରିଛି । ରିପୋର୍ଟ ଅନୁସାରେ ସାମୁକାନେଣ୍ଡି ପଂଚାୟତ କୁମପଦା ଗାଁ ର ପ୍ରଧାନପୂର୍ତି ୬ମାସ ତଳେ ବିବାହ କରିଥିଲେ ।
ଏହାପରେ ସେ ପଡ଼ୋଶୀ ଯାଜପୁର ଜିଲ୍ଲା ଟମକା ଥାନା ସମରପିଟା ଗାଁର ୨ଟି ସନ୍ତାନର ଜନନୀ ବାସନ୍ତୀ ମୁଣ୍ଡାଙ୍କୁ ଭଲପାଉଥିଲେ। ବାସନ୍ତୀମୁଣ୍ଡାଙ୍କୁ ପ୍ରଧାନ ପୂର୍ତ୍ତି ହାଣ୍ଡିଆ ପିଆଇ ନିଜ ଘରକୁ ବାଇକ୍ରେ ବସାଇ ଆଣୁଥିବା ବେଳେ, କେଶଦୁରାପାଳ ଠାରେ ତାଙ୍କୁ ଅପହରଣ କରି ଆଣୁଥିବା ଅଭିଯୋଗ କରି ଏକଭଙ୍ଗା କାଚ ବୋତଲରେ ଆକ୍ରମଣ କରିଥିଲେ ବାସନ୍ତୀ ଏହା ଜାଣିବାପରେ ସ୍ଥାନୀୟ ଲୋକେ ଉଭୟଙ୍କୁ ଅଟକ ରଖି ଘସିପୁରା ପୋଲିସ କୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ଉଭୟକୁ ସେଠାରୁ ଆଣି ଥାନାରେ ଅଟକ ରଖି ପଚରାଉଚୁରା କରୁଛି।