Pratidin TV

Odisha's Digital News Platform

ପୁଣି ଖଟିଆରେ ୨ କି.ମି ବୁହାହେଲେ ଗର୍ଭବତୀ ; ହେଲେ ପ୍ରସବ ପରେ ଆଖିବୁଜିଲା ଶିଶୁ ପୁତ୍ର

ନବରଙ୍ଗପୁର : ପୁଣି ରାଜ୍ୟରେ ଜନନୀ ଯନ୍ତ୍ରଣା ର ଦୁଃଖ । କାଦୁଅ ରାସ୍ତା ପାଇଁ ପହଞ୍ଚିପାରିଲାନି ଆମ୍ବୁଲାନ୍ସ । ଶେଷରେ ପ୍ରସବ ପରେ ଆଖିବୁଜିଦେଲା ନବଜାତ । ଏଭଳି ଏକ ହୃଦୟ ବିଦାରକ ଘଟଣା ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରୁ ସାମ୍ନାକୁ ଆସିଛି । ଏହାପରେ ସେଠାରୁ ତାଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ଆମ୍ବୁଲାନ୍ସରେ ନିଆଯାଇଥିଲା । ଆଉ ଡାକ୍ତରଖାନରେ ହିଁ ତାଙ୍କୁ ପ୍ରସବ ହୋଇଥିଲା । କିନ୍ତୁ ଅତି ଦୁଃଖର ବିଷୟ ପ୍ରସବ ପରେ ନବଜାତ ଶିଶୁପତ୍ରକୁ ମୃତ ଘୋଷଣା କରିଥିଲେ ଡାକ୍ତର । ଯାହାକୁ ନେଇ ସାରା ପରିବାରର ଦୁଖିତ ।

ଏପରି ଦୃଶ୍ୟ ଝରିଗାଁ ବ୍ଲକର ବିଭିନ୍ନ ଅଂଚଳରୁ ଏକାଧିକ ଥର ଦେଖିବାକୁ ମିଳିଛି।ଝରୀଗାଁ ବ୍ଲକ ରେ ୪୬ ଟି ଗାଁ ରେ ରାସ୍ତା ଗମନାଗମନ ଭଳି ମୌଳିକ ସୁବିଧା ସ୍ଵାଧୀନତାର ଦଶନ୍ଧି ଦଶନ୍ଧି ଧରି ସମୟ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ଆଜିବି ଏପରି କେତେକ ଗ୍ରାମାଞ୍ଚଳରେ ଗମନାଗମନ ସୁବିଧା ନଥିବାରୁ ଜୀବନ ମରଣ ସମସ୍ୟା ଭିତରେ ରହୁଛନ୍ତି ଉପାନ୍ତ ଅଞ୍ଚଳବାସୀ। ବିଶେଷ କରି ରାସ୍ତାଘାଟ ଅବସ୍ଥା ଶୋଚନୀୟ ଥିବାରୁ ଗର୍ଭବତୀଙ୍କୁ ସୁବିଧାରେ ସୁରକ୍ଷିତ ପ୍ରସବ ପାଇଁ ଡାକ୍ତରଖାନା ଆଣିବାରେ ଅସୁବିଧା ହେଉଥିବା ଦେଖିବାକୁ ମିଳୁଛି । ବଡ କଷ୍ଟରେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଲା ପରେ ରାତି ୧ ଘଟିକା ସମୟରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ ମହିଳା । ପରିତାପର ବିଷୟ କିଛି ସମୟ ପରେ ଶିଶୁର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମେଡିକାଲ ରେ ପହଞ୍ଚିବାରେ ବିଳମ୍ବ ହେବାରୁ ଶିଶୁ ମୃତ୍ୟୁ ହୋଇଥିବା ପରିବାର ଲୋକେ କହିଛନ୍ତି । ଘଟଣା ସମ୍ପର୍କରେ ଅଧିକ ଜାଣିବା ପାଇଁ ଡାକ୍ତର ପ୍ରକାଶ ନାୟକଙ୍କ ସହିତ ଯୋଗାଯୋଗ କରାଯାଇଥିଲା କିନ୍ତୁ ସେ କୌଣସି ସଠିକ ତଥ୍ୟ ଦେଇନଥିଲେ ।

ତେବେ ସ୍ୱାଧୀନତାର ୭୫ ବର୍ଷ ବିତିଯାଇଥିଲେ ମଧ୍ୟ ଆଜିବି ଅନେକ ଅଞ୍ଚଳକୁ ନାହିଁ ଗମନାଗମନର ସୁବିଧା । ଯେଉଁଥିପାଇଁ ଆଜି ପରିସ୍ଥିତିର ଶୀକାର ହେଉଛନ୍ତି ରାଜ୍ୟବାସୀ ।

Leave a Reply

Your email address will not be published. Required fields are marked *