Pratidin TV

Odisha's Digital News Platform

ରାଣୀହାଟ୍ ଷ୍ଟ୍ରିଟ୍ ଫୁଡ୍ ଅସ୍ୱାସ୍ଥ୍ୟକର !

1 min read

କଟକ : କଟକ ରାଣୀହାଟ ଅଞ୍ଚଳରେ ବିଭିନ୍ନ ଫୁଡ଼ ଷ୍ଟଲରେ ସିଏମସି ସ୍ଵାସ୍ଥ୍ୟ ବିଭାଗ ଟିମର ଚଢ଼ାଉ । ଅସ୍ବାସ୍ଥ୍ୟକର ପରିବେଶ ଓ ଅପମିଶ୍ରଣ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଡାକ୍ତର ସତ୍ୟବ୍ରତ ମହାପାତ୍ରଙ୍କ ନେତୃତ୍ୱରେ ସିଏମସି ପକ୍ଷରୁ ଏହି ଚଢ଼ାଉ ହୋଇଛି । ପାଓଭାଜି, ମୋମୋ, ଚାଟ,ଗୁପଚୁପ ଭଳି ବିଭିନ୍ନ ଫାଷ୍ଟ ଫୁଡ଼ ଦୋକାନରେ ଚଢ଼ାଉ କରି ଖାଦ୍ୟ ଯାଞ୍ଚ କରାଯାଇଛି । ଷ୍ଟ୍ରିଟଫୁଡ଼ ବ୍ୟବସାୟ ଉପରେ ଅତର୍କିତ ଚଢ଼ାଉ କରିଛି ସିଏମସି ଖାଦ୍ୟ ସୁରକ୍ଷା ଟିମ । ବିଭିନ୍ନ ଷ୍ଟ୍ରିଟଫୁଡ଼ ଯେପରି ଚାଟ,ଗୁପଚୁପ, ଫାଷ୍ଟଫୁଡ଼ ,ଦହିବରା ଇତ୍ୟାଦି ଖାଦ୍ୟର ମାନ ଯାଞ୍ଚ କରିଛି ।

ବିଶେଷକରି ସନ୍ଧ୍ୟା ସମୟରେ ଏହି ଖାଦ୍ୟର ଚାହିଦା ବେଶି ରହିଥାଏ ବୋଲି କଟକ ରାଣୀହାଟ ଅଞ୍ଚଳରେ ଥିବା ଷ୍ଟିଟଫୁଡ଼ ବ୍ୟବସାୟ ସ୍ଥଳରେ ପହଞ୍ଚି ପାଖାପାଖି ଅନେକ ବ୍ୟବସାୟୀଙ୍କ ଖାଦ୍ୟ ଯାଞ୍ଚ କରିଛି ଖାଦ୍ୟ ସୁରକ୍ଷା ଟିମ । ସେଥିମଧ୍ୟରୁ ଅନେକ ବ୍ୟବସାୟୀଙ୍କ ଲାଇସେନ୍ସ ନଥିଲା ବେଳେ ଅନେକଙ୍କ ଖାଦ୍ୟ ନିମ୍ନ ମାନର ବୋଲି ଟିମ ସୃଷ୍ଟ କରିଛି । ଏହି ଆଧାରରେ ସିଏମସି ଅଧିକାରୀ ଅଧିକ ପରିମାଣର ଷ୍ଟିଟଫୁଡ଼ ନଷ୍ଟ କରି ସେମାନଙ୍କ ଠାରୁ ଫାଇନ ଆଦାୟ କରିଛନ୍ତି ।

Advertisement

ତେବେ ଆଗମୀ ସମୟରେ ଲାଇସେନ୍ସ ପଞ୍ଜୀକରଣ କରିବା ସହ ଏପରି ନିମ୍ନମାନର ଖାଦ୍ୟ ବିକ୍ରି ନକରିବାକୁ ବ୍ୟବସାୟୀଙ୍କୁ ତାଗିଦ କରାଯାଇଛି । ଦୋକାନୀଙ୍କୁ ସଚେତନତା ତାଲିମ ମଧ୍ୟ ଦେବାକୁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ମହାନଗର ନିଗମ ଫୁଡ୍ ସ୍କାର୍ଡ ଅଧିକାରୀ ସତ୍ୟବ୍ରତ ମହାପାତ୍ର ।

Leave a Reply

Your email address will not be published. Required fields are marked *