Pratidin TV

Odisha's Digital News Platform

ଆଣ୍ଠୁ ଗଣ୍ଠି ବିନ୍ଧା ସମସ୍ୟା: ରାମବାଣ ପରି କାମ ଦିଏ ବନ୍ଧାକୋବି

1 min read

କୋବି ଏପରି ଏକ ପରିବା ଯାହା ଲୋକମାନଙ୍କ ସ୍ୱାସ୍ଥ୍ୟ ପାଇଁ ବେସ ଉପଯୋଗୀ ହୋଇଥାଏ  । ଏହା ଦେଖିବାକୁ ଧଳା ଏବଂ ସବୁଜ ରଙ୍ଗ ସହ ଏହାର ଆକାର ଗୋଲାକାର ହୋଇଥାଏ  । କୋବି ଅବିଶ୍ୱସନୀୟ ଭାବେ ସ୍ୱାସ୍ଥ୍ୟ ପାଇଁ ଉପେଯାଗୀ ହୋଇଥାଏ  । ଏଥିରେ ବହୁତ ମାତ୍ରେରେ ଆଣ୍ଟି ଅକ୍ସିଡେଣ୍ଟ ଥିବାରୁ ଏହା ଚର୍ମ ପାଇଁ ବେସ ଲାଭଦାୟକ ହୋଇଥାଏ  । ଏଥିସହିତ କୋବିରେ ପୋଟାସିୟମ, ଲୌହ ଏବଂ ଅନ୍ୟ କେତେକ ଭିଟାମିନ ଭରି ହୋଇ ରହିଥାଏ  । ତେଣୁ ଏହାକୁ ଖାଇବା ଦ୍ୱାରା ରକ୍ତ ପରିଷ୍କାର ହେବା ସହ ଅନେକ ରୋଗରୁ ମୁକ୍ତି ମିଳିଥାଏ  । ସବୁଠାରୁ ବଡ କଥା ହେଉଛି ନିୟମିତ କୋବି ଖାଇବା ଦ୍ୱାରା ଲୋକମାନେ ସର୍ବଦା ଯବାନ ଦେଖାଯାଇଥାନ୍ତି  । କାରଣ ଏଥିରେ ଭିଟମିନ ‘ସି’ର ମାତ୍ରା ବହୁତ ପରିମାଣରେ ରହିଛି  ।

କୋବିର କେତେ ପ୍ରକାର :
ସବୁଜ କୋବି : ସବୁଜ କୋବିକୁ ସାଧାରଣତଃ ପ୍ରତିଟି ଲୋକ ଖାଇବାରେ ବ୍ୟବହାର କରିଥାନ୍ତି  । ଏହାକୁ ସାଲାଡ କରି ଖିଆଯାଇଥାଏ  । ଏଥିରେ ପ୍ରଚୁର ପରିମାଣରେ ଭିଟାମିନ, ପ୍ରୋଟିନ ଥିବା ସହ ଏହା ପୃଷ୍ଟିକର ମଧ୍ୟ ହୋଇଥାଏ  ।
ଲାଲ କୋବି : ସବୁଜ କୋବି ଭଳି ଏଥିରେ ମଧ୍ୟ ପ୍ରଚୁର ପରିମାଣରେ ପ୍ରୋଟିନ ଭରି ହୋଇ ରହିଛି  । ଏହାର ସ୍ୱାଦ କିଛି ମାତ୍ରାରେ ଗୋଲମରିଚ ପରି ହୋଇଥିବା ବେଳେ ଏହାକୁ ମଧ୍ୟ ଲୋକମାନେ ସାଲାଡରେ ବ୍ୟବହାର କରିଥାନ୍ତି  ।
ଯଦି କୌଣସି ବ୍ୟକ୍ତି ଗଣ୍ଠି ବିନ୍ଧା ଭଳି ରୋଗରେ ପିଡିତ ଅଛନ୍ତି ତେବେ ସେମାନଙ୍କ ପାଇଁ କୋବି ଏକ ଔଷଧ ଭଳି କାମ କରିପାରିବ  । ତେବେ ଆସନ୍ତୁ ଜାଣିବା କିଭଳି ଭାବେ କୋବିରୁ ଗଣ୍ଠି ସମସ୍ୟା ପାଇଁ ଔଷଧ ତିଆରି କରିବା  ।
-ଔଷଧ ତିଆରି କରିବା ପାଇଁ ପ୍ରଥମେ ଆବଶ୍ୟକ  ପତ୍ରକୋବି ଏବଂ ଆଲୁମିନିୟମ ଫଏଲ  । ପ୍ରଥମେ କୋବି ପତ୍ର ଗୁଡିକୁ ଭଲ ଭାବେ ଛଡାଇ ତାକୁ ଶୁଖିବା ପାଇଁ ଛାଡିଦିଅନ୍ତୁ  । ପରେ ପତ୍ରକୁ ଭଲଭାବେ ଦବାଇ ସେଥିରୁ ରସ ବାହାର କରନ୍ତୁ  ।
ଏହା ପରେ ଆଲୁମିନିୟମ ଫଏଲରେ ପତ୍ରକୁ ଗୁଡାଇ ହାଲକା ଆଂଚରେ ଗରମ କରିବା ପାଇଁ କିଛି ମିନିଟ ଛାଡିଦେବେ  । ପତ୍ର ଗରମ ହୋଇଯିବା ପରେ ଏହାକୁ ଆଣି ବିନ୍ଧା ହେଉଥିବା ସ୍ଥାନରେ ବ୍ୟାଣ୍ଡେଜ ଦ୍ୱାରା ଭଲ ଭାବେ ବାନ୍ଧି ପ୍ରାୟ ଏକ ଘଣ୍ଟାଏ ଯାଏ ଛାଡି ଦେବେ  । ଏହି ପ୍ରକ୍ରିଆକୁ ଗୋଟିଏ ଦିନରେ ୨-୩ ଥର ବ୍ୟବହାର କଲେ ଆପଣ ଗଣ୍ଠି ସମସ୍ୟା ଦୂର ହୋଇପାରିବ  ।

Advertisement

Leave a Reply

Your email address will not be published. Required fields are marked *