Pratidin TV

Odisha's Digital News Platform

ରାଜଧାନୀରେ ଚାଞ୍ଚଲ୍ୟ ; ଘରେ ପଶି ସ୍ତ୍ରୀ ଆଗରେ ସ୍ୱାମୀର ବେକ କାଟିଦେଲା ସର୍ମ୍ପକୀୟ ଦିଅର …

1 min read

ଭୁବନେଶ୍ୱର : ପୁଣି ରାଜଧାନୀରେ ଅଘଟଣ । ଭୁବନେଶ୍ୱର ପାଣ୍ଡରା ଅଞ୍ଚଳରେ ଯୁବକଙ୍କ ଉନ୍ମୁତ କାଣ୍ଡ । ଘରେ ପଶି ସ୍ୱାମୀ ସ୍ତ୍ରୀଙ୍କୁ ଛୁରା ମାଡ଼ କଲା ଯୁବକ । ସ୍ୱାମୀର ବେକ କାଟିବା ସହ ସ୍ତ୍ରୀର ହାତ କାଟିଦେଲା । ତେବେ ଆକ୍ରମଣ କରିଥିବା ଯୁବକ ଜଣଙ୍କ ହେଉଛନ୍ତି ସର୍ମ୍ପକୀୟ ଦିଅର ।

ଖବର ଅନୁଯାୟୀ ମଞ୍ଚେଶ୍ୱର ଥାନା ପାଣ୍ଡରା ଛକ ନିକଟସ୍ଥ କିମ୍ଭିରିଆ ବସ୍ତିରେ ସତ୍ୟଘନ ସ୍ୱାଇଁ ନିଜ ସ୍ତ୍ରୀଙ୍କ ସହ ରୁହନ୍ତି । ଗତକାଲି ସତ୍ୟଘନ କାମରୁ ଫେରିବା ପରେ ସର୍ମ୍ପକୀୟ ଦିଅରକୁ ସ୍ତ୍ରୀ ସହ ଘରେ ଦେଖି ରାଗିଯାଇଥିଲେ । ଏହା ପରେ ଉଭୟଙ୍କ ମଧ୍ୟରେ ବଚସା ହେବାରୁ ସର୍ମ୍ପକୀୟ ଦିଅର ସତ୍ୟଘନ ଉପରକୁ ଛୁରୀରେ ଆକ୍ରମଣ କରିଥିଲେ । ଏହାପରେ ସ୍ତ୍ରୀ ଏସବୁକୁ ରୋକିବା ପାଇଁ ଆସିବାରୁ ଦିଅର ଜଣଙ୍କ ତାଙ୍କ ହାତ କାଟିଦେବାବେଳେ ସତ୍ୟଘନଙ୍କ ବେକ କାଟି ଫେରାର ହୋଇଯାଇଥିଲେ ।

Advertisement

ପରେ ପଡୋଶୀମାନଙ୍କ ସହାୟତାରେ ଗୁରୁତର ଅବସ୍ଥାରେ ସେମାନଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ପରେ କଟକ ଗ୍ଦମଭ କୁ ସ୍ଥାନାନ୍ତର କରାଯାଇଛି । ତେବେ ସ୍ବାମୀ ସତ୍ୟଘନ ସ୍ବାଇଁ ଗୁରୁତ୍ଵର ଥିବା ଜଣା ପଡିଛି । ଅନ୍ୟପଟେ ଆକ୍ରମଣ କରିଥିବା ଯୁବକ ସହ ଆକ୍ରମଣର ଶୀକାର ହୋଇଥିବା ମହିଳାଙ୍କ ପ୍ରେମ ସମ୍ପର୍କ ରହିଥିବା ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *