Pratidin TV

Odisha's Digital News Platform

ପ୍ରେମ ପାଇଁ ବିଦା ହୋଇଥିଲେ ଗାଁରୁ ; ୨୦ ବର୍ଷ ପରେ ଭିଟାମାଟିକୁ ଫେରାଇଲା ପୋଲିସ …

1 min read

ଗଜପତି : ୨୦ ବର୍ଷ ପରେ ନିଜ ଭିଟାମାଟିକୁ ଫେରିଲେ ଜର୍ଜ ପାଇକ । ପ୍ରେମ ବିବାହ ଯୋଗୁଁ ଗାଁରୁ ବାସନ୍ଦ କରିଥିଲେ ଲୋକେ । ପୋଲିସ ସାହାଯ୍ୟରେ ଗଜପତି ଜିଲ୍ଲା ମୋହନା ଥାନା କିର୍ତିଙ୍ଗ ଗାଁକୁ ଫେରିଛନ୍ତି ଜର୍ଜ ପାଇକଙ୍କ ପୁରା ପରିବାର । ୨୦ ବର୍ଷ ତଳେ ଜର୍ଜଙ୍କ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା । ତେଣୁ ସେ ନିଜ ଗାଁର ସମ୍ପର୍କୀୟ ଅନିତା ପାଇକଙ୍କୁ ପ୍ରେମ ବିବାହ କରିଥିଲେ।

ଜର୍ଜଙ୍କ ଏହି ଦ୍ୱିତୀୟ ବିବାହକୁ ବିରୋଧ କରିଥିଲେ ତାଙ୍କ ପରିବାର ଓ ଗ୍ରାମବାସୀ । ଏଭଳି କି ପ୍ରେମ ବିବାହ କରିବାରୁ ତାଙ୍କୁ ଗାଁରୁ ତଡ଼ି ଦେଇଥିଲେ । ସେବେଠାରୁ ଜର୍ଜ ଏବଂ ତାଙ୍କ ପତ୍ନୀ ଗାଁ ଛାଡ଼ି ବାହାରେ ରହୁଥିଲେ । ଏବେ ଜର୍ଜ ତାଙ୍କ ପୁଅ ଝିଅ ଓ ପତ୍ନୀଙ୍କ ସହ ନିଜ ଜନ୍ମମାଟିକୁ ଫେରିବାକୁ ବହୁବାର ଚେଷ୍ଟା କରିଥିଲେ । ହେଲେ ଗାଁ ଲୋକ ଏବଂ ଜର୍ଜଙ୍କ ପରିବାର ଗାଁରେ ଜର୍ଜଙ୍କୁ ଭର୍ତ୍ତି କରେଇ ଦେଉନଥିଲେ । ଜର୍ଜ ଗାଁକୁ ଆସିବା ମାତ୍ରେ ତାଙ୍କୁ ମାଡ଼ ମାରୁଥିଲେ ।

Advertisement

ଶେଷରେ ଥାନାର ଦ୍ୱାରସ୍ଥ ହୋଇଥିଲେ ଜର୍ଜ ପାଇକ । ଗଜପତି ଏସପି ଓ ଅନ୍ୟ ବରିଷ୍ଠ ଅଧିକାରୀ ଗାଁକୁ ଯାଇ ଜର୍ଜଙ୍କ ପୁରା ପରିବାରକୁ ଗାଁରେ ରହିବାକୁ ଲୋକଙ୍କୁ ବୁଝାସୁଝା କରିଥିଲେ । ଆଉ ୨୦ ବର୍ଷ ପରେ ଭିଟାମାଟିକୁ ଫେରିଥିଲେ ଜର୍ଜ ପାଇକ । ପୋଲିସ ସହାୟତାରେ ନିଜ ଗାଁକୁ ଫେରିଥିବାରୁ ଖୁସି ଅନୁଭବ କରିଛନ୍ତି ଜର୍ଜଙ୍କ ପୁରା ପରିବାର ।

Leave a Reply

Your email address will not be published. Required fields are marked *