ସ୍ୱାର୍ଥପର ଦୁନିଆରେ ନିସ୍ୱାର୍ଥପର ବନ୍ଧୁ ପିତବାସ..
1 min readପୁରୀ : ସ୍ୱାର୍ଥପର ମଣିଷ ଦୁନିଆରେ ବନ୍ଧୁତାର ନିଆରା ବର୍ତ୍ତା ଏ ମଣିଷ ଯେଉଁଠି ରକ୍ତର ସମ୍ପର୍କ ଭୁଲିଯାଏ ସେଠି ବନ୍ଧୁତା ଆଶା କରିବା ଭୁଲ୍ । ଏକଥା ଆମେ ଏଥିପାଇଁ କହୁଛୁ ଯେ , ଆଜିକାଲି ଆମ ଚତୁର୍ପାର୍ଶ୍ୱରେ ଘଟୁଥିବା ଘଟଣା ଚକ୍ର ଦେଖିଲେ ଗୋଟିଏ କଥା ବୁଝାପଡେ , ଆଉ ତାହା ହେଉଛି ଏ ମଣିଷ ସ୍ୱାର୍ଥପର ।
ସ୍ୱାର୍ଥପର ମଣିଷ ସମାଜର ଦୁନିଆ ମଧ୍ୟରେ ଏବେବି ବଞ୍ଚି ରହିଛି ପଶୁ-ପକ୍ଷୀ ଏବଂ ମଣିଷ ଭିତରେ ଅନାବିଳ ସ୍ନେହ ସମ୍ପର୍କ। କେତେବେଳେ ମଣିଷ ପିଠିରେ ମାଙ୍କଡ ବସି ଗେଲ ହେଉଛି ତ’ । ତା’ ସାଙ୍ଗକୁ ଏକ ପାଣିକୁଆ ମଧ୍ୟ ସେମାନଙ୍କ ସାଙ୍ଗ ବନିଯାଇଛି । ଏ ଦୋସ୍ତି ବନାଇଛି ଜଣେ ସାଦାସିଧା ମଣିଷ , ଯାହାର ପଶୁ-ପକ୍ଷୀମାନଙ୍କ ପ୍ରତି ରହିଛି ପ୍ରେମ । ।
ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଚିଲିକା ନୂଆପଡାର ପଶୁ-ପକ୍ଷୀ-ପାଣିକୁଆ ଓ ମଣିଷ ମଧ୍ୟରେ ଥିବା ଜବରଦସ୍ତ ଦୋସ୍ତି ର ନିଆରା ଚିତ୍ର ଦେଖିବାକୁ ମିଳିଛି ।
ତିନି ତିନି ଜଣ ଭିନ୍ନ ଭିନ୍ନ ପ୍ରଜାତିର । କିଏ ଆକାଶରେ ରହୁଛି ତ ଆଉ କିଏ ମାଟିରେ କିଏ କଥା କହିପାରୁଥିଲେ ଆଉ କିଏ କହିପାରେନା ତଥାପି ସମସ୍ତେ ବୁଝିଯାଆନ୍ତି ପରସ୍ପର ଇସାରା ଓ ମନର ଭାବନାକୁ ସେଥିପାଇଁ ବୋଧେ ଭିନ୍ନ ପ୍ରଜାତିର ହୋଇ ମଧ୍ୟ ଗୋଟିଏ ବନ୍ଦୁତ୍ୱା ବା ପ୍ରେମର ସୂତାରେ ବାନ୍ଧି ହୋଇଛନ୍ତି ଏମାନେ । ଆମେ କହୁଛୁ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ ଅଧିନସ୍ଥ ଚିଲିକା ନୁଆପଡା ଗ୍ରାମର ପିତବାସ ପାହାଣଙ୍କ କଥା । ପିତବାସ ପାହାଣ ଜଣେ ଦିନ ମଜୁରୀଆ । କିନ୍ତୁ ପଶୁ ପକ୍ଷୀଙ୍କ ପ୍ରେମରେ ପାଗଳ ହୋଇ ଯାଆନ୍ତି ପିତବାସ । ବଣ ଜଙ୍ଗଲରେ ଘୁରୀ ବୁଲୁଥିବା ମାଙ୍କଡଟି କେମିତି ନିର୍ଭୟ ତାଙ୍କ ମୁଣ୍ଡ ଉପରେ ବସି ଯାଆନ୍ତି । ” ମାଙ୍କଡ-କୁକୁର-ପାଣିକୁଆ ପକ୍ଷୀ ” ଙ୍କ ମଧ୍ୟରେ ଅହିନକୁଳର ସମ୍ପର୍କ , ତଥାପି ସମସ୍ତଙ୍କ ମଧ୍ୟରେ ରହିଛି ଜବରଦସ୍ତ ଦୋସ୍ତି । ପିତବାସଙ୍କ ପାଇଁ ସବୁ ଗୋଟିଏ ସୂତାରେ ବାନ୍ଧି ହୋଇରହିଛନ୍ତି । ଆଉ ଦୁନିଆରେ ଏକ ଭିନ୍ନ ଉଦାହରଣ ପାଲଟିଛନ୍ତି ।