ସାରା ଦୁନିଆ ଦେଖିବ ସୀମା ସଚୀନଙ୍କ ପ୍ରେମ କାହାଣୀ ; ନିର୍ଦ୍ଦେଶକ ଅମୀତ କହିଲେ ସେପ୍ଟେମ୍ବରରୁ ଆରମ୍ଭ ସୁଟିଂ …
1 min readମୁମ୍ବାଇ : ପାକିସ୍ତାନୀ ବୋହୂ ସିମା ହାଇଦର ଓ ଭାରତ ପୁଅ ସଚୀନଙ୍କୁ ନେଇ ସାରା ଦେଶରେ ହଇଚଇ । ଦୁହିଁଙ୍କ ପ୍ରେମ କାହାଣୀ ସାରା ଭାରତ-ପାକିସ୍ତାନକୁ ଦୋହଲାଇ ଦେଇଛି । ପ୍ରେମିକ ସଚୀନଙ୍କ ପାଇଁ କିପରି ସୀମା ନିଜ ୩ ଛୁଆଙ୍କୁ ଧରି ପାକିସ୍ତାନ ବର୍ଡର ଡେଇଁ ଭାରତ ଆସିଯାଇଥିଲେ । ଆଉ ଏବେ ସବୁଦିନ ପାଇଁ ଭାରତର ବୋହୂ ହେଇ ରହିବେ ।
ତେବେ ଦୁହିଁଙ୍କ ପ୍ରେମ କାହାଣୀର ଚର୍ଚ୍ଚା ଥମୁନଥିବାବେଳେ ଜାନି ଫାୟାରଫକ୍ସ ଫିଲ୍ମ ନିର୍ଦ୍ଦେଶକ ଅମୀତ ଜାନି ଏକ ବଡ ସୂଚନା ଦେଇଛନ୍ତି । ସେ ନିଜ ଟୁଇଟରରେ ସୀମା ସଚିନଙ୍କପ୍ରେମ କାହାଣୀକୁ ଏକ ଫିଲ୍ମ ରୂପରେ ଦର୍ଶକଙ୍କ ଆଗକୁ ଆଣିବାକୁ ଚାହୁଛନ୍ତି । ତେବେ ଫିଲ୍ମର ସୁଟିଂ ଆସନ୍ତା ସେପ୍ଟେମ୍ବରରୁ ମାସରୁ ଆରମ୍ଭ ହୋଇଯିବ ବୋଲି ନିର୍ଦ୍ଦେଶକ ନିଜେ ମତ ରଖିଛନ୍ତି । ଏହି ଫିଲ୍ମର ନାମ ‘କରାଚୀ ଟୁ ନୋଏଡା’ ରଖାଯିବ ବୋଲି ସୂଚନା ମିଳିଛି । ସେହିଭଳି ଭାରତର ବୋହୂ ହେବା ପରେ ସୀମାଙ୍କ ଭାଗ୍ୟ ଫିଟିଯାଇଛି କହିଲେ ଚଳେ । କାରଣ ଏବେ ସୀମାଙ୍କ ହାତରେ ଦୁଇ ଦୁଇଟି ଫିଲ୍ମ । ପ୍ରଥମେ ‘କରାଚୀ ଟୁ ନୋଏଡା’ ଫିଲ୍ମ ପରେ ତାଙ୍କୁ ବର୍ତ୍ତମାନ ରାଜସ୍ଥାନର ଦର୍ଜି/ଟେଲର କହ୍ନେୟାଲାଲଙ୍କ ନିର୍ମମ ହତ୍ୟା କାହାଣୀର ଫିଲ୍ମ ଅଫର କରାଯାଇଛି । ସେହିଭଳି ଏହି ସତ୍ୟ ଘଟଣା ଉପରେ ଅଧାରିତ ଫିଲ୍ମର ନାମ ‘ଏ ଟେଲର ମର୍ଡର ଷ୍ଟୋରୀ ’ ରଖାଯାଇଛି ।
ତେବେ ଏହି ଫିଲ୍ମ ଅଫର ପୂର୍ବରୁ ସୀମା ସଚୀନ ରହୁଥିବା ଗ୍ରେଟର ନୋଏଡାରେ ସେମାନଙ୍କ ଅଡିସନ ନିଆଯାଇଥିଲା । ସେଥିରେ ସୀମା ନିଜ ପ୍ରତିଭା ଦେଖାଇ ଫିଲ୍ମ ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ଏହି ଖୁସିରେ ସୀମା ସବୁ ଟିମ୍ ମେମ୍ବରଙ୍କ ପାଦ ଛୁଇଁ ଆର୍ଶିବାଦ ମଧ୍ୟ ନେଇଥିଲେ ।