IIT ହାଇଦ୍ରାବାଦରେ ଓଡିଆ ଛାତ୍ରୀଙ୍କ ମୃତ୍ୟୁ ; ହଷ୍ଟେଲ ରୁମରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ….
1 min readସୁବର୍ଣ୍ଣପୁର : ହାଇଦ୍ରାବାଦ ଆଇଆଇଟିରେ ଓଡିଆ ଛାତ୍ରୀଙ୍କ ମୃତ୍ୟୁ । ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକର ଡୁମୁରି ଗାଁର ଦୁଖିଶ୍ୟାମ ନାଏକଙ୍କ ଝିଅ ମମିତା ନାଏକଙ୍କ ମୃତ ଦେହ ତାଙ୍କ ହଷ୍ଟେଲର ବନ୍ଦ କୋଠରୀ ଭିତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିବା ସୁଚନା ମିଳିଛି । ଏନେଇ ଆଇଆଇଟି କତୃପକ୍ଷ ଛାତ୍ରୀଙ୍କ ଘର ଲୋକଙ୍କୁ ଖବର ଦେଇଥିବାବେଳେ ପରିବାର ଲୋକ ସେଠାକୁ ଯାଇଥିଲେ। ଆଜି ଘରକୁ ଛାତ୍ରୀଙ୍କ ମର ଶରୀର ହାଇଦ୍ରାବାଦରୁ ଆସୁଥିବା ସୂଚନା ମିଳିଛି । ତେବେ ଛାତ୍ରୀ ଜଣକଙ୍କ ମୃତ୍ୟୁର କାରଣ ପୁରା ପୁରି ଘଟଣା ସ୍ପଷ୍ଟ ଜଣା ପଡିନାହିଁ । ଏନେଇ ସାଙ୍ଗାରେଡ୍ଡି ପୋଲିସ ଘଟଣା ସ୍ଥଳକୁ ପହଂଚି ମୃତ ଦେହକୁ ଜବତ କରିବା ସହ ଶବ୍ଦ ବ୍ୟବଚ୍ଛେଦ କରାଯାଇଛି । ଅଧିକ ତଦନ୍ତ କରୁଥିବା ଜଣା ପଡିଛି । ତେବେ ଗତ ଜୁଲାଇ ୨୬ ତାରିଖ ଦିନ ମମିତା ଏମ ଟେକ୍ ପ୍ରଥମ ବର୍ଷରେ ନାମ ଲେଖାଇ ହଷ୍ଟେଲକୁ ଯାଇଥିଲେ । ମାତ୍ର ୧୦ ଦିନରେ ଛାତ୍ରୀ ଜଣକ କାହିଁକି ଆତ୍ମହତ୍ୟା କଲେ ତାହା ଜଣା ପଡି ନାହିଁ ।
ଏକ୍ ସୁସାଇଟ ନୋଟ ପୋଲିସ ଜବତ କରିଛି । ଯେଉଁଥିରେ ଲେଖା ଅଛି -ପରିବାରର ସମସ୍ତେ ମତେ କ୍ଷମା କରିଦେବ। ବଞ୍ଚିବା ପାଇଁ ମୁଁ ଇଚ୍ଛା କରୁ ନାହିଁ। ବି.ଟେକ୍ କଲା ଦିନ ଠାରୁ ମୁଁ ମାନସିକ ଚାପରେ ରହୁଥିଲି। ତା’ ପରଠାରୁ ମାନସିକ ଚାପ ବଢ଼ିଚାଲିଛି। ଘରେ ଆର୍ଥିକ ସମସ୍ୟା ଲାଗି ରହୁଥିବାରୁ ଭଲ ଲାଗୁ ନଥିଲା। ଆଜି ନ ହେଲେ କାଲି ଠିକ୍ ହୋଇଯିବ ଭାବୁଥିଲି। ହାଇଦ୍ରାବାଦ୍ ଆସିଲା ପରେ ବି ଅସୁବିଧା ଶେଷ ହେଲା ନାହିଁ। ବିଗତ ୬ ମାସ ହେଲା ଅଧିକ ମାନସିକ ଚାପରେ ରହୁଥିଲି। ସାମାନ୍ୟ କଥାରେ ମୋତେ ଟେନ୍ସନ୍ ଲାଗୁଥିଲା। ଜୀବନରେ ପାଠ ପଢ଼ିକି ମଧ୍ୟ ଚାକିରି କରିପାରିବି କି ନାହିଁ ତାହା ଜାଣି ନାହିଁ। ଘରେ ସମସ୍ତେ ଖୁସିରେ ରୁହ। ମତେ ଭୁଲିଯିବ। ଯାହା ସବୁ ହେଉଛି, ଏଥି ପାଇଁ ମୁଁ ନିଜେ ଦୋଷୀ। ମତେ କ୍ଷମା କରିଦେବ। ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି-ହାଇଦ୍ରାବାଦ (ଆଇଆଇଟି-ଏଚ୍) ହଷ୍ଟେଲ୍ ରୁମ୍ରେ ସୋମବାର ବେକରେ ରଶି ଲଗାଇ ଝୁଲିପଡ଼ିଥିବା ଓଡ଼ିଆ ଝିଅ ମମିତା ନାଏକ ଏଭଳି ଚିଠି ଲେଖିଛନ୍ତି।
ଡୁମୁରି ଗାଁର ଦୁଖିଶ୍ୟାମ ନାଏକଙ୍କ ତିନି ପୁଅରେ ଗୋଟିଏ ଝିଅ ମମିତା। ଚାଷ୍ କରି ଦୁଃଖିଶ୍ୟାମ ପିଲାମାନଙ୍କୁ ଭଲ ପାଠ ପଢ଼ାଇ ପାରିଛନ୍ତି। ବଡ଼ପୁଅ ଦିବ୍ୟାଙ୍ଗ ହୋଇଥିବା ବେଳେ ଅନ୍ୟ ୨ ପୁଅ ପାଠ ପଢ଼ି ସାରି ବେରୋଜଗାର ଅଛନ୍ତି। ଝିଅ ମମିତା ଇଞ୍ଜିନିୟର ହୋଇ ପରିବାରର ଆର୍ଥିକ ସମସ୍ୟା ଦୂର କରିବେ ବୋଲି ଆଶା ରଖିଥିଲେ। କିନ୍ତୁ ତାଙ୍କର ସ୍ବପ୍ନ ପୂରା ହୋଇପାରି ନାହିଁ। ମିଳିଥିବା ଚିଠି ଅନୁସାରେ ଘରର ଆର୍ଥିକ ଅବସ୍ଥା ଶୋଚନୀୟ ଥିବାରୁ ମମିତା ବଞ୍ଚିବାକୁ ଚାହିଁ ନାହାନ୍ତି। ତେବେ ସମୃକ୍ତ ମାମଲାରେ ଅଧିକ ତଦନ୍ତ ପୋଲିସ କରୁଥିବା ସୂଚନା ମିଳିଛି । ଅନ୍ୟପଟେ ଛାତ୍ରୀଙ୍କ ବାପା ଏହାକୁ ହତ୍ୟା ବୋଲି ଅଭିଯୋଗ କରିଛନ୍ତି । ରାଗିଂ କରି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦିଆଯାଇଥିବା ଅଭିଯୋଗ ହୋଇଛି ।