Pratidin TV

Odisha's Digital News Platform

ଆକ୍ସନ ମୁଡରେ ଢେଙ୍କାନାଳ ପୋଲିସ ; ରାତିଅଧିଆ ହୋଟେଲଗୁଡିକରେ ଚଢାଉ…

ଢେଙ୍କାନାଳ : ଢେଙ୍କାନାଳ ସହରରେ ଥିବା ବଡ ହୋଟେଲ ଗୁଡ଼ିକ ମଧ୍ୟରୁ ୩ଟି ହୋଟେଲ କୁ ମଙ୍ଗଳବାର ରାତି ୧୦ ଟାରେ ପୋଲିସ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଛି । ହୋଟେଲ ଗୁଡିକ ଗାଇଡ୍ ଲାଲନକୁ ଠିକ ଭାବରେ ପାଳନ କରୁଛନ୍ତି କି ନାହିଁ, ନିୟମାନୁଯାୟୀ ରୁମ ବୁକିଙ୍ଗ କରାଯାଉଛି କି ନାହିଁ ଏବଂ କାଗଜପତ୍ର ଠିକ ଅଛିକି ନାହିଁ ଆଦି କୁ ନେଇ ଏହି ଚଢ଼ାଉ ହୋଇଛି ।

ଏସପି ଜ୍ଞାନ ରଞନ ମହାପାତ୍ରଙ୍କ ନିର୍ଦ୍ଦେଶରେ ପୋଲିସର ୩ଟି ଟିମ ଗଠନ କରାଯାଇ ଏହି ଚଢାଉ ହୋଇଛି । ପ୍ରଥମେ ସହର ସ୍ଥିତ ପୁରୁଣା ବସଷ୍ଟାଣ୍ଡ ନିକଟସ୍ଥ ଏକ ହୋଟେଲରେ ଚଢାଉ କରାଯାଇଥିଲା । ସେଠାରୁ କିଛି କାଗଜପତ୍ରକୁ ଯାଞ୍ଚ ପାଇଁ ପୋଲିସ ନେଇଥିଲେ । ଏହା ପରେ ଦକ୍ଷିଣକାଳୀ ରୋଡରେ ଆଉ ଏକ ହୋଟେଲକୁ ଯାଞ୍ଚ କରାଯାଇଥିଲା। ଏସପିଙ୍କ ନିର୍ଦ୍ଦେଶରେ ସଦର ଏସ଼ତିପିଓ ବିଭୃତି ଭୁଷଣ ମହାପାତ୍ର, ଟାଉନଥାନା ଅଧିକାରୀ ରାଜେନ୍ଦ୍ର ମହାପାତ୍ର, ମହିଳା ଇନ୍ସପେକ୍ଟର କଳ୍ପନା ବେହେରା ପ୍ରମୁଖ ପୋଲିସ ସହ ଚଢ଼ାଉ କରିଥିଲେ । ଚଢ଼ାଉ. ବେଳେ ଦକ୍ଷିଣକାଳୀ ରୋଡରେ ଥିବା ହୋଟେଲରୁ. ୨ ଜଣ ଯୁବକ ଓ ୨ ଯୁବତୀ ଙ୍କୁ ଅସଂଜତ ଅବସ୍ଥାରେ ଉଦ୍ଧାର କରି ଥାନାକୁ ନେଇ ପଚରା ଉଚରା ଜାରି ରହିଛି ।

ସେମାନେ ଅବିବାହିତ ବୋଲି ପୋଲିସର ପ୍ରାଥମିକ ତଦନ୍ତ ରୁ ଜଣାପଡ଼ିଛି । ଯୁବତୀ ଯୁବକ ଙ୍କ ଘର କଟକ, ଢେଙ୍କାନାଳ , ତୁମୁସିଙ୍ଗା ଓ ହିନ୍ଦୋଳ ଅଂଚଳ ରେ ବୋଲି ପ୍ରକାଶ । ଆଗକୁ ଏହିଭଳି ଚଢ଼ାଉ ଜାରି ରହିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *