ୱେଷ୍ଟଇଣ୍ଡିଜ୍କୁ ପରାସ୍ତ କରି ବାଜି ମାରିଲା ଭାରତ ..
1 min readନୂଆଦିଲ୍ଲୀ : ଗତକାଲି ଭାରତ ଆଗରେ ଥିବା କର ବା ମର ସ୍ଥିତିରେ ବାଜି ମାରିଛି ଟିମ୍ । କ୍ରମାଗତ ପରାଜୟ ପରେ ତୃତୀୟ ଟ୍ୱେଣ୍ଟିରେ ୭ ୱିକେଟ୍ରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି । ୱେଷ୍ଟଇଣ୍ଡିଜ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । କିନ୍ତୁ କୁଲଦୀପଙ୍କ ୩ ୱିକେଟ୍ ସଫଳତା ପରେ ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ଏବଂ ତିଳକ ବର୍ମାଙ୍କ ୪୯ ରନ ବଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦଳ ସହଜ ବିଜୟ ହାସଲ କରିଛି ।
ୱେଷ୍ଟଇଣ୍ଡିଜ୍ ୧୫୯ ରନ୍ କରିଥିବା ବେଳେ ଭାରତ ୧୩ ବଲ୍ ପୂର୍ବରୁ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା । ଏଥି ସହିତ ୫ ମ୍ୟାଚ୍ ଶୃଙ୍ଖଳାରେ ଆଗୁଆ ପରାଜୟ ବିପଦକୁ ଟାଳି ଦେଇଛି ଟିମ୍ । ଘରୋଇ ଦଳ ଏବେ ୨-୧ ରେ ଆଗୁଆ ରହିଛି । ସେହିଭଳି ଅନ୍ତିମ ଦୁଇ ୨୦-୨୦ ଆମେରିକାର ଲୌଡରହିଲରେ ଅଗଷ୍ଟ ୧୨ ଓ ୧୩ ତାରିଖରେ ଖେଳାଯିବ ବୋଲି ସୂଚନା ରହିଛି ।