Pratidin TV

Odisha's Digital News Platform

ପୁରୁଷବନ୍ଧୁ ଅନିଲଙ୍କ ବଡ ବୟାନ ; ବାର୍ ଛାଡିବା କଥା କହିବାରୁ ଅଙ୍କଲ କରୁଥିଲେ ବ୍ଲାକମେଲ ….

1 min read

ଭୁବନେଶ୍ୱର : ରାଜଧାନୀରେ ଦଲାଲଙ୍କ ଟାଗେର୍ଟରେ ଗରିବ ଯୁବତୀ । ଗରିବ ଝିଅ ମାନଙ୍କୁ ଚାକିରି/ ଟଙ୍କା ଲୋଭ ଦେଖାଇ ଫସାଉଛନ୍ତି ଦଲାଲ୍ । ପ୍ରଥମେ ଆଣି ବାରରେ ନିୟୋଜିତ କରୁଛନ୍ତି ଏବଂ କିଛି ଦିନ ଗଲାପରେ ଅଧିକ ଅର୍ଥଲୋଭ ଦେଖାଇ ବାରଗାର୍ଲ ସଜାଉଛନ୍ତି । ଏବଂ ପରେ ଶୋଷଣ କରୁଛନ୍ତି । ଆଉ କିଛି ଏମିତି ଦଲାଲଙ୍କ ଜାଲରେ ଫସିଥିଲେ ଶୁଭଲକ୍ଷ୍ମୀ । ୩୦ ବର୍ଷିୟ ରାଜେନ୍ଦ୍ର (ସମ୍ପର୍କିୟ ଅଙ୍କଲ ) ଯାହାଙ୍କ ଘରେ ରହି ପାଠ ପଢୁଥିଲେ ଶୁଭଲକ୍ଷ୍ମୀ । ସେ ହିଁ ତାଙ୍କୁ ଫସାଇଛନ୍ତି ବୋଲି ପର୍ଦାଫାଶ କରିଛନ୍ତି ଶୁଭଲକ୍ଷ୍ମୀଙ୍କ ୨ୟ ପୁରୁଷବନ୍ଧୁ ଅନିଲ । ତେବେ ପେସାରେ ପୁରୁଷବନ୍ଧୁ ଅନିଲ ଜଣେ ଫଟୋଗ୍ରାଫର ।

ଗତକାଲି ଲକ୍ଷ୍ମୀସାଗର ଥାନାରେ ଜେରା ସମୟରେ ଏସବୁ ତଥ୍ୟ ପୋଲିସ ପାଇଛି । ଅନିଲ କହିଥିଲେ ଯେ ଅଙ୍କଲ (ରାଜେନ୍ଦ୍ର ) ଭୁବନେଶ୍ୱରରେ ବାର ମାନଙ୍କରେ ଝିଅ ଯୋଗାଉଛନ୍ତି । ଏସବୁ ଏକ ବଡ ର‌୍ୟାକେଟ୍ । ଏଥିରେ କିଛି ବାର ମାଲିକ ଓ ମ୍ୟାନେଜର ମାନେ ମଧ୍ୟ ସମୃକ୍ତ ଅଛନ୍ତି । ସେମାନେ ବାରକୁ ଝିଅ ଯୋଗଇବା ପାଇଁ ରାଜେନ୍ଦ୍ର ଓରଫ୍ ଅଙ୍କଲ ସହ ହାତ ମିଳାନ୍ତି । ବାରଗାର୍ଲଙ୍କ ଉପରେ ଗ୍ରାହକ ମାନେ ଯେଉଁ ଟଙ୍କା ଉଡାନ୍ତି । ତାହା ବାର ଗାର୍ଲଙ୍କୁ ମିଳେନା ବରଂ ଦଲାଲ୍ ଏବଂ ବାର ମାଲିକ ମାନଙ୍କ ଭିତରେ ବଣ୍ଟାଯାଏ । ଶୁଭଲକ୍ଷ୍ମୀକୁ ମଧ୍ୟ ସିଏ ଆଣିଥିଲେ । ତେବେ ଅନିଲ ସହ ଶୁଭଲକ୍ଷ୍ମୀଙ୍କ ବନ୍ଧୁୁତା ହେବା ପରେ ଅନିଲ ତାଙ୍କୁ ଏସବୁ କାମ ଛାଡି ମଡେଲିଙ୍ଗ୍ କିମ୍ବା ଅନ୍ୟକିଛି କରିବାକୁ ପରାମର୍ଶ ଦେଇଥିଲେ । ଯେଉଁଥିରେ ଶୁଭଲକ୍ଷ୍ମୀ ରାଜି ହୋଇ ଧିôରେ ଧିରେ ବାର୍‌ରୁ ଦୂରେଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ଏସବୁକୁ ସହିପାରିନଥିଲେ ଅଙ୍କଲ (ରାଜେନ୍ଦ୍ର) । ଏନେଇ ବାରକୁ ଆସୁଥିବା ଦଲାଲ ଓ ରାଜେନ୍ଦ୍ର ମିଶି ଶୁଭଲକ୍ଷ୍ମୀକୁ ବ୍ଲାକମେଲ କରିଥାଇପାରନ୍ତି । ଯାହାଫଳରେ ସେ ଆତ୍ମହତ୍ୟା କରିଛନ୍ତି ବୋଲି ପୋଲିସ ଆଗରେ ପ୍ରକାଶ କରିଛନ୍ତି ଅନିଲ ।

Advertisement

ଅନ୍ୟପଟେ ବାରକୁ ନେଇ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି । ବାରରେ କାମ କରିବାକୁ ହେଲେ ଅତି କମରେ ଝିଅକୁ ୨୧ ବର୍ଷ ହୋଇଥିବା ଦରକାର । ତେବେ କିପରି ୧୭ ବର୍ଷର ନାବାଳିକା ଶୁଭଲକ୍ଷ୍ମୀ ସେଠାରେ କାମ କରୁଥିଲେ । କମିଶନରେଟ୍ ପୋଲିସ ନାଇଟ୍ ପେଟ୍ରୋଲିଂ ଓ ବାରକୁ ନିୟନ୍ତ୍ରଣ କରିବାକୁ ବଡ ବଡ ଭାଷଣ ମାରୁଥିଲା ବେଳେ କାର୍ଯ୍ୟାନୁଷ୍ଠାନ ଶୂନ ବୋଲି ପ୍ରମାଣ ହୋଇଛି । ବାରେ ମାଲିକ ମାନେ କମିଶନରେଟ୍ ପୋଲିସର ବାର ନିୟମକୁ ଫୁ ମାରିଥିବା ଜଣାପଡିଛି । ଯାହା ଫଳରେ ଜଣେ ଛାତ୍ରୀଙ୍କ ସହ ଏଭଳି ଘଟଣା ରାଜଧାନୀରେ ଘଟିଛି ।

Leave a Reply

Your email address will not be published. Required fields are marked *