Pratidin TV

Odisha's Digital News Platform

ଆହତ ହେଲେ କେ ଏଲ୍ ରାହୁଲ୍‌: ଋଷଭ ପନ୍ତଙ୍କୁ ମିଳିବ ଅଧିନାୟକ ଦାୟିତ୍ୱ

1 min read

ନୂଆଦିଲ୍ଳୀ: ଟି-୨୦ ସିରିଜ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଭାରତକୁ ବଡ ଝଟକା । େଆସନ୍ତା କାଲି ପ୍ରଥମ ମୁକାବିଲା ଖେଳାଯିବାକୁ ଥିବା ବେଳେ ଆହତ ହୋଇଛନ୍ତି କେ ଏଲ୍ ରାହୁଲ୍ । ଭାରତୀୟ ଦଳର ନେତୃତ୍ୱ ନେବେ ଋଷଭ ପନ୍ତ । ସିରିଜ୍ ପୂର୍ବରୁ ରାହୁଲଙ୍କୁ ଅଧିନାୟକ ଚୟନ କରାଯାଇଥିବା ବେଳେ ପନ୍ତଙ୍କୁ ତାଙ୍କର ଡେପୁଟି ଚୟନ କରାଯାଇଥିଲା । ତେବେ ବୁଧବାର ଅଭ୍ୟ୍ୟାସ ସମୟରେ କେ ଏଲ୍ ରାହୁଲ ଆହତ ହେବାରୁ ଭାରତୀୟ ଦଳର ସଙ୍କଟ ବୃଦ୍ଧି ପାଇଥିଲା । ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାରୁ ରାହୁଲ ବାଦ ପଡିବା ପରେ ପନ୍ତଙ୍କୁ ଅଧିନାୟକ ଘୋଷଣା କରାଯାଇଛି ।
ଆସନ୍ତା ୯ ତାରିଖରୁ ପ୍ରଥମ ମୁକାବିଲା ଦିଲ୍ଲକୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ । ଅଧିନାୟକ ଭାବରେ ଏହା ପନ୍ତଙ୍କର ପ୍ରଥମ ଶୃଙ୍ଖଳା ହୋଇଥିବା ବେଳେ ତାଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ । ରାହୁଲଙ୍କ ବଦଳ ଖେଳାଳି ଏଯାଏଁ ଘୋଷଣା କରାଯାଇନଥିବା ବେଳେ ଋତୁରାଜ ଗାଏକ୍ୱାଡ ଇଶାନ କିଶନଙ୍କ ସହିତ ଓପନ୍ କରିବେ ବୋଲି ଜଣାପଡିଛି । ଗୁରୁବାର ପ୍ରଥମ ମୁକାବିଲା ଖେଳାଯିବ । ରାହୁଲ ତ୍ରିପାଠୀଙ୍କୁ ରାହୁଲଙ୍କ ବିକଳ୍ପ ଖେଳାଳି ଭାବରେ ଘୋଷଣା କରାଯିବାର ସମ୍ଭାବନା ରହିଛି ।

Advertisement

Leave a Reply

Your email address will not be published. Required fields are marked *