Pratidin TV

Odisha's Digital News Platform

ଡାକ୍ତରଙ୍କ ଅବହେଳା ନେଇଗଲା ଅମୂଲ୍ୟ ଜୀବନ , ଅପରେସନ ବେଡରେ ଆଖିବୁଜିଲା ରୋଗୀ ..

1 min read

ଭଦ୍ରକ : ରୋଗୀ ମୃତ୍ୟୁକୁ ନେଇ ଭଦ୍ରକ ସାଳନ୍ଦୀ ହସ୍ପିଟାଲରେ ଉତେଜନା। ଅପରେସନ ଟେବୁଲରେ ରୋଗୀ ମୃତ୍ୟୁ ହୋଇଥିବା କୁ ନେଇ ଉତେଜନା। ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅଧିନସ୍ଥ କଟସାହି ପଞ୍ଚାୟତର ଗୁହାଳୀପାଳ ଗ୍ରାମର ବସନ୍ତ ପାତ୍ରଙ୍କ ସ୍ତ୍ରୀ ସଞ୍ଜୁଲତା ପାତ୍ରଙ୍କର ଟ୍ୟୁମର ହୋଇଥିଲା। ସେଥିପାଇଁ ସେ ସାଳନ୍ଦୀ ହସ୍ପିଟାଲରେ ଅପରେସନ ପାଇଁ ଆଡ଼ମିସନ କରିଥିଲେ। ଏହାପରେ ଡାକ୍ତର ତାଙ୍କୁ ୩ ଧରି ଉପାଷ ରଖିଥିଲେ ଏବଂ ଗତକାଲି ରାତିରେ ତାଙ୍କର ଅପେରସନ ହୋଇଥିଲା। ଅପରେସନ ବେଳେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି।

ଟ୍ୟୁମର ଅପରେସନ ସମୟରେ ହାର୍ଟଚୋକ୍ ହୋଇଥିବା ନେଇ ଡାକ୍ତର କହିଥିଲେ କିନ୍ତୁ କାହିଁକି ରୋଗୀର ମୃତ୍ୟୁ ଦିନ ୧୨ ଟାରେ ହୋଇଥିବା ବେଳେ ଡାକ୍ତର ସେ ସମୟରେ ନଣାଇ ବିଳମ୍ବିତ ରାତ୍ରୀରେ କହିଥିଲେ । ଏନେଇ ଆଜି ସକାଳୁ ଏହାକୁ ନେଇ ହସ୍ପିଟାଲରେ ତୀବ୍ର ଉତେଜନା ଦେଖା ଦେଇଛି ।

Advertisement

ଖବର ପାଇ ଭଦ୍ରକ ଟାଉନ ପୋଲିସ ପହଞ୍ଚି ଉତ୍ୟେକ୍ତ ଲୋକମାନଙ୍କ ସହ ଆଲୋଚନା କରିଛନ୍ତି। ତେବେ ଡାକ୍ତରଙ୍କ ଭୁଲ ଚିକିତ୍ସା ପାଇଁ ରୋଗୀର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକ ଅଭିଯୋଗ କରିଥିବା ବେଳେ ଏହାକୁ ଡାକ୍ତର ଖାନା କତ୍ତୃପକ୍ଷ ଅସ୍ବୀକାର କରିଛନ୍ତି। ତେବେ ଏହାକୁ ସେଠାରେ ଉତ୍ତେଜନା ପରିସ୍ଥିତି ଜାରି ରହିଛି ଓ ଟାଉନ ପୋଲିସ ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *