Pratidin TV

Odisha's Digital News Platform

ବରଡା ଘର ତଳେ ବିତୁଛି ଅସହାୟ ନିରଞ୍ଜନଙ୍କ ଜୀବନ ; କିଏ କରିବ ଉଦ୍ଧାର ?

1 min read

ଜଗତସିଂହପୁର : ଜଗତସିଂହପୁର ସଦର ବ୍ଲକ ଅନ୍ତର୍ଗତ ସାଁପୁର ଗ୍ରାମର ଅସହାୟ,ନିଃସହାୟ, ନିରାଶ୍ରୟ ସତୁରି ବର୍ଷୀୟ ବୃଦ୍ଧ ନିରଞ୍ଜନ ବାରିକ । ୧୯୯୯ ମସିହା ମହାବାତ୍ୟା ପୂର୍ବରୁ ନିଜସ୍ୱ ଘର ଦ୍ୱାର ଗାଁ ଛାଡ଼ି ନିରଞ୍ଜନ ନିକଟସ୍ଥ ଗୋବିନ୍ଦା ପୋଖରୀ ଗ୍ରାମରେ ଏକ ସରକାରୀ ଜାଗାରେ ଚାଳ ଛପର କୁଡ଼ିଆ ନିର୍ମାଣ କରି ରହୁଥିଲେ । ସରକାରୀ ଜାଗାରେ ଅନେକ ଦିନ ରହିବା ପରେ ଜଗତସିଂହପୁର ତହସିଲଦାର ନିରଞ୍ଜନକୁ ଭୂମିହୀନ ପଟା ପ୍ରଦାନ କରିଥିଲେ ।

ନିରଞ୍ଜନଙ୍କ ବୟସ ଅଧିକ ହେବାରୁ ଆଉ ଚାଲିବାକୁ ସକ୍ଷମ ହେଲେ ନାହିଁ ଜ୍ଝଚାଳ ଛପର ଝୁମ୍ପୁଡ଼ି ଘର ମରାମତି ଅଭାବରୁ ଭାଙ୍ଗି ରୁଜି ଗଲାଣି । ବୃଦ୍ଧ ନିରଞ୍ଜନ ରୋଜଗାର କରି ଖାଇବା ତା ପକ୍ଷେ ଆଉ ସମ୍ଭବ ହେଉନି । ଭଙ୍ଗା ଚାଳିଆତ ନୁହେଁ ୨,୩ ଟି ବରଡା କୁ ଆଶ୍ରାକରି ତା ଉପରେ ଚିରା ପାଲ ପକାଇ ରହୁଛନ୍ତି ନିରଞ୍ଜନ । ଆତ୍ମୀୟ ସ୍ୱଜନ ବୋଲି କେହି ନାହାନ୍ତି ଜ୍ଝଗ୍ରାମର କିଛି ବଦାନ୍ୟ ବ୍ୟକ୍ତି ଙ୍କ ଦୟାରେ ଦିନେ ଖାଇଲେ ଦୁଇଦିନ ଭୋକ ଉପବାସ ରେ ଜୀବନ ବିତାଉଛି । କେବଳ ସେତିକି ନୁହେଁ ବିଦ୍ୟୁତ ଲାଇନ୍ ନ ଥିବାରୁ ଘଞ୍ଚ ଜଙ୍ଗଲ ଭିତରେ ଅନ୍ଧାରରେ ବର୍ଷା କାଦୁଅରେ ଜୀବନ ବିତାଉଛନ୍ତି।

Advertisement

ଏହି ଅସହାୟ ନିରଞ୍ଜନ ଯେଉଁ ଭଳି ଭାବେ ଦୁଃଖ ଦୁର୍ଦ୍ଦଶା ରେ ପାଲ ତଳେ ପଡି ରହିଛନ୍ତି ଆପଣ ଦେଖିଲେ ବି ଆପଣଙ୍କ ଆଖିରୁ ବି ଲୁହ ଆସିଯିବ। ଏହି ଖବର ପାଇ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଶୀର୍ବାଦ ସେବା ସଂଗଠନ ସଭାପତି ଜଗନ୍ନାଥ ବେହେରା ଜୟ ରାମ ସ୍ଵାଇଁ ସ୍ମୃତି ରଞ୍ଜନ ବିଶ୍ଵାଳ କିଛି ରାସନ ସାମଗ୍ରୀ ଦେବା ସହିତ ନିରଞ୍ଜନ ଙ୍କୁ କୌଣସି ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରିବା ସହିତ ସାହାଯ୍ୟ ସହଯୋଗ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ସଂଗଠନ ପକ୍ଷରୁ ଦାବି ହୋଇଛି।

Leave a Reply

Your email address will not be published. Required fields are marked *