Pratidin TV

Odisha's Digital News Platform

ଦିନିକିଆ ଦଳର ନେତୃତ୍ୱ ନେବେ ହରମନପ୍ରୀତ୍ କୌର୍‌: ଡେପୁଟି ହେଲେ ସ୍ମୃତି

1 min read

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ନୂତନ ଅଧିନାୟକ ଭାବରେ ନିଯୁକ୍ତ ହୋଇଛନ୍ତି ହରମନ୍‌ପ୍ରୀତ୍ କୌର୍ । ମିଥାଲି ରାଜ୍ କ୍ରିକେଟକୁ ଅଲବିଦା ଜଣାଇବା ପରେ ବିସିସିଆଇ ପକ୍ଷରୁ ହରମନ୍‌ପ୍ରୀତଙ୍କୁ ଅଧିନାୟିକା ଭାବରେ ନିଯୁକ୍ତ କରାଯାଇଛି । ଅନ୍ୟପକ୍ଷରେ ସ୍ମୃତି ମାନ୍ଧନାଙ୍କୁ ଉପ ଅଧିନାୟିକା ଘୋଷଣା କରାଯାଇଛି । ଆଗାମୀ ଶ୍ରୀଲଙ୍କା ବିପକ୍ଷ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା ହେବା ସହିତ ୩ଟି ଯାକ ଫର୍ମାଟରେ ହରମନ୍ ଭାରତର ନେତୃତ୍ୱ ନେବାକୁ ଯାଉଛନ୍ତି । ଜୁନ୍ ୨୩ରୁ ଏହି ସିରିଜ୍ ଆରମ୍ଭ ହେବାକୁ ଯାଉଥିବା ବେଳେ ଭାରତ ୩ଟି ଦିନିକିଆ ଏବଂ ସମାନ ସଂଖ୍ୟକ ଟି-୨୦ ମୁକାବିଲା ଖେଳିବ ।

ଦିନିକିଆ ମୁକାବିଲା ଗୁଡିକ କାଣ୍ଡି ଏବଂ ଟି-୨୦ ମୁକାବିଲା ଡମ୍ବୁଲାରେ ଖେଳାଯିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି । ଭାରତୀୟ ଦଳରେ ମାନ୍ଧନାଙ୍କ ସହିତ ଓପ୍ନର ଭାବରେ ୟସ୍ତିକା ଭାଟିଆ ଏବଂ ଶେଫାଳି ବର୍ମା ରହିଛନ୍ତି ।

Advertisement

ଦିନିକିଆ ଦଳ: ହରମନପ୍ରୀତ୍ କୌର୍‌, ସ୍ମୃତି ମନ୍ଧାନା, ଶେଫାଳି ବର୍ମା, ୟସ୍ତିକା ଭାଟିଆ, ଏସ୍ ମେଘନା, ଦୀପ୍ତି ଶର୍ମା, ପୁନମ ଯାଦବ, ରାଜେଶ୍ୱରୀ ଗାଏକ୍ୱାଡ, ସିମରନ୍ ବାହାଦୂର, ରିଚା ଘୋଷ, ପୂଜା ବସ୍ତ୍ରକାର, ମେଘନା ସିଂ, ରେଣୁକା ସିଂ, ତାନିୟା ଭାଟିଆ, ହରଲିନ୍ ଦେଓଲ ।

ଟି-୨୦ ଦଳ: ହରମନପ୍ରୀତ୍ କୌର୍‌, ସ୍ମୃତି ମନ୍ଧାନା, ଶେଫାଳି ବର୍ମା, ୟସ୍ତିକା ଭାଟିଆ, ଏସ୍ ମେଘନା, ଦୀପ୍ତି ଶର୍ମା, ପୁନମ ଯାଦବ, ରାଜେଶ୍ୱରୀ ଗାଏକ୍ୱାଡ, ସିମରନ୍ ବାହାଦୂର, ରିଚା ଘୋଷ, ପୂଜା ବସ୍ତ୍ରକାର, ମେଘନା ସିଂ, ରେଣୁକା ସିଂ, ଜେମିମା ରଡ୍ରିଗଜ, ରାଧା ଯାଦବ ।

Leave a Reply

Your email address will not be published. Required fields are marked *