Pratidin TV

Odisha's Digital News Platform

ସହିଦ୍ ପୁଅକୁ ଝୁରି ଝୁରି ଶେଷରେ ଆଖିବୁଜିଲେ ମା’…

1 min read

ଭୁବନେଶ୍ୱର : ପୁଅକୁ ଝୁରି ଝୁରି ଶେଷରେ ସବ ପାଲଟିଗଲା ମା’ । ମା ପୁଅଙ୍କ ଚାଲିଯିବା ପରେ ଏବେ ଏତେ ବଡ ଦୁନିଆରେ ପୁରା ପୁରି ଏକୁଟିଆ ହୋଇଯାଇଛି ବୋହୂ ପୂର୍ଣ୍ଣିମା ଖୁଣ୍ଟିଆ । ସବୁଦିନ ପାଇଁ ଆଖିବୁଜି ଚାଲିଗଲେ ସହିଦ୍ ସୁଶାନ୍ତ ଖୁଣ୍ଟିଆଙ୍କ ମାଆ ସୁନ୍ଦରୀ ଖୁଣ୍ଟି ଆ । କଟକ ବଡ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ସୁନ୍ଦରୀ ଖୁଣ୍ଟିଆଙ୍କ ପରଲୋକ ଘଟିଛି । ପୁଅ ଯିବା ପରେ ତାକୁ ଝୁରି ଝୁରି ଶୁକ୍ରବାର ଏସସିବି ମେଡିକାଲକୁ ସ୍ଥାନାନ୍ତର ହେବା ପରେ ଗତକାଲି କାର୍ଡିଆକ ଆରେଷ୍ଟ ଯୋଗୁଁ ତାଙ୍କ ମୃତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ ଗତ ଶୁକ୍ରବାର ଦିନ ନକ୍ସଲଙ୍କ ଗୁଳି ମାଡ଼ରେ ସିଆରପିଏଫ୍ ଯବାନ ସୁଶାନ୍ତ ଖୁଣ୍ଟିଆ ସହିଦ ହୋଇ ଯାଇଥିଲେ । ଏହି ଧକ୍କାକୁ ସହି ପାରିନଥିଲେ ସହିଦଙ୍କ ଅସୁସ୍ଥ ମାଆ ସୁନ୍ଦରୀ ଖୁଣ୍ଟିଆ । ୭ ଦିନ ଭିତରେ ସେ ଆହୁରି ଅସୁସ୍ଥ ହୋଇ ପଡିଥିଲେ । ଗତ ୪ ଦିନ ହେଲା ଖିଆପିଆ ଛାଡି ଦେଇଥିଲେ ।

Advertisement

ଶୁକ୍ରବାର ସକାଳେ ସେ ଗୁରୁତର ହୋଇ ପଡ଼ିବାରୁ ତାଙ୍କୁ ଆନନ୍ଦପୁର ହସପିଟାଲରେ ଭର୍ତି କରାଯାଇଥିଲା । ଏହା ପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କ ମୃତ୍ୟୁ ଘଟିଛି । ପୂର୍ବରୁ ସୁନ୍ଦରୀଙ୍କ ସ୍ୱାମୀ ଓ ପରେ ପରେ ୨ ଦୁଇ ପୁଅକୁ ହରାଇ ବସିଥିଲେ ସୁନ୍ଦରୀ ଆଉ ଶେଷରେ ଦେଶ ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲା ଯବାନ ପୁଅ ସୁଶାନ୍ତ । ଆଉ ଏଡେ ବଡ ଦୁଃଖକୁ ସହି ପାରିନଥିଲେ ସୁନ୍ଦରୀ ।

Leave a Reply

Your email address will not be published. Required fields are marked *