Pratidin TV

Odisha's Digital News Platform

ରାଜ୍ୟରେ ପୁଣି ଭୟଙ୍କର ଦୁର୍ଘଟଣା ; ନିୟନ୍ତ୍ରଣ ହରାଇ ଟ୍ରକ୍ ଭିତରେ ପଶିଗଲା କାର୍ ..

1 min read

ଖୋର୍ଦ୍ଧା : ୧୬ ନମ୍ବର ଜାତୀୟ ରାଜପଥ କୁହୁଡିଛକ ନିକଟରେ ଦୁର୍ଘଟଣା। ଟ୍ରକ ଭିତରେ ପଶିଗଲା କାର ୪ଜଣ ଗୁରୁତର । ଗୁରୁତରଙ୍କୁ ପ୍ରଥମେ ଟାଙ୍ଗିରୁ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଗୁରୁତ୍ଵର ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ବଡପାରି ଗ୍ରାମର ରାକେଶ ଘଡାଇ ଯାହାଙ୍କ ବୟସ ୩୪ ବର୍ଷ , ସୁକାନ୍ତ ମହାନ୍ତି (୪୦) ,ବାଦଲ ସାମନ୍ତରାୟ ,କାଳିଆ ସାହୁ (୪୪) ।

ଖବର ଅନୁଯାୟୀ ରାକେଶ ସୁକାନ୍ତ ବାଦଲ କାଳିଆ ମିଶି କାରରେ ବାଲୁଗାଁରୁ ବଡପାରି ଆସୁଥିବା ବେଳେ କୁହୁଡି ନିକଟରେ ଟ୍ରକ୍ କୁ ତାଙ୍କ କାର ସାମ୍ନାପଟୁ ଧକ୍କା ଦେଇଥିଲା । ଫଳରେ କାରଟି ଟ୍ରକସାମ୍ନାକୁ ଧାକ୍କା ଦେଇ ତା ଭିତରେ ଫସିଯାଇଥିଲା । ଯେଉଁଥିରେ କାରରେ ଥିବା ୪ଜଣ ଗୁରୁତ୍ୱର ଆହତ ହୋଇଥିଲେ।

Advertisement

ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ତୁରନ୍ତ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ଉକ୍ତ ରାସ୍ତାକୁ ଅବରୋଧ କରିଥିଲେ। ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନ କ୍ଷୟକ୍ଷତି ହୋଇଥିବାରୁ । ସ୍ଥାନୀୟ ଲୋକ ଅବଧି ଦାବିରେ ଅଳୀ ବସିଥିଲେ। ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଯାଇଥିଲା । ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *