Pratidin TV

Odisha's Digital News Platform

ମାମୁଁ ଘରେ ଜୀବନ ହାରିଲା ଯୁକ୍ତ-୨ ଛାତ୍ରୀ

1 min read

କେନ୍ଦୁଝର : ମାମୁଁ ଘରେ ଜୀବନ ହାରିଲା ଭାଣିଜୀ । ଗାଁ ନିକଟ ଏକ ଗଛରୁ ଉଦ୍ଧାର ହେଲା ମୃତଦେହ । ମାମୁଁ ଘରେ ରହି ପିଲାଟି ଦିନରୁ ପାଠ ପଢୁଥିଲେ ମୃତ ଛାତ୍ରୀ । ହେଲେ ହଠାତ୍ କାହିଁକି ଉଠାଇଲେ ଏଭଳି ପଦକ୍ଷେପ । କାହାର ହାତ ନାବଳିକା ଭାଣିଜୀ ମୃତ୍ୟୁ ପଛରେ ।

ଜଣେ +୨ ଛାତ୍ରୀ ଘରଠୁ କିଛି ଦୂରରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଘଟଣା ସଭିଙ୍କୁ ଆଶ୍ଚର୍ଯ୍ୟ ଚକିତ କରାଇଛି । ଏଭଳି ଏକ ଘଟଣା ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଗିରିଗାଁ ଠାରେ ଘଟିଛି । ମୃତ ଛାତ୍ରୀ ଜଣଙ୍କ ହେଲେ ଭଦ୍ରକ ଜିଲ୍ଲା ମଇଁଷିପୁରା ଗାଁ ସନ୍ତୋଷ ଜେନା ଙ୍କ ଝିଅ ପାୟଲି ପ୍ରିୟଦର୍ଶୀନି । ଦୁଇଦିନ ତଳେ ନିଜ ମାଉସୀ ଅସୁସ୍ଥ ହୋଇ ଆନନ୍ଦପୁର ଡାକ୍ତରଖାନାରେ ଭର୍ତି ହୋଇଥିବାରୁ ପାୟଲ ମେଡିକାଲ ରେ ରହି ଦେଖାରେଖା କରୁଥିଲେ । ଗତ ବୁଧବାର ସେ ଡାକ୍ତରଖାନା ରୁ ପୁଣିଥରେ ମାମୁଁ ଘର ଗିରିଗାଁ କୁ ଫେରିଥିଲେ । ଗତକାଲି ରାତି ସମସ୍ଥେ ଶୋଇବାପରେ ରାତି ପ୍ରାୟ ୧୧ଟା ୧୨ ଟା ମଧ୍ୟରେ ସେ ଘରୁ ବାହାରି ଚାଲିଯାଇଥିଲ ।

Advertisement

ମାମୁଘର ଲୋକ ରାତିଅଧରେ ଝିଅକୁ ନପାଇବାରୁ ଅନେକ ଜାଗାରେ ଖୋଜା ଖୋଜି କରିଥିଲେ । ତେବେ ଆଜି ସକାଳୁ ଗାଁ ନିକଟ ବାଲିପଶି ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଝିଅ ପାୟଲଙ୍କୁ ପାଇଥିଲେ ଘରଲୋକେ । ତେବେ ସବୁକିଛି ସ୍ବାଭାବିକ ଥିବାବେଳେ କେଉଁ କାରଣକୁ ନେଇ ପାୟଲ ଆତ୍ମହତ୍ୟା କଲେ ତାକୁ ନେଇ ପରିବାର ଲୋକେ ସଂଦେହ କରିଛନ୍ତି । ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *