Pratidin TV

Odisha's Digital News Platform

ପରକ୍ରିୟା ପ୍ରୀତି ପାଇଁ ସ୍ତ୍ରୀ ଭୁଲିଗଲା ବାର ବର୍ଷର ବୈବାହିକ ସମ୍ପର୍କ

1 min read

କେନ୍ଦ୍ରାପଡ଼ା : ବାପା ଯେତେବେଳେ କାମକୁ ପଳାନ୍ତି ମା ଲୁଚି ଲୁଚି ହାପି ନା ସହ କଥା ହୁଏ । ମୁଁ ସବୁ ଶୁଣିଚି , ଭାଇ ବି ଶୁଣିଚି । ଆମେ କାଳେ ବାପା ଆଗରେ କହିଦେବୁ ମୋ ମା ଆମକୁ ଧମକାଏ ମାରେ ଆମେ ଡରି କାହାକୁ କିଛି କହୁନା । ଆମେ ତାକୁ ସବୁଆଡେ ଖୋଜି ସାରିଲୁଣି ,ମାମୁଁ ଘରକୁ ଯାଇଥିଲୁ ମାମୁଁ ଘର କହିଲେ ସେ ଆମ ଘରକୁ ଆସିନି । ଆମେ ତାକୁ ବହୁତ ଖୋଜୁଛୁ ହେଲେ ପାଉନୁ । ସେ ହାପି ନା ସହ କୁଆଡେ ପଳେଇ ଯାଇଛି । ଏଭଳି କଥା ଆମେ କହୁନୁ , ଗଣମାଧ୍ୟମ ଆଗରେ କାନ୍ଦି କାନ୍ଦି କହିଛି କୁନି ଝିଅ ।

ପରକ୍ରିୟା ପ୍ରୀତି ପାଇଁ ସ୍ୱାମୀ ଓ କୁନି କୁନି ପୁଅ ଝିଅକୁ ଛାଡି ବିବାହର ବାର ବର୍ଷ ପରେ ସ୍ତ୍ରୀ ପର ପୁରୁଷ ସହ ଫେରାର୍ ହୋଇଯାଇଛି । ଏନେଇ ଥାନାର ଦ୍ଵାରସ୍ତ ହୋଇଛନ୍ତି ସ୍ବାମୀ ଓ ଛୁଆ । ଏଭଳି ଏକ ଲଜ୍ୟାକର ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ନାନକାର ଅଞ୍ଚଳ ନାଂକାର ଏରିଆ ରୁ ସାମ୍ମାକୁ ଆସିଛି । ଉକ୍ତ ଅଞ୍ଚଳର ବିକ୍ରମ କାଣ୍ଡି ନାମକ ବ୍ୟକ୍ତି ବାର ବର୍ଷ ତଳେ କୁଦାନଗରୀ ଥାନା ଅଞ୍ଚଳର ଅନୁପମା ଦଶଙ୍କୁ ବୈଦିକ ରିତୀନୀତିରେ ବିବାହ କରିଥିଲେ । ସେମାନଙ୍କ ଗୋଟିଏ ପୁଅ ଏବଂ ଝିଅ ସନ୍ତାନ ଅଛି । ଘଟଣାଟି ଏମିତିକି କୋରନା ସମୟରେ ଝିଅର ଦେହ ଖରାପ ହେବାରୁ ବିକ୍ରମ ପାଖ ଏରିଆ ର କୃଷ୍ଣ ଚନ୍ଦ୍ର ବାରିକ ଙ୍କ ଠାରୁ ଗାଡି ମାଗିଆଣି ଝିଅକୁ ମେଡିକାଲ ନେଇଥିଲେ । ସେଇଠୁ ବିକ୍ରମ ଓ କୃଷ୍ଣ ଚନ୍ଦ୍ର ମଧ୍ୟରେ ସମ୍ପର୍କ ଆରମ୍ଭ ହୋଇଥିଲା । ଆସ୍ତେ ଆସ୍ତେ କୃଷ୍ଣ ଚନ୍ଦ୍ର ପ୍ରତ୍ୟକ ଦିନ ବିକ୍ରମ ଙ୍କ ଘରକୁ ଯିବା ଆସିବା ଆରମ୍ଭ କରିଦେଇଥିଲା । କିଛିଦିନ ପରେ ବିକ୍ରମର ସ୍ତ୍ରୀ’ଙ୍କ ସହ କୃଷ୍ଣର ଗଢି ଉଠିଥିଲା ପ୍ରେମ ସମ୍ପର୍କ ।

Advertisement

ବିକ୍ରମ କାମକୁ ବାହାରି ଗଲା ପରେ ସ୍ବାମୀର ଅନୁପସ୍ଥିତିର ଫାଇଦା ଉଠାଉଥିଲା କୃଷ୍ଣ । ପରକ୍ରିୟା ପ୍ରୀତିରେ ମସଗୁଲ ହେଉଥିଲା ସ୍ତ୍ରୀ । ଯାହାକୁ ନେଇ ପୁଅ ଝିଅଙ୍କୁ ମାଡ଼ ମାରିବାକୁ ବି ପଛାଉ ନଥିଲା । ଖାଲି ସେତିକି ନୁହେଁ ବିକ୍ରମଙ୍କ ଶଶୁର ଘରକୁ ବି ଯାଉଥିଲା କାମ ପିଶାଚ କୃଷ୍ଣ । ମଧୁର ସମ୍ପର୍କ ଯୋଡି ଅସୁବିଧାରେ କରୁଥିଲା ଟଙ୍କା ସହାୟତା । ପ୍ରତି ବଦଳରେ ବିକ୍ରମର ସ୍ତ୍ରୀଙ୍କ ସହ ରଖୁଥିଲା ଅନୈତିକ ସମ୍ପର୍କ । ଯେଉଁ ଘଟଣାକୁ ସବୁ ଜାଣି ଶଶୁର ଘର ଲୋକେ ସହଯୋଗ କରୁଥିବା କଥା କହିଛନ୍ତି ବିକ୍ରମ । ବିକ୍ରମଙ୍କ ଅଭିଯୋଗ ଅନୁଯାୟୀ କିଛି ଦିନ ପାଇଁ ବାପ ଘରେ ରହିବାକୁ ସ୍ତ୍ରୀ ଯାଇଥିଲା । ଦୁଇ ଦିନ ତଳେ ସ୍ତ୍ରୀ କୁ ଆଣିବାପାଇଁ ନାବାଳକ ପୁଅ ଏବଂ ବିକ୍ରମ ପହଂଚି ଥିଲେ ଶଶୁର ଘରେ ହେଲେ ସେଠି ସ୍ତ୍ରୀ ନ ଥିବା କଥା କହି ବିଦା କରିଦେଲେ ଶାଶୁ । ଏନେଇ ଶଶୂର ଘରୁ ନିରାଶ ହୋଇ ଶେଷରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ବିକ୍ରମ । ଏବଂ କୃଷ୍ଣଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି । ଯେ ତାଙ୍କ ସ୍ତ୍ରୀଙ୍କୁ କୃଷ୍ଣ ହିଁ ନେଇଯାଇଛନ୍ତି । ତେବେ ଗଣାମଧ୍ୟମ ଆଗରେ ସ୍ତ୍ରୀକୁ ଛୁଆ ପିଲାଙ୍କ ପାଖକୁ ଶୀଘ୍ର ଫେରି ଆସିବାକୁ ନିବେଦନ କରିଛନ୍ତି ସ୍ୱାମୀ ବିକ୍ରମ ।

ଏପରି ଖବର ପ୍ରସାରଣ କରି କାହା ମନରେ ଆଘାତ ଦେବା ଆମର ଲକ୍ଷ୍ୟ ନୁହେଁ ସମାଜ ରେ ସୁଧାର / ସଂସ୍କାର ଆଣିବା ଆମର ଉଦେଶ୍ୟ ।

Leave a Reply

Your email address will not be published. Required fields are marked *