Pratidin TV

Odisha's Digital News Platform

ଡିଜି ଚଳାଇବାକୁ ଯାଇ ବିଦ୍ୟୁତ୍ ସଂସ୍ପର୍ଷରେ ଆସି ଚାଳକଙ୍କ ମୃତ୍ୟୁ…..

1 min read

ମହାକାଳପଡା : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକର ବାରଡାଙ୍ଗ ପଞ୍ଚାୟତ ବାରଡାଙ୍ଗ ଗ୍ରାମର ନିଖିଳ ସ୍ୱାଇଁ ସୋମବାର ସକାଳୁ ଘରଠାରୁ ଅଳ୍ପ ଦୂର ଟାୱାର ପାଖ ଡିଜି ଚଳାଇବାକୁ ଯାଇଥିଲେ । ଯିବା ସମୟରେ ଅସାବଧାନତା ଯୋଗୁଁ ପ୍ରଥମେ ବାମ ହାତରେ ପରେ ଛାତି ତଳକୁ ବିଦ୍ୟୁତ୍ ସକ ଲାଗିଯିବାରୁ ଯୁବକ ତଳେ ପଡ଼ିଯାଇଥିଲେ । କିଛି ସମୟ ପରେ ବାଟୋଇ ଟାୱାର ତଳେ ପଡିଥିବା ଦେଖି ଘରକୁ ଖବର ଦେଇଥିଲେ ।

ପରିବାର ଲୋକେ ଚିକିତ୍ସା ନିମନ୍ତେ ମହାକାଳପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେବାରୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ନିଖିଳଙ୍କ ମୃତ୍ୟୁ ଖବର ପାଇ ବାରଡାଙ୍ଗ ପଞ୍ଚାୟତ ର ସରପଞ୍ଚ ଅରବିନ୍ଦ ଯେନା ମେଡିକାଲ ରେ ପହଂଚି ସମବେଦନା ଜଣାଇବା ସହିତ ସନ୍ତାପିତ ପରିବାରଙ୍କୁ ବୁଝା ସୁଝା କରିଥିବା ଜଣାପଡିଛି ।

Advertisement

Leave a Reply

Your email address will not be published. Required fields are marked *