Pratidin TV

Odisha's Digital News Platform

ପ୍ରଥମ ସୋଲୋଗାମୀ ବିବାହ ପୂର୍ବର ବିବାଦ: ୩ ଦିନ ଆଗୁଆ ବାହା ହେଲେ କ୍ଷମା ବିନ୍ଦୁ

1 min read

ନୂଆଦିଲ୍ଳୀ: ଦେଶର ପ୍ରଥମ ସୋଲୋଗାମୀ ବିବାହ କରିଛନ୍ତ ଗୁଜରାଟର କ୍ଷମା ବିନ୍ଦୁ । ୧୧ ତାରିଖରେ ବିବାହ କରିବା ନେଇ କ୍ଷମା ପୂର୍ବରୁ ଘୋଷଣା କରିଥିବା ବେଳେ ୩ ଦିନ ପୂର୍ବରୁ ସେ ବିବାହ କରିଛନ୍ତି । ବିଜେପି ନେତାଙ୍କ ପକ୍ଷରୁ ବିବାହ କରେଇ ନଦେବା ପାଇଁ ଧମକ ଦିଆ ଯିବାରୁ କ୍ଷମା ୩ ଦିନ ଆଗୁଆ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । କ୍ଷମା ଗୋଟିଏ ଦିନରେ ନିଜର ହଳଦୀ, ସଙ୍ଗୀତ ଆଦି କାର୍ଯ୍ୟକ୍ରମ କରିବା ପରେ ନିଜ ମଥାରେ ସିନ୍ଦୁର ଦେଇ ନିଜକୁ ବିବାହ କରିଥିଲେ ।

ନିଜକୁ ନିଜେ ବିବାହ କରି ସାରିବା ପରେ ଏକ ଭିଡିଓ ମେସେଜ ଜରିଆରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ କ୍ଷମା । ମତେ ମେସେଜ୍ କରି ଧନ୍ୟବାଦ ଜଣାଇଥିବା ସମସ୍ତଙ୍କ ନିକଟରେ ମୁଁ କୃତଜ୍ଞ । ମୋର ଏହି ଲଢେଇରେ ସାଥ୍ ଦେଇଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି । ବିଭିନ୍ନ ବିଜେପି ନେତା ମାନେ ଏହାକୁ ହିନ୍ଦୁ ଧର୍ମ ବିରୋଧୀ ଦର୍ଶାଇ ବିରୋଧ କରୁଥିବା ବେଳେ କଂଗ୍ରେସ ନେତା ମିଲିନ୍ଦ ଦେଓରା ଏହାକୁ ସମର୍ଥନ କରିଥିଲେ । ଭଦୋଦରାରେ ରହୁଥିବା କ୍ଷମା ନିଜକୁ ବାଇ ସେକ୍ସୁଆଲ ବୋଲି କୁହନ୍ତି । ସୋସିଓଲୋଜିରେ ନିଜର ସ୍ନାତକ ଡିଗ୍ରୀ ହାସଲ କରିବା ପରେ ଏକ ଘରୋଇଳ କମ୍ପାନୀରେ କାର୍ଯ୍ୟ କରନ୍ତି ।

Advertisement

Leave a Reply

Your email address will not be published. Required fields are marked *